ଭୁବନେଶ୍ଵର, ୧୨/୧୨ : ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଲା ସତ୍ୟବିହାର ଅଞ୍ଚଳରେ ଥିବା ହୋଟେଲ୍ ପାରାଡାଇଜ୍। ଧୂଆଁମୟ ହୋଇଗଲା ସାରା ଅଞ୍ଚଳ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୫ଟି ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ପାଖରେ ଥିବା ଫର୍ଣ୍ଣିଚର୍ ଦୋକାନକୁ ବି ନିଆଁ ବ୍ୟାପିଯାଇଛି।
ସୂଚନାନୁଯାୟୀ, ଶୁକ୍ରବାର ସକାଳେ ଭୁବନେଶ୍ଵର ସତ୍ୟବିହାର ସ୍ଥିତ ହୋଟେଲ୍ ପାରାଡାଇଜ୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ସାରା ଅଞ୍ଚଳ ଧୂଆଁମୟ ହୋଇଯାଇଛି। ପାଖରେ ଥିବା ଏକ ଫର୍ଣ୍ଣିଚର ଦୋକାନକୁ ନିଆଁ ବ୍ୟାପି ଯାଇଛି। ଖବର ପାଇ ଅଗ୍ନିଶମ ବାହିନୀର ୫ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ବିନା ଲାଇସେନ୍ସରେ ବାର୍ ଚାଲିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।