ଭୁବନେଶ୍ୱର ୦୪/୦୬: ବିବାହ ପରେ ପ୍ରତିଟି ମହିଳା ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ । ସେ ନିଜ ଘର ଛାଡି ଏକ ନୂଆ ଘରକୁ ଆପଣାର କରେ, ଯାହା ଅନେକ ସମୟରେ ଆଦୌ ସହଜ ହୋଇ ନଥାଏ । ଯଦି ଏହି ସ୍ଥିତିରେ ଶାଶୁଶ୍ୱଶୁରଙ୍କ ସହ ସମ୍ପର୍କ ବିଗିଡ଼ିଯାଏ, ତେବେ ସମସ୍ୟା ଆହୁରି ବଢିଚାଲେ । ବିବାହ ପରେ ଝିଅକୁ ନିଜ ସ୍ୱାମୀ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହ ଆଡଜଷ୍ଟ କରିବା କୌଣସି ଚ୍ୟାଲେଞ୍ଜଠାରୁ କମ୍ ନୁହେଁ । ସ୍ୱାମୀଙ୍କ ସହ ନିଜ ଭାବନାକୁ ସେୟାର କରି ପରିସ୍ଥିତିକୁ ଅନୁକୂଳ କରାଯାଇପାରେ । କିନ୍ତୁ ଶାଶୂଶ୍ୱଶୁର ଓ ନଣନ୍ଦଙ୍କ ସହ ଯଦି ତାଳମେଳ ନ ପଡେ, ତେବେ ଆଡ୍ଜଷ୍ଟ କରିବାରେ ସମସ୍ୟା ଆସିଥାଏ । ଅବଶ୍ୟ କିଛିଟା ସମଝଦାରୀ ରଖିପାରିଲେ ପରିବାରରେ ସନ୍ତୁଳନ ରଖିବା ସମ୍ଭବ ହୋଇପାରିବ । ଯଦି ଶାଶୁଶ୍ୱଶୁରଙ୍କୁ ନେଇ କୌଣସି ସମସ୍ୟା ରହିଥାଏ, ତେବେ ନିମ୍ନ ଟିପ୍ସ ଆପଣମାନଙ୍କ ପାଇଁ...
ସୀମା ନିର୍ଦ୍ଧାରିତ କରନ୍ତୁ :
ଶାଶୁଶ୍ୱଶୁରଙ୍କ ସହ କେମିତି ବ୍ୟବହାର କରିବେ, ପିଲାର ଲାଳନପାଳନ ଓ ଅଫିସ୍ ଯିବା ଆଦି ବିଷୟରେ ନିଜର ସୀମା ନିଜେ ନିର୍ଦ୍ଧାରଣ କରିବା ଉଚିତ୍ । ନିଜ ନିର୍ଦ୍ଧାରିତ ସୀମାକୁ ଶାଶୂଶ୍ୱଶୁରଙ୍କ ଆଗରେ ସଫା ଭାବେ କହିଦେବା ଉଚିତ୍ । ଅବଶ୍ୟ ପ୍ରଥମେ ଖରାପ ଲାଗିବ । କିନ୍ତୁ ଏହାଦ୍ୱାରା ସେମାନଙ୍କ ସହ ଦୀର୍ଘଦିନ ଯାଏ ରହିବା ସମ୍ଭବ ହୋଇଥାଏ ।
ସାଥୀଙ୍କୁ ଏହି ମାମଲାରେ ଟାଣନ୍ତୁନି :
ଶାଶୂଶ୍ୱଶୁର ଓ ଲକ୍ଷ୍ୟସ୍ଥଳ ଭିତରେ ସ୍ୱାମୀଙ୍କୁ ଆଦୌ ଟାଣନ୍ତୁନି । କିନ୍ତୁ ଧ୍ୟାନ ରଖିବା ଉଚିତ୍, ଯେପରି ସ୍ୱାମୀ ଓ ଶାଶୂଶ୍ୱଶୁରଙ୍କ ଭାବନା ଆହତ ନ ହେବ । ସେମାନଙ୍କ ଆଗରେ ନିଜର ପକ୍ଷ ଉପସ୍ଥାପନ କରିବା ସମୟରେ ଉଚ୍ଚ ସ୍ୱରରେ ନୁହେଁ, ଦୃଢତାର ସହ କଥା କହିବା ଆବଶ୍ୟକ । ଏସବୁ କଥାରେ ସ୍ୱାମୀଙ୍କୁ ଟାଣିବା ଅନୁଚିତ୍ । ବରଂ ନିଜ ହିସାବରେ ସମାଧାନ କରିବାକୁ ପ୍ରୟାସ କରନ୍ତୁ ।
ଭଲ ଶ୍ରୋତା ହୁଅନ୍ତୁ :
ଶାଶୂଶ୍ୱଶୁରଙ୍କୁ ମହତ୍ତ୍ୱ ଦେଇ ସେମାନଙ୍କ ରାୟ ନେବା ସହ ଅନୁଭବ ପଚାରନ୍ତୁ । ସବୁ କଥାରେ ଜବାବ୍ ଦେବା ଆଦୌ ଜିତିବ ନୁହେଁ । ବରଂ ଏହା ହୀନ ମାନସିକତାକୁ ଦର୍ଶାଇଥାଏ । ଆପଣଙ୍କ ଭାବନା ଶାଶୂଶ୍ୱଶୁରଙ୍କ ଭାବନା ସହ ତାଳମେଳ ନ ପଡିବା ସ୍ୱାଭାବିକ । କାରଣ ଉଭୟ ଭିନ୍ନ ଭିନ୍ନ ପରିବାର ଓ ପରିବେଶରେ ବଢିଛନ୍ତି । ତେଣୁ ନିଜର ମତ ଅନ୍ୟ ଉପରେ ଥୋପିବା ପରିବର୍ତ୍ତେ ସେମାନଙ୍କ କଥା ସବୁ ଶୁଣନ୍ତୁ କିନ୍ତୁ ଆବଶ୍ୟକ ମୁତାବକ କାମ କରନ୍ତୁ । ନିଜର ସମସ୍ୟା ସେମାନଙ୍କୁ ବୁଝାନ୍ତୁ, ସେମାନେ ଅବଶ୍ୟ ବୁଝିବେ । ଯଦି ନ ବୁଝୁଛନ୍ତି, ତେବେ ନିଜକୁ ପ୍ରତିପାଦିତ କରିବା ପରିବର୍ତ୍ତେ କିଛି ସମୟ ପାଇଁ ଚୁପ୍ ରହିଯାଆନ୍ତୁ ।
ଆହୁରି ପଢ଼ନ୍ତୁ...Digital World: ସମୟ ପୂର୍ବରୁ ବୁଢ଼ା କରିଦେଉଛି ଡିଜିଟାଲ୍ ଦୁନିଆ, ବିଗାଡୁଛି ଶରୀର ଗଠନ, ସୃଷ୍ଟି କରୁଛି ଅନେକ ସମସ୍ୟା
ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ :
ଶାଶୂଶ୍ୱଶୁରଙ୍କ ସ୍ୱାସ୍ଥ୍ୟର ଧ୍ୟାନ ନିଶ୍ଚୟ ରଖନ୍ତୁ । କାରଣ ସେମାନେ ଆପଣଙ୍କ ବାପାମା’ଙ୍କ ପରି । ତେଣୁ ସେମାନଙ୍କ ସେବା ମଧ୍ୟ ଆପଣଙ୍କ ଦାୟିତ୍ୱ । ଯେତେ ମତାନ୍ତର ହେଲେ ମଧ୍ୟ ସ୍ୱାସ୍ଥ୍ୟରେ ଅବହେଳା ଆଦୌ କରନ୍ତୁନି ।
ନିଜର ମାନସିକ ସ୍ଥିତିକୁ ଗୁରୁତ୍ୱ :
ସମସ୍ତ ଶୈଳୀ ଆପଣାଇବା ପରେ ଯଦି ଶାଶୂଶ୍ୱଶୁର ଆପଣଙ୍କ ସହ ଭୁଲ୍ ବ୍ୟବହାର କରୁଥାନ୍ତି । ତେବେ ପରିବାର ସହ ବସି କଠୋରତାର ସହ ବିଚାର କରି ବାଟ ବାହାର କରାଯିବା ଆବଶ୍ୟକ । ମନ ଭିତରେ ରାଗ ରଖି ନିଜର ମାନସିକ ସ୍ଥିତି ବିଗାଡିବା ଅନୁଚିତ୍ । ବରଂ ପରିବାର ସଦସ୍ୟଙ୍କ ସହ କଥା ହୋଇ ବୁଝାମଣା କରିନିଅନ୍ତୁ ।