ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହ୍ୟାଣ୍ଡ ସାନିଟାଇଜର ବ୍ରେନ୍‌ ସେଲକୁ କ୍ଷତି କରିପାରେ : ଅଧ୍ୟୟନରୁ ସ୍ପଷ୍ଟ

ନୂଆଦିଲ୍ଲୀ : ମହାମାରୀ ଦିନରୁ ଯେତେବେଳେ ଲୋକଙ୍କ ମନରେ କରୋନା ଭୂତାଣୁର ଭୟ ବସା ବାନ୍ଧିଲା ଏହି ହ୍ୟାଣ୍ଡ ସାନିଟାରୀ କେବଳ ଏକ ବ୍ୟବହାର୍ଯ୍ୟ ଜିନିଷ ପାଲଟି ନଥିଲା, ଏହା ଭାଇରସ ସହ ଲଢେଇ କରି ଜୀବନ ବଞ୍ଚାଇବାର ଦ୍ରବ୍ୟ ପାଲଟି ଯାଇଛି। ଏପରି ହଠାତ୍‌ ହ୍ୟାଣ୍ଡ ସାନିଟାଇଜରର ବ୍ୟବହାର ଓ ବିକ୍ରି ଥିଲା ଏହାର ପ୍ରମାଣ। ଆଜି ଆମେ ମହାମାରୀ ଠାରୁ ବାହାରେ। ହେଲେ ହ୍ୟାଣ୍ଡ ସାନିଟାଇଜରର ବ୍ୟବହାର କିନ୍ତୁ ଏବେ ବି ରହି ଯାଇଛି। ଆମେ ଏହାକୁ ଛାଡ଼ି ପାରିନେ।

ସଦ୍ୟ ମାନବ କୋଶିକା ଓ ମୂଷା ଉପରେ ଆଧାରିତ ଏକ ନୂଆ ଅଧ୍ୟୟନରେ ଜାଣିବାକୁ ମିଳିଛି କି,ଫର୍ଣ୍ଣିଚର, ପୋଷାକ , କୀଟାଣୁନାଶକ ଓ ଗମ୍‌ ଭଳି ସାଧାରଣ ଘରୋଇ କୀଟାଣୁ ନାଶକରେ ଥିବା ରସାୟନ ମସ୍ତିଷ୍କରେ ଥିବା ସହାୟକ କୋଷିକାକୁ କ୍ଷତି ପହଞ୍ଚାଇ ପାରେ, ଯାହାକି ଅଙ୍ଗମାନଙ୍କର ବିକାଶର ମହତ୍ତ୍ୱପୂର୍ଣ୍ଣ ପର୍ଯ୍ୟାୟରେ। 

ରିସର୍ଚ୍ଚରେ ଚିହ୍ନଟ ହୋଇଥିବା କ୍ୱାଣ୍ଟେନାରୀ କେମିକାଲର ବ୍ୟବହାର କୀଟନାଶକ ସ୍ପ୍ରେ , ୱାଇପ୍ସ ଓ ହ୍ୟାଣ୍ଡ ସାନିଟାଇଜର, ଟୁଥପେଷ୍ଟ ଓ ମାଉଥୱାଶରେ ବ୍ୟାକ୍ଟେରିଆ ଓ ଭାଇରସକୁ ମାରିବାକୁ କରାଯାଏ। ଅର୍ଗାନୋଫସଫେଟ କେମିକାଲ ପୋଷାକ , ଗମ୍ ଓ ଫର୍ନିଚର  ଓ ଇଲେକ୍ଟ୍ରୋନିକ୍ସ ଭଳି ଜିନିଷରେ ମିଳିଥାଏ। କାରଣ ଏହା ଫ୍ୟାଟ୍‌ ଯୁକ୍ତ ହୋଇଥାଏ। ଅର୍ଗାନୋଫସଫେଟ୍‌ ଆପଣଙ୍କ ସ୍କିନ୍‌ ମାଧ୍ୟମରେ ମସ୍ତିଷ୍କ ପର୍ଯ୍ୟନ୍ତ ପହଞ୍ଚି ଯାଏ। 

ମାନବ ଷ୍ଟେମ୍‌ କୋଶିକା ଗ୍ରୁପ୍‌କୁ ଏକ ଡିସ୍‌ରେ ବୃଦ୍ଧି କରାଗଲା ଏବଂ ମସ୍ତିଷ୍କର ବିକାଶଶୀଳ ସେଲ୍ସ ପରି ବ୍ୟବହାର କରିବା ପାଇଁ ପ୍ରସ୍ତୁତ କରାଗଲା। ଗବେଷକମାନେ ଜାଣିବାକୁ ପାଇଥିଲେ କି, ଆଲିଗୋଡେଣ୍ଡ୍ରୋସାଇଟ୍ସ କ୍ୱାଟେରନାରୀ କେମିକାଲ ଓ ଅର୍ଗାନୋଫସଫେଟ୍‌ ପ୍ରତି ସମ୍ୱେଦନଶୀଳ। ଗବେଷକମାନେ ହ୍ୟାଣ୍ଡ ସାନିଟାଇଜର , ସ୍ପ୍ରେର  ଅଧିକ ବ୍ୟବହାରରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ସେମାନଙ୍କ ଅନୁସାରେ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ । 

ସାନିଟାଇଜରରେ ଅତି କମ୍‌ରେ ୬୦ ପ୍ରତିଶତ ଆଲକୋହଲ ହେବା ଜରୁରୀ। କିନ୍ତୁ କିଛି ସାନିଟାଇଜରରେ ଟ୍ରିକ୍ଲୋସନ ଥାଏ। ଟ୍ରିକ୍ଲୋସନର ବ୍ୟବହାର କୀଟାଣୁକୁ ମାରିବାରେ ବ୍ୟବହାର କରାଯାଏ। ଏହାକୁ ଆପଣଙ୍କ ସ୍କିନ୍‌ ସହଜରେ ଗ୍ରହଣ କରି ନିଏ। ଏହା ଆପଣଙ୍କ ମସ୍ତିଷ୍କ , ଲିଭର ଓ ମାଂସପେଶୀୟକୁ ପ୍ରଭାବିତ କରିପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.