ଗୁଣିଗାରେଡି ସନ୍ଦେହରେ ତୀର ମାଡ, ପୁତୁରା ଗୁରୁତର

ଆନନ୍ଦପୁର,୨୩/୦୧: ଗୁଣିଗାରେଡି ସନ୍ଦେହରେ ଦାଦାଙ୍କର ତୀର ମାଡରେ ପୁତୁରା ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ଆନ୍ଦପୁର କନ୍ତୋ ଗାଁରେ। ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ଗୁଣିଗାରେଡି କରୁଥିବା ସନ୍ଦେହ କରି ରତ୍ନାକର ବିନ୍ଧାଣିଙ୍କୁ ତାଙ୍କ ଦାଦା ରବି ବିନ୍ଧାଣି ତିର ମାଡ କରିଛନ୍ତି।
ତେବେ ଭାଗ୍ୟବଶତ ତୀରଟି ଛାତିରେ ନବାଜି ହାତରେ ବାଜିଛି। ତୁରନ୍ତ ପରିବାର ଓ ସ୍ଥାନୀୟ ଲୋକ ରତ୍ନାକରଙ୍କୁ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରାଇଛନ୍ତି। ଅନ୍ୟପକ୍ଷରେ ଖବର ପାଇ ଘଷିପୁରା ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।