ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟବାଣୀର ପ୍ରଭାବ ! ହାଇକମାଣ୍ଡଙ୍କୁ ଅବମାନନା କରୁଛି ହିମାଚଳ କଂଗ୍ରେସ

ଶିମଳା : କଂଗ୍ରେସ ପାର୍ଟିରେ ଏଣ୍ଟ୍ରିକୁ ନେଇ କଥା ନମିଶିବା ପରେ ସାଇଡ୍ ହୋଇ ସାରିଥିବା ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଥିଲେ କି, ଚିନ୍ତନ ଶିବିରରୁ କଂଗ୍ରେସର କିଛି ଭଲ ହେବ ନାହିଁ। ସଂଯୋଗ ଦେଖ, ଉଦୟପୁରରେ ଚିନ୍ତନ ଶିବିର ସଂପନ୍ନ ହେବାର ଏବେ କିଛି ଦିନ ହୋଇଛି ଏବଂ ହିମାଚଳରେ ପିକେଙ୍କ କଥା ସଠିକ୍ ସାବ୍ୟସ୍ତ ହୋଇଛି।
କଂଗ୍ରେସ ହାଇକମାଣ୍ଡଙ୍କ ଆଦେଶ ଅନୁସାରେ ରାଜ୍ୟ ସ୍ତରୀୟ ଚିନ୍ତନ ଶିବିରକୁ ହିମାଚଳ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପ୍ରତିଭା ସିଂହ ଏଡ଼େଇ ଦେଇଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଚିନ୍ତନ ଶିବିର ସଂପର୍କରେ କୌଣସି ନିଷ୍ପତ୍ତି ସ୍ଥିର ହୋଇନାହିଁ। ଏଠାରେ ଏହି ମାମଲା ଏବେ ଏଥିପାଇଁ ମହତ୍ତ୍ୱପୂର୍ଣ୍ଣ , କାରଣ ଚଳିତ ବର୍ଷ ଶେଷରେ ନିର୍ବାଚନ ହେବାକୁ ଅଛି ଏବଂ କଂଗ୍ରେସ ହାଇକମାଣ୍ଡ ରାଜ୍ୟରେ ପାର୍ଟିର ବାସ୍ତବତାକୁ ସାମ୍ନା କରିବାକୁ ଚାହୁଁଛନ୍ତି।
ରାଜସ୍ଥାନର ଉଦୟପୁରରେ ଚିନ୍ତନ ଶବିର ବେଳେ କଂଗ୍ରେସ ହାଇକମାଣ୍ଡ ଆଦେଶ ଶୁଣାଇ ଥିଲେ କି , ସବୁ ରାଜ୍ୟ ଗୁଡ଼ିକରେ ଦଳର ରାଜ୍ୟସ୍ତରୀୟ ଚିନ୍ତନ ଶିବିର ଆୟୋଜିତ ହେବ। ଅଲ୍ ଇଣ୍ଡିଆ କଂଗ୍ରେସ ୱାକିଂ କମିଟିର ନିଷ୍ପତ୍ତି କି, ଆଗାମୀ ୧ ଓ ୨ ଜୁନ୍ରେ ସବୁ ରାଜ୍ୟରେ ରାଜ୍ୟ ସ୍ତରୀୟ ଚିନ୍ତନ ଶିବିର ଆୟୋଜିତ ହେଉ। ଏଥିରେ ଉଦୟପୁର ଚିନ୍ତନ ଶିବିରରେ ନିଆଯାଇ ଥିବା ନିଷ୍ପତ୍ତି ଓ ଘୋଷଣାର କାର୍ଯ୍ୟକାରିତା ଓ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ଆଲୋଚନା ସାମିଲ ରହିଛି । ଆଦେଶ ମୁତାବିକ , ରାଜ୍ୟ ସ୍ତରୀୟ ଚିନ୍ତନ ଶିବିରରେ ରାଜ୍ୟ କାର୍ଯ୍ୟକାରିଣୀ ବ୍ୟତୀତ ରାଜ୍ୟ ପ୍ରଭାରୀ , ସହ ପ୍ରଭାରୀ , କଂଗ୍ରେସ ବିଧାୟକ ଓ ଜିଲ୍ଲା ଅଧ୍ୟକ୍ଷଙ୍କ ଉପସ୍ଥିତି ନିଶ୍ଚୟ ରହିବ।
ଏପଟେ, ଏଆଇସିସିର ନିଷ୍ପତ୍ତିକୁ ବିରୋଧ କରି ହିମାଚଳ ପିସିସି ମୁଖ୍ୟ ପ୍ରତିମା ସିଂହ ଜୁନ୍ ୧ ଓ ଜୁନ୍ ୨ରେ ଜିଲ୍ଲା ଓ ବ୍ଲକ ସଭାପତିଙ୍କ ସହ ବୈଠକ ସୁନିଶ୍ଚିତ କରିଛନ୍ତି , କିନ୍ତୁ ରାଜ୍ୟ ସ୍ତରୀୟ ଚିନ୍ତନ ଶିବିର ଆୟୋଜିତ ହେବ କି ନାହିଁ ସେନେଇ ଏବେ ନିଷ୍ପତ୍ତି ନିଆଯାଇ ନାହିଁ ।