ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ବାଙ୍କୀ କଚେରି ପଡ଼ିଆରେ ହାଇଡ୍ରାମା, ଖଣ୍ଡା ବୁଲାଇ ପୋଲିସକୁ ଆକ୍ରମଣ

ବାଙ୍କୀ, ୦୧/୦୯ : ଖଣ୍ଡା ବୁଲାଇ ପୋଲିସକୁ ଆକ୍ରମଣ। କଟକ ଜିଲ୍ଲା ବାଙ୍କୀ କଚେରି ପଡ଼ିଆରେ ହାଇଡ୍ରାମା। ଶୁକ୍ରବାର ସକାଳ ପ୍ରାୟ ସାଢେ଼ ୧୦ଟାରେ ଜଣେ ଯୁବକ ହାତରେ ଏକ ଖଣ୍ଡା ଓ ବାମ ହାତରେ ଗୋଟିଏ ମାର୍ତୁଲ ଧରି ସାରା ବାଙ୍କୀ ବଜାରରେ ଆତଙ୍କ ଖେଳାଇଥିଲେ। କଲେଜ ନିକଟରେ ଥିବା ବ୍ୟାଙ୍କ ଏଟିଏମ୍ ମଧ୍ୟ ଭଙ୍ଗାରୁଜା କରିଥିଲେ । ଏହି ଖବର ପାଇବା ପରେ ବାଙ୍କୀ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ସେହି ସ୍ଥାନକୁ ଯାଇଥିବା ବେଳେ ତାଙ୍କୁ ପାଇନଥିଲା । ପରେ ଉକ୍ତ ଯୁବକ ପୁନଶ୍ଚ କଚେରୀ ପଡ଼ିଆ ଠାରେ ଏଭଳି ଖଣ୍ଡା ବୁଲାଇ ଲୋକମାନଙ୍କୁ ଭୟଭୀତ କରିବା ସହିତ ଗାଳିଗୁଲଜ କରୁଥିବା ବେଳେ ପୋଲିସ ସେଠାରେ ପହଞ୍ଚିଥିଲା । 

ତେବେ ଯୁବକ ଜଣକ ପୋଲିସକୁ ଦେଖିବା କ୍ଷଣି ଆହୁରି ଉତ୍ତେଜିତ ହୋଇ ପଡ଼ିଥିଲା । ହାତରେ ଧରିଥିବା ଏକ ଖଣ୍ଡାରେ ଜଣେ ପୋଲିସକୁ ହାଣି ଦେବାକୁ ଗୋଡ଼ାଇଥିଲା । ସଂପୃକ୍ତ ପୋଲିସ ସୌଭାଗ୍ୟ ବଶତଃ ବର୍ତ୍ତି ଯାଇଥିଲେ। ପ୍ରାୟ ଦେଢ ଘଣ୍ଟା ଧରି କଚେରୀ ପଡ଼ିଆରେ ଏହି ହାଇଡ୍ରାମା ଚାଲିଥିବା ବେଳେ ଶହ ଶହ ଲୋକ ସେଠାରେ ପହଞ୍ଚି ଥିଲେ । କେତେକ ବନ୍ଧୁକଧାରୀ ପୋଲିସକୁ ଦେଖିବା କ୍ଷଣି ତାର ରାଗ ପୁଣି ପଞ୍ଚମରେ ପହଞ୍ଚି ଯାଇଥିଲା । 

ଯୁବକ ଜଣଙ୍କ ବାଙ୍କୀ ବିଜେଡି ବିଧାୟକ, ପୂର୍ବତନ ବିଧାୟକ, ବିଜେପି ନେତାଙ୍କ ନାମ ନେଇ ଅନେକ ଗାଳିମନ୍ଦ କରୁଥିବା ବେଳେ ଉପସ୍ଥିତ ଥିବା ପୋଲିସ କେବଳ ନିରବଦ୍ରଷ୍ଟା ସାଜିଥିଲା। ଏହି ଯୁବକଙ୍କ ନାମ ସରୋଜ ଦାସ ବୋଲି କୁହାଯାଉଛି। ତାଙ୍କ ଘର ସ୍ଥାନୀୟ ହରିରାଜପୁରରେ ବୋଲି ସେଠାରେ କେତେକ ବ୍ୟକ୍ତି କହିଛନ୍ତି। କୁହାଯାଉଛି ସରୋଜ ଏକ ଗାଡି କିଣିଥିବା ବେଳେ ଗାଡି ବିକ୍ରେତା ତାଙ୍କୁ କୌଣସି କାଗଜପତ୍ର ଆଜି ପର୍ଯ୍ୟନ୍ତ ଦେଉନାହାଁନ୍ତି । ପୋଲିସକୁ ଜଣାଇବା ସତ୍ୱେ ଏହାର ସମାଧାନ ହେଉନାହିଁ । ତେଣୁ ବାଧ୍ୟ ହୋଇ ଏଭଳି କାଣ୍ଡ କରିଥିବା କୁହାଯାଉଛି । ସେ ପୂର୍ବରୁ ସେନାରେ ଚାକିରି କରିଥିଲେ ।

PrameyaOdia
prameyanews
prameya

Copyright © 2022 - Summa Real Media Private Limited. All Rights Reserved.