ନୂଆଦିଲ୍ଲୀ : ସେ କେବେ ସ୍ୱପ୍ନରେ ବି ଭାବି ନଥିବେ ଯେ, ଚାକିରିର ପ୍ରଥମ ଦିନ ତାଙ୍କ ଜୀବନର ଶେଷ ଦିନ ହୋଇଯିବ। କିଛି ଟଙ୍କାର ଟୋଲ୍ ବଞ୍ଚାଇବା ପାଇଁ ଜଣେ ରୋଡୱେଜ୍ ଡ୍ରାଇଭର ୨୨ ବର୍ଷିୟ କପିଲଙ୍କୁ ବସ ଚଢାଇ ମାରି ଦେଲେ। ଶୁକ୍ରବାର ସେ ପ୍ରଥମ ହିଁ ଦିନ ଡ୍ୟୁଟି ଆସି ଥିଲେ ଏବଂ ଏହି ଭୟଙ୍କର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇ ଥିଲା।

ହରିଆଣାରେ ବହାଦୂରଗଡର ରୋହଦ ଟୋଲ ପ୍ଲାଜାରେ ହରିଆଣା ରୋଡୱେଜର ଏକ ବସ୍ ଜଣେ ଟୋଲ୍ କର୍ମଚାରୀଙ୍କୁ ଦଳି ଦେଇ ଥିଲା। ଗୁରୁତର ଭାବେ ଆହତ କର୍ମଚାରୀଙ୍କୁ ରୋହତକ ପିଜିଆଇ ନିଆଯାଇ ଥିଲା , ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଥିଲେ। ମୃତକଙ୍କ ନାଁ କପିଲ ( ୨୨)।ଶୁକ୍ରବାର ସେ ପ୍ରଥମ ଦିନ ଡ୍ୟୁଟିକୁ ଆସି ଥିଲେ ଏବଂ ଏହି ଭୟଙ୍କର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ସୂଚନା ପାଇଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା ଏବଂ ମୃତଦେହକୁ କବଜାକୁ ନେଇ ଯାଞ୍ଚ ଆରମ୍ଭ କରି ଦେଇଥିଲା।

ହାନ୍ସି ଡିପୋର ରୋଡୱେଜ୍ ବସ୍ ଦିଲ୍ଲୀ ପାଇଁ ବାହାରି ଥିଲା।ବସକୁ ହାନ୍ସିର ଗଡ଼ି ଗାଁର ବିଶ୍ୱଜିତ ଚଲାଉ ଥିଲେ। ବସ୍ ଯେବେ ରୋହଦ ଟୋଲ୍ ପ୍ଲାଜାରେ ପହଞ୍ଚିଲା ତ ଡ୍ରାଇଭର ବିଶ୍ୱଜିତ୍ ଟୋଲ୍ ନଦେଇ ବସ୍କୁ ନେଇ ଫେରାର ହେଉ ଥିଲେ। ବସ୍କୁ ରୋକିବାକୁ ଯେବେ କପିଲ ବସ ଆଗରେ ଠିଆ ହୋଇ ଗଲେ , ସେ ତାକୁ ସିଧା ଧକ୍କା ଦେଇ ଚଢି ଯାଇ ଥିଲା। ବସ୍ ନେଇ ଫେରାର ହୋଇଗଲେ। ଗୁରୁତର ରୂପେ ଆହତ କପିଲଙ୍କୁ ପିଜିଆଇ ଅଣାଗଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ। ସୂଚନା ପାଇଁ ସ୍ଥାନୀୟ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା ଏବଂ ମୃତଦେହକୁ କବଜାକୁ ନେଇ ପୋଷ୍ଟମର୍ଟମପାଇଁ ପଠାଇ ଦେଇଦେଲେ । ପୁଲିସ ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗରେ କେସ୍ ରୁଜୁ କରି କାର୍ଯ୍ୟାନୁଷ୍ଠାନ ନେବ।

ପୂରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଫୁଟେଜ୍ରେ ବସ୍ ଡ୍ରାଇଭର ଟୋଲ୍ କର୍ମୀଙ୍କୁ ଧକ୍କା ମାରିବାର ନଜର ଆସୁଛି। ସିସିଟିଭି ଆଧାରରେ ପୁଲିସ ହରିଆଣା ରୋଲୱେଜ୍ ଡ୍ରାଇଭର ବିରୋଧରେ ତଦନ୍ତ ଆରମ୍ଭ କରି ଦେଇଛି।