ଭୁବନେଶ୍ୱର,୦୬/୦୮: ଖାଇବାକୁ ଦେଉ ନଥିଲେ । ଏପରିକି ଦରମା ମଧ୍ୟ ଦେଉ ନଥିଲେ । ଦରମା ମାଗି ମାଗି ଥକି ଯାଇଥିଲେ ବାର୍ ଗାର୍ଲ । ଟଙ୍କା ପାଇଁ ଜିଦ୍ ଧରିବାରୁ ବାର୍ ମାଲିକ ସେମାନଙ୍କୁ ତାଲା ପକାଇ ଦେଇଥିଲା । ଏମିତି ଘଟଣା ଦେଖିବାକୁ ମିଳିଛି ଧଉଳି ଥାନା ଲିଙ୍ଗିପୁର ଅଞ୍ଚଳରେ । ଖବର ପାଇ ପୁଲିସ୍ ୪ ଜଣ ବାର୍ ଗାର୍ଲଙ୍କୁ ଉଦ୍ଧାର କରିଛି । ଏହି ଘଟଣା ପରେ ବାର୍ ମାଲିକ ଫେରାର ହୋଇଯାଇଛି । ପୁଲିସ୍ ବାର୍ ମ୍ୟାନେଜରଙ୍କୁ ଡାକି ଘଟଣା ବିଷୟରେ ଜଣାଇବା ସହ ତୁରନ୍ତ ସେମାନଙ୍କ ଦରମା ଦେବାକୁ କହିଛି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ଉଦ୍ଧାର ହୋଇଥିବା ୪ ଜଣ ବାର୍ ଗାର୍ଲକୁ ପୁଲିସ୍ ସୁଧାର ଗୃହରେ ଛାଡ଼ିଛି । ଯଦି ବାର୍ ମ୍ୟାନେଜର ଦରମା ନ ଦିଅନ୍ତି ତା’ ହେଲେ ସେମାନଙ୍କୁ ବିରୋଧରେ ବାର୍ ଗାର୍ଲ ଏତଲା ଦେବେ ବୋଲି କହିଛନ୍ତି ।
୫୦ ଦିନ ପରେ ବି ଘୋଷଣା ହୋଇପାରୁନି ପିସିସି: ଖାଁ ଖାଁ...