କଟକ, ୨୪।୯ : ନର୍ସିଂ କର୍ମଚାରୀ ସଂଘ ବୁଧବାର ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ। ୧୦ ଦଫା ଦାବୀ ନେଇ ନର୍ସିଙ୍ଗ ଅଫିସର ସଂଘ ଆନ୍ଦୋଳନ ପାଇଁ ପ୍ରସ୍ତୁତି କରିଛି। କେବଳ ଜରୁରୀକାଳୀନ ସ୍ଥାନ ଆଇସିୟୁ, ଲେବର ରୁମରେ ନର୍ସିଂ ଅଫିସର କାମ କରିବେ। ତେବେ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ଫଳରେ ଏହା ସ୍ବାସ୍ଥ୍ୟସେବା ଉପରେ ପ୍ରଭାବ ପକାଇବ।
ଅନ୍ୟପକ୍ଷରେ ରାଜ୍ୟ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି, ତେଣୁ ପ୍ରସ୍ତାବିତ ଆନ୍ଦୋଳନ ସ୍ଥଗିତ ରଖିବା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଅନୁରୋଧ କରିଛନ୍ତି । ସରକାର ସବୁ ପ୍ରକାରର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।