ଅହମ୍ମଦାବାଦ,୨।୮: ଗୁଜରାଟର ଅହମ୍ମଦାବାଦରେ ଟ୍ରାଫିକ ପୋଲିସର ପୋଷ୍ଟରକୁ ନେଇ ବିବାଦ। ପୋଷ୍ଟରରେ ମହିଳାଙ୍କୁ ଦୁଷ୍କର୍ମରୁ ରକ୍ଷା ପାଇବା ପାଇଁ ଘରେ ରହିବାକୁ ନିବେଦନ କରାଯାଇଛି। ଅହମ୍ମଦାବାଦର ଅନେକ ସ୍ଥାନରେ ଏହି ପୋଷ୍ଟର ଲଗାଯାଇଥିଲା, କିନ୍ତୁ ବିବାଦ ବଢ଼ିବା ସହିତ ଏହି ସମସ୍ତ ପୋଷ୍ଟରଗୁଡ଼ିକୁ ହଟାଇ ଦିଆଯାଇଛି। ଟ୍ରାଫିକ ପୋଲିସର ଏହି ପୋଷ୍ଟରରେ ଲେଖାଯାଇଥିଲା ଯେ 'ବିଳମ୍ବିତ ରାତିର ପାର୍ଟିରେ ଯୋଗ ଦିଅନାହିଁ, ତୁମ ସହିତ ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମ ହୋଇପାରେ।' ବନ୍ଧୁମାନଙ୍କ ସହିତ ନିର୍ଜନ ସ୍ଥାନକୁ ଯାଅ ନାହିଁ, ଯଦି ଆପଣଙ୍କ ସହିତ ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମ ହୁଏ ତେବେ କ'ଣ ହେବ?' ଅହମ୍ମଦାବାଦର ସୋଲା ଏବଂ ଚାନ୍ଦଲୋଡିଆ ଅଞ୍ଚଳରେ ଏପରି ପୋଷ୍ଟର ଦେଖିବାକୁ ମିଳିଥିଲା। ବିରୋଧୀ ଦଳଗୁଡ଼ିକ ଏହି ପୋଷ୍ଟରଗୁଡ଼ିକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମହିଳା ବିରୋଧୀ ଏହି ପୋଷ୍ଟରକୁ ନେଇ ବିଭିନ୍ନ ରାଜନୈତିକ ଦଳ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। '

ଗୁଜୁରାଟ ଆମ ଆଦମୀ ପାର୍ଟି ରାଜ୍ୟ ସରକାରଙ୍କ କଡ଼ା ସମାଲୋଚନା କରିଛି। ଆପ୍ କହିଛି 'ଏହି ପୋଷ୍ଟରଗୁଡ଼ିକ ରାଜ୍ୟରେ ମହିଳା ସୁରକ୍ଷା ନେଇ ଗ୍ରହଣ କରିଥିବା ପଦକ୍ଷେପକୁ ପର୍ଦ୍ଦାଫାସ କରିଛି। ଗୁଜୁରାଟର ବିଜେପି ସରକାର ମହିଳା ସଶକ୍ତିକରଣ ବିଷୟରେ କୁହେ, କିନ୍ତୁ ବାସ୍ତବତା ଭିନ୍ନ। ଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ ୬୫୦୦ରୁ ଅଧିକ ଦୁଷ୍କର୍ମ ଏବଂ ୩୬ଟି ଗଣଦୁଷ୍କର୍ମ ଘଟଣା ଘଟିଛି। 'ମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତାମାନେ ମହିଳା ସୁରକ୍ଷା ବିଷୟରେ କୁହନ୍ତି। କିନ୍ତୁ ଅହମ୍ମଦାବାଦ ଭଳି ବଡ଼ ସହରରେ ଲାଗିଥିବା ଏହି ପୋଷ୍ଟରଗୁଡ଼ିକ ବାସ୍ତବତାକୁ ଦର୍ଶାଉଛି। ମୁଖ୍ୟମନ୍ତ୍ରୀଙ୍କୁ ଆମର ପ୍ରଶ୍ନ ହେଉଛି ରାଜ୍ୟର ମହିଳାମାନେ ରାତିରେ ଘରୁ ବାହାରକୁ ଯିବା ଉଚିତ କି ନାହିଁ?'
ଡେପୁଟି କମିଶନର ଅଫ୍ ପୋଲିସ (ଟ୍ରାଫିକ୍ ପଶ୍ଚିମ) ନୀତା ଦେଶାଇ କହିଛନ୍ତି, ସହରରେ ଟ୍ରାଫିକ୍ ପୋଲିସ ମହିଳା ସୁରକ୍ଷା ସମ୍ବନ୍ଧୀୟ ପୋଷ୍ଟରଗୁଡ଼ିକୁ ନୁହେଁ ବରଂ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ପୋଷ୍ଟରଗୁଡ଼ିକୁ ଲଗାଇଛି। ସେ ଦାବି କହିଛନ୍ତି ଏକ ଏନଜିଓ ଟ୍ରାଫିକ୍ ପୋଲିସଙ୍କ ସମ୍ମତି ବିନା ଏହି ବିବାଦୀୟ ପୋଷ୍ଟରଗୁଡ଼ିକୁ ଲଗାଇଛି। ଏହି ଏନଜିଓ ଆମ ସହିତ ଯୋଗାଯୋଗ କରି କହିଥିଲା ଯେ ସେମାନେ ସ୍କୁଲ ଏବଂ କଲେଜରେ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ କରିବାକୁ ଚାହାଁନ୍ତି। ଆମ କର୍ମଚାରୀ ମଧ୍ୟ ସେମାନଙ୍କ ସହ ରୁହନ୍ତୁ। ଆମକୁ ଟ୍ରାଫିକ୍ ସଚେତନତା ସମ୍ବନ୍ଧୀୟ ପୋଷ୍ଟର ଦେଖାଯାଇଥିଲା। କିନ୍ତୁ ଏପରି ବିବାଦୀୟ ପୋଷ୍ଟରଗୁଡ଼ିକୁ ଆମକୁ ଦେଖାଯାଇ ନଥିଲା। ଏଏବଂ ଆମ ସମ୍ମତି ବିନା ଲଗାଯାଇଥିଲା। ଯେତେବେଳେ ଏହି ମାମଲା ଆମ ନଜରକୁ ଅଣାଗଲା, ପୋଷ୍ଟରଗୁଡ଼ିକୁ ତୁରନ୍ତ ହଟାଇ ଦିଆଯାଇଥିଲା।’