ପ୍ରମୂଖ ଖବର
  • ଗୁଳି ମାଡ଼ରେ ଏନସିପି ନେତା ବାବା ସିଦ୍ଦିକି ମୃତ
  • ||
  • ସମ୍ମାନ ବଞ୍ଚାଇ ପାରିଲା ନାହିଁ ବାଂଲାଦେଶ, ୧୩୩ ରନ୍‌ରେ ହରାଇଲା ଭାରତ
  • ||
  • ସୁଭଦ୍ରାରେ ତ୍ରୁଟି ଥିଲେ ଯିବ ଫୋନ୍‌ କଲ୍‌, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ମିଳିବ ଟଙ୍କା
  • ||
  • ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା, ମହାସ୍ନାନ କରିଲେ ମହାପ୍ରଭୁ
  • ||
  • ଦରମଗାଡ ନଦୀରେ ଭାସି ନିଖୋଜ ହୋଇଥିଲେ ମହିଳା, ଉଦ୍ଧାର ହେଲା ମୃତଦେହ
  • ||
  • ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଖୁବ୍‌ ଶୀଘ୍ର କମିବ ଦର
  • ||
  • ଭୁବନେଶ୍ୱର : ପାର୍ବଣରେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ‘ଅପରେସନ ତ୍ରିଭୁଜ’
  • ||
  • ବଣାଇ : ପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା କାର୍‌, ବ୍ୟକ୍ତି ମୃତ
  • ||
  • କଟକରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ପାଇଁ କଲେ ସୁଖ ଏବଂ ସମୃଦ୍ଧି କାମନା
  • ||
  • ସମ୍ୱଲପୁର : ମହାନଦୀରେ ଦୁଇ ନାବାଳକ ଭାସିଯିବା ଘଟଣା: ୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ଯାଜପୁର : ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି, ମା'ଙ୍କ ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମଣ୍ଡପରେ ମା’ଙ୍କ ମହାନବମୀ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
  • ||

ତିରୁପତି ମନ୍ଦିରର ଲଡୁ ବିବାଦରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମାଗିଲେ ରିପୋର୍ଟ , କହିଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ : ଦେଶର ପ୍ରମୁଖ ଶ୍ରଦ୍ଧା ଓ ଭକ୍ତିର ସ୍ଥାନ ଗୁଡ଼ିକ ମଧ୍ୟରେ ଗୋଟିଏ ତିରୁପତି ମନ୍ଦିର। ଏଠାରେ ମିଳୁଥିବା ପ୍ରସାଦର ଲଡୁରେ ମାଛ ତେଲ ଓ ଘୁଷୁରୀ ଚର୍ବି ଭଳି ଜିନିଷ ଥିବାର ଜଣାପଡ଼ିବା ପରେ, ମାମଲା ସରଗରମ ହୋଇଛି। ଲ୍ୟାବ୍‌କୁ ପଠାଯାଇ ଥିବା ଲଡୁରୁ ଏହା ସ୍ପଷ୍ଟ ହୋଇଛି କି, ଯେଉଁ ଘିଅ ବ୍ୟବହାର କରି ଏହି ପ୍ରସାଦ ତିଆରି କରାଯାଏ , ଏଥିରେ ଗୋ ମାଂସ ଚର୍ବି , ଘୁଷୁରୀ ଚର୍ବି ଓ ମାଛ ତେଲର ଅଂଶ ରହିଛି। ଏହି ରିପୋର୍ଟ ଆନ୍ଧ୍ର ପ୍ରଦେଶର ରାଜନୀତିରେ ଭୂମିକମ୍ପ ସୃଷ୍ଟି କରିଛି। 

ଏହା ବ୍ୟତୀତ ପୂରା ଦେଶରେ ହିଁ ଏହି କଥାର ଚର୍ଚ୍ଚା ହେଉଛି କି କେମିତି ତିରୁପତିର ପ୍ରସାଦର ଶୁଦ୍ଧତାରେ ସାଲିସ୍ କରାଯାଇଛି । ଏହା କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସ ସହ ଖେଳା ଯାଇଛି। ଏହି ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଲଡୁ ବିବାଦ ଉପରେ ଆନ୍ଧ୍ର ପ୍ରଦେଶର ଚନ୍ଦ୍ରବାବୁ ନାଇଡୁ ସରକାରଙ୍କୁ ରିପୋର୍ଟ ମାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଶୁକ୍ରବାର ଏହି ସୂଚନା ଦେଇ କହିଛନ୍ତି ଯେ, ଆମେ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛୁ। ଏହାପରେ ଯାଞ୍ଚ କରାଯିବ ଏବଂ ଦୋଷୀଙ୍କ ବିରୋଧରେ FSSAIର ମାନକ ଅନୁସାରେ ଆକ୍ସନ ନିଆଯିବ। ହେଲେ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ ରିପୋର୍ଟ ମଗା ଯାଇଛି , ଯାଞ୍ଚ ରିପୋର୍ଟ ଆସିବା ପରେ ଆଗାମୀ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନିଆଯିବ।

ଜେପି ନଡ୍ଡା କହିଛନ୍ତି ଯେ, ଏମିତି ସୂଚନା ମିଳିଛି ଯେ, ଲଡୁରେ ଘୁଷୁରୀ ଚର୍ବି , ମାଛ ଚର୍ବି ଓ ଗୋ ମାଂସ ଚର୍ବିର ଅଂଶ ଥିବା ଘିଅ ବ୍ୟବହାର କରାଯାଇଛି। ଏନେଇ ଆମେ ରାଜ୍ୟ ସରକାରଙ୍କ ସହ କଥାବାର୍ତ୍ତା ହୋଇଛୁ। ଚନ୍ଦ୍ରବାବୁ ନାଇଡୁ ସରକାରଙ୍କୁ କହିଛୁ ଯେ ଆପଣଙ୍କ ପାଖରେ ଯାହା ବି ତଥ୍ୟ ରହିଛି ,ତାହା ସେୟାର କରନ୍ତୁ। ରିପୋର୍ଟ ଆସିବା ପରେ ଆମେ ଆକ୍ସନ ନେବୁ।

ଉଲ୍ଲେଖନୀୟ ଯେ, ଏହି ମାମଲାରେ ପୂର୍ବର ଜଗନମୋହନ ରେଡ୍ଡି ସରକାରଙ୍କୁ ଦାୟି କରାଯାଉଛି। କୁହାଯାଉଛି କି ,ତାଙ୍କ ସମୟରେ ବ୍ୟବସ୍ଥା ବଦଳି ଥିଲା ଏବଂ ସେ ଯେଉଁ ଠିକାଦାରଙ୍କୁ ଏହି କାମରେ ଲଗାଇ ଥିଲେ, ସେମାନଙ୍କ ଦ୍ୱାରା ଏହି ଗଡ଼ବଡ଼ କରାଯାଇଛି। ବର୍ତ୍ତମାନ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଜୋରସୋରରେ ହେଉଛି। ଲୋକ ଏହା ଜାଣି ଆଶ୍ଚର୍ଯ୍ୟ ହେଉଛନ୍ତି କି , କେମିତି ଭାବେ ଭକ୍ତି ଓ ବିଶ୍ୱାସ ସହ ଖେଳା ଯାଇ ପାରେ। ପ୍ରସାଦରେ କେମିତି ଆମିଷ ଭଳି ଜିନିଷକୁ ସାମିଲ କରାଯାଏ ପାରେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.