ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଝାଡ଼ଖଣ୍ଡ ନିର୍ବାଚନ: ଆସିଲା ଏକଜିଟ୍‌ ପୋଲ୍‌, ଏନଡିଏ ଓ ଇଣ୍ଡି ମେଣ୍ଟ ମଧ୍ୟରେ ହୋଇପାରେ କଡ଼ା ଟକ୍କର

Published By : Tapas Panda | November 20, 2024 7:32 PM

ରାଞ୍ଚି: ଝାଡ଼ଖଣ୍ଡରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ସହ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍‌ ହୋଇଛି । ଏହା ସହ ଆଜି ଏକଜିଟ ପୋଲ୍‌ ସାମ୍ନାକୁ ଆସିଛି । ଏଥର ଏନଡିଏ ଏବଂ ଇଣ୍ଡି ମେଣ୍ଟ ମଧ୍ୟରେ କଡ଼ା ଟକ୍କର ହେଉଥିବା ଏକଜିଟ୍‌ ପୋଲ୍‌ ରିପୋର୍ଟରୁ ଜଣାପଡ଼ୁଛି । ଆକ୍ସିସ୍ ମାଇଁ ଇଣ୍ଡିଆର ଏକଜିଟ୍‌ ପୋଲ୍‌ ଅନୁସାରେ, ଏନଡିଏକୁ ମାତ ଦେଇପାରେ ଇଣ୍ଡି ମେଣ୍ଟ । 

ଝାଡ଼ଖଣ୍ଡ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏକୁ ୨୫ ଆସନ ମିଳୁଥିବା ବେଳେ ଇଣ୍ଡି ମେଣ୍ଟର ଖାତାକୁ ୫୩ ଆସନ ଯାଇପାରେ । ଅନ୍ୟ ଦଳଗୁଡ଼ିକୁ ମିଳିପାରେ ୩ଟି ଆସନ ।  ୮୧ ବିଧାନସଭା ଆସନ ବିଶିଷ୍ଟ ଝାଡ଼ଖଣ୍ଡରେ ସରକାର ଗଢ଼ିବାକୁ ହେଲେ ୪୨ ଟି ଆସନ ଆବଶ୍ୟକ । ସେହିଭଳି ମ୍ୟାଟ୍ରିଜ୍‌ର ଏକଜିଟ ପୋଲ୍‌ ଅନୁସାରେ, ୪୨-୪୭ଟି ଆସନ୍‌ରେ ବିଜୟୀ ହୋଇପାରେ ଏନଡିଏ । ସେହିଭଳି ଇଣ୍ଡି ମେଣ୍ଟକୁ ୨୫-୩୦ ଆସନ୍‌ ମିଳିବାକୁ ଥିବା ବେଳେ ଅନ୍ୟ ଦଳଙ୍କ ଖାତାକୁ ୧-୪ ଆସନ ଯାଇପାରେ । 

ପିପୁଲ୍ସ ପଲ୍‌ସ:

ଏନଡିଏ: ୪୪- ୫୩

ଇଣ୍ଡି ମେଣ୍ଟ: ୨୫-୩୭

ଅନ୍ୟ: ୫-୯

ଟାଇମ୍ସ ନାଓ- ଜେଭିସି:

ଏନଡିଏ: ୪୦-୪୪

ଇଣ୍ଡି ମେଣ୍ଟ: ୩୦-୪୦

ଅନ୍ୟ: ୧-୧ 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.