ରାଞ୍ଚି: ଝାଡ଼ଖଣ୍ଡରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ସହ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍‌ ହୋଇଛି । ଏହା ସହ ଆଜି ଏକଜିଟ ପୋଲ୍‌ ସାମ୍ନାକୁ ଆସିଛି । ଏଥର ଏନଡିଏ ଏବଂ ଇଣ୍ଡି ମେଣ୍ଟ ମଧ୍ୟରେ କଡ଼ା ଟକ୍କର ହେଉଥିବା ଏକଜିଟ୍‌ ପୋଲ୍‌ ରିପୋର୍ଟରୁ ଜଣାପଡ଼ୁଛି । ଆକ୍ସିସ୍ ମାଇଁ ଇଣ୍ଡିଆର ଏକଜିଟ୍‌ ପୋଲ୍‌ ଅନୁସାରେ, ଏନଡିଏକୁ ମାତ ଦେଇପାରେ ଇଣ୍ଡି ମେଣ୍ଟ । 

ଝାଡ଼ଖଣ୍ଡ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏକୁ ୨୫ ଆସନ ମିଳୁଥିବା ବେଳେ ଇଣ୍ଡି ମେଣ୍ଟର ଖାତାକୁ ୫୩ ଆସନ ଯାଇପାରେ । ଅନ୍ୟ ଦଳଗୁଡ଼ିକୁ ମିଳିପାରେ ୩ଟି ଆସନ ।  ୮୧ ବିଧାନସଭା ଆସନ ବିଶିଷ୍ଟ ଝାଡ଼ଖଣ୍ଡରେ ସରକାର ଗଢ଼ିବାକୁ ହେଲେ ୪୨ ଟି ଆସନ ଆବଶ୍ୟକ । ସେହିଭଳି ମ୍ୟାଟ୍ରିଜ୍‌ର ଏକଜିଟ ପୋଲ୍‌ ଅନୁସାରେ, ୪୨-୪୭ଟି ଆସନ୍‌ରେ ବିଜୟୀ ହୋଇପାରେ ଏନଡିଏ । ସେହିଭଳି ଇଣ୍ଡି ମେଣ୍ଟକୁ ୨୫-୩୦ ଆସନ୍‌ ମିଳିବାକୁ ଥିବା ବେଳେ ଅନ୍ୟ ଦଳଙ୍କ ଖାତାକୁ ୧-୪ ଆସନ ଯାଇପାରେ । 

ପିପୁଲ୍ସ ପଲ୍‌ସ:

ଏନଡିଏ: ୪୪- ୫୩

ଇଣ୍ଡି ମେଣ୍ଟ: ୨୫-୩୭

ଅନ୍ୟ: ୫-୯

ଟାଇମ୍ସ ନାଓ- ଜେଭିସି:

ଏନଡିଏ: ୪୦-୪୪

ଇଣ୍ଡି ମେଣ୍ଟ: ୩୦-୪୦

ଅନ୍ୟ: ୧-୧