PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଏଭଳି ଏକ ଗାଁ ଯେଉଁଠି ଗୋଟିଏ ରୁମ୍ ଭାରତରେ ଅନ୍ୟଟି ବାଲାଂଦେଶରେ,ତଥାପି ଲୋକଙ୍କ ଭିତରେ ରହିଛି ଭାଇଚାରା

ନୂଆଦିଳ୍ଲୀ,୨୩।୭: ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ଲାଗିବ, କିନ୍ତୁ କଥାଟି ଶହେ ପ୍ରତିଶତ ଶତ। ଏଭଳି ଏକ ଘର ରହିଛି ଯାହାକୁ ଦୁଇ ଦେଶର ସୀମା ବିଭାଜିତ କରୁଛି। ଗୋଟିଏ ରୁମ୍ ଭାରତରେ ଥିବା ବେଳେ ଆଉ ଏକ ରୁମ୍ ବାଲାଂଦେଶରେ ଅଛି। ଦୁଇଦେଶ ମଧ୍ୟରେ ଟଣାଯାଇଥିବା ଅନ୍ତଃର୍ଜାତୀୟ ସୀମାରେଖ(ଆଇବି) ଘର ଓ ଗଳି ଭିତର ଦେଇ ଯାଇଛି।  ଗୋଟିଏ ସ୍ଥାନ ଏଭଳି ରହିଛି, ଯେଉଁଠି ୩ ଫୁଟର ଗଳି ଦେଇ ନିୟନ୍ତ୍ରଣ ରେଖା ଯାଇଛି। ଏଭଳି ପରିସ୍ଥିତିରେ ଯଦି କୌଣସି ଲୋକ ସେହି ଗଳି ଦେଇ ଯାଉଥାଏ ତେବେ ତା’ର ଗୋଟେ ପାଦ ଭାରତରେ ଅନ୍ୟଟି ବାଲାଂଦେଶରେ ରହିଥାଏ। ଗୋଟିଏ ଘରର ଆଗପଟ ଭାରତ ହୋଇଥିବା ବେଳେ ପଛପଟ  ବାଲାଂଦେଶରେ ରହିଛି। କିନ୍ତୁ ଏହି ଗାଁର ଲୋକଙ୍କ ଭିତରେ ଖୁବ୍ ଭଲ ସମ୍ପର୍କ ରହିଛି।

ଏଥିରୁ ଆପଣମାନେ ଜାଣିପାରୁଥିବେ ବିଏସଏଫକୁ ଏଭଳି କମ୍ ସ୍ଥାନରେ କିଭଳି କଷ୍ଟରେ ସୀମରେ ମୁତୟନ ହୋଇଥାନ୍ତି।  ଭାରତ-ବାଲାଂଦେଶ ବର୍ଡରରେ ଥିବା ଗାଁ ହରିପୁକରରେ ଏଭଳି ସ୍ଥିତି ଦେଖିବାକୁ ମିଳିଥାଏ। ସୀମାରେଖାର ଅନ୍ୟପଟେ ପଶ୍ଚିମବଙ୍ଗର ଦକ୍ଷିଣ ଦିନାଜପୁର ଜିଲ୍ଲା ରହିଛି। ଏହି ଗାଁରେ ଏକ ପୋଖରୀ ମଧ୍ୟ ରହିଛି। ସୀମାରେଖା ଅନୁସାରେ ଏହା ଯଦିଓ ଭାରତରେ ରହିଛି,କିନ୍ତୁ ଏହାର ବ୍ୟବହାର ଦୁଇଦେଶର ଲୋକ କରିଥାନ୍ତି। ପୋଖରୀ କୂଳଦେଇ ଯେତେବେଳେ ଗାଁ ଭିତରେ ଲୋକ ପ୍ରବେଶ କରନ୍ତି ତେବେ ଏକ ଗଳି ଆସିଥାଏ। ଏହାର ଚଉଡା ଅତି ବେଶୀରେ ୨-୩ ଫୁଟ୍। କେବଳ ସେତିକି ନୁହେଁ ଚାଷ ଜମି ଏବଂ ଗାଁ ଭିତରେ ଥିବା ଏକ ମସଜିଦ ଭିତର ମଧ୍ୟ ଦେଇ ଯାଇଛି ଭାରତ-ବାଲାଂଦେଶ ସୀମା।

ଗାଁ ଲୋକଙ୍କ କହିବା ଅନୁସାରେ,ଏଥିରେ ଆମର କ’ଣ ଦୋଷ ରହିଛି? ଆମେ ଏକାଠି ମିଳିମିଶି ସମସ୍ତଙ୍କ ସହିତ ରହିଥାଉ। ଏକାଠି ଫସଲ କାଟୁ, ଜଣେ ଅନ୍ୟଜଣଙ୍କ ସାହାର୍ଯ୍ୟ ପାଇଁ କାମ କରିଥାଉ। ଗୁଇନ୍ଦା ସୂଚନାର ସବୁଠାରୁ ବଡ ଜରିଆ ହେଉଛି ସୀମାରେ ଥିବା ଏହି ଗ୍ରାମବାସୀ। ବିଏସଏଫ ଅଧିକାରୀଙ୍କ କହିବା ଅନୁସାରେ, ଆମେ ସମୟ ସମୟରେ ଏଠାକୁ ଗସ୍ତ କରିଥାଉ। ଦୁଇଦେଶର ସୀମାରେଖା ଏତେ ପାଖାପାଖି ହୋଇ ରହିଥିବାରୁ  ସବୁବେଳେ ନଜର ରଖିବା ସମ୍ଭବ ନୁହେଁ। କେହି ସନ୍ଦିଗ୍ଧ ଲୋକ ଏହି ଗାଁକୁ ଆସିଲେ ସେମାନେ ତୁରନ୍ତ ବିଏସଏଫକୁ କହିଥାନ୍ତି। ଏହାପରେ ବିଏସଏଫ୍ ଯବାନ ସେଠାରେ ପହଁଞ୍ଚି ସନ୍ଦିଗ୍ଧକୁ ଧରି ପୋଲିସକୁ ଦେଇଥାନ୍ତି।

ସମ୍ବନ୍ଧିତ ଖବର