ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଦୀର୍ଘ ବର୍ଷ ଧରି ପାରାଲିସିସ୍‌ରେ ପୀଡ଼ିତ, ୧୮ ବର୍ଷ ପରେ AI ସାହାଯ୍ୟରେ କଥା କହିଲେ ମହିଳା

ନୂଆଦିଲ୍ଲୀ, ୮।୮: ଏଆଇ ଆସିବା ପରେ ଟେକ୍ନୋଲୋଜି ଜଗତରେ ଦିନକୁ ଦିନ ଅନେକ ସଫଳତା ଦେଖିବାକୁ ମିଳୁଛି । ଅନେକ ଏହାର ନକାରତ୍ମକ ପ୍ରଭାବ ବଖାଣିଲେ ତ କିଛି ଲୋକ ଏହାକୁ ଉପଯୁକ୍ତ କାର୍ଯ୍ୟରେ ଲଗାଇଛନ୍ତି । ଅଫିସ୍‌ଠୁ ଆରମ୍ଭ କରି ମେଡିକାଲ କ୍ଷେତ୍ରରେ ମଧ୍ୟ ଏହାର ସଫଳ ଯୋଗଦାନ ଦେଖିବାକୁ ମିଳୁଛି । ଏବେ ବୈଜ୍ଞାନିକଙ୍କୁ ମଧ୍ୟ ଅନେକ ସଫଳତା ମିଳିବାକୁ ଲାଗିଛି । ନିକଟରେ ଏଆଇ ଏକ ଏଭଳି କାର୍ଯ୍ୟ କରିଛି ଯାହା ପ୍ରଶଂସା ଯୋଗ୍ୟ । ଏଆଇ ସାହାଯ୍ୟରେ ୧୮ ବର୍ଷ ପରେ ଜଣେ ମହିଳା କଥା କହିବାରେ ସକ୍ଷମ ହୋଇପାରିଛନ୍ତି । ଏହି ମହିଳା ଜଣକ ହେଉଛନ୍ତି ୪୮ ବର୍ଷୀୟା ଆନ୍ ଜନ୍‌ସନ୍‌ । ୩୦ ବର୍ଷ ବୟସରେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ଯାହା ଫଳରେ ସେ ପାରାଲିସସ୍ ପୀଡ଼ିତ ହେଲେ । ଏଥିଯୋଗୁଁ ସେ କଥା କହିପାରୁନଥିଲେ । ଏପରିକି ଶ୍ୱାସକ୍ରିୟାରେ ମଧ୍ୟ ତାଙ୍କୁ ଅସୁବିଧା ହେଉଥିଲା ।

ଏବେ ଏଆଇ ତାଙ୍କ ଜୀବନ ବଦଳାଇ ଦେଇଛି । ତାଙ୍କ ମସ୍ତିଷ୍କରେ ପାଖାପାଖି ୨୫୦ଟି ଇଲେକ୍ଟ୍ରୋନିକ୍ ତାର ଇମପ୍ଲାଣ୍ଟ କରାଯାଇଛି । ଏହି ଇଲେକ୍ଟ୍ରୋନିକ୍ ତାର ମସ୍ତିଷ୍କର ସ୍ପିଚ୍ ପ୍ରୋସେସିଂ କ୍ଷେତ୍ରକୁ ଘାରି ରହିଛି । ମସ୍କିଷ୍କ ପଠାଉଥିବା ସଙ୍କେତକୁ କମ୍ପ୍ୟୁଟର ସାହାଯ୍ୟରେ ସଂଯୋଗ ଯାଇଥିଲା । ଏହାପରେ ଜନ୍‌ସନ୍‌ଙ୍କୁ କିଛି ଚିତ୍ର ଦେଖାଯାଇଥିଲା ଏବଂ ତାହା କେଉଁ ସଙ୍କେତ ସେ ବାବଦରେ ଜନ୍‌ସନ୍‌ କହିବାକୁ ସକ୍ଷମ ହୋଇଥିଲେ । ଏଆଇ ସାହାଯ୍ୟରେ ଜନ୍‌ସନ୍‌ଙ୍କ ନିଜ ମନର ଭାବ ଓ ଚିନ୍ତାଧାରା ମଧ୍ୟ ପ୍ରକାଶ କରିପାରୁଛନ୍ତି । ଏହାର ଏକ ମଧ୍ୟ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଏହି ସଙ୍କେତକୁ ଚିହ୍ନିବାକୁ ଜନ୍‌ସନ୍‌ ଏଆଇର ସାହାଯ୍ୟ ନେଇଥିଲେ । 

ଏଆଇ ଜନ୍‌ସନ୍‌ଙ୍କ ମସ୍ତିଷ୍କର ପରିଚାଳନାକୁ ନେଇ ପ୍ରତି ମିନିଟ୍‌କୁ ୮୦ଟି ଶବ୍ଦ ଅନୁବାଦ କରିଥାଏ । ଏଆଇ ଜନ୍‌ସନ୍‌ଙ୍କ ଆଖିର ଗତିବିଧିକୁ ଏଆଇ ଟ୍ରାକ୍‌ କରିଥାଏ । ରିସର୍ଚ୍ଚ ଅନୁସାରେ, ୭୫ ପ୍ରତିଶତ ସଠିକ୍ ଅନୁବାଦ କରିବାକୁ ଏଆଇ ସକ୍ଷମ ହୋଇପାରୁଛି । କମ୍ପ୍ୟୁଟରରେ ଦେଖାଉଥିବା ଏହି ଏଆଇ ମଡେଲ୍‌ ଜନ୍‌ସନ୍‌ଙ୍କ ନକଲ ମଧ୍ୟ କରୁଛି । ପୂର୍ବରୁ ଜନ୍‌ସନ୍‌ ଅନେକ ଫିଜିକାଲ୍ ଥେରାପି ନେଇଥିଲେ ମଧ୍ୟ କୌଣସି ସଫଳତା ମିଳିନଥିଲା । କିନ୍ତୁ, ବର୍ତ୍ତମାନ ଏଆଇ ତାଙ୍କୁ ନୂଆ ଜୀବନ ଦେଇଛି । ଜନ୍‌ସନ୍‌ଙ୍କର ଦୁଇଟି ପୁଅ, ଝିଅ ଥିବାବେଳେ ତାଙ୍କ ବିବାହକୁ ୨୬ ବର୍ଷ ବିତିଲାଣି । ତେବେ କିଛି ମାସ ପୂର୍ବରୁ ନେଦରଲ୍ୟାଣ୍ଡରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ଏଆଇ ସାହାଯ୍ୟରେ ଚାଲିବାକୁ ସକ୍ଷମ ହୋଇଥିଲେ ।

 

paralyzed women
Artificial Intelligence

Copyright © 2022 - Summa Real Media Private Limited. All Rights Reserved.