ନୂଆଦିଲ୍ଲୀ, ୨୯/୦୪ : ଏୟାରଲାଇନ୍ସ ସେକ୍ଟରରେ ରୋବଟର ଏଣ୍ଟ୍ରି। ବିମାନ ବନ୍ଦରରେ ଜିନିଷ ଉଠାଉଛି କୁଲି ରୋବଟ୍। ଜାପାନ ଏୟାରଲାଇନ୍ସ ଏହି ହ୍ୟୁମାନଏଡ୍ ରୋବଟ୍ କୁ ଏବେ ପରୀକ୍ଷଣ ବେସିସ୍ ରେ ନିୟୋଜିତ କରିବାକୁ ଛି। ଯାହାଦ୍ଵାରା ମ୍ୟାନ୍ ପାୱାରକୁ କମାଇ ହେବ। ମେ ମାସରେ ଏହାର ଟ୍ରାୟାଲ ଆରମ୍ଭ ହେବ। ଟୋକିଓର ହାନେଡା ବିମାନ ବନ୍ଦରରେ ଏହାକୁ ନିୟୋଜିତ କରାଯିବ। ଚାଇନିଜ୍ କମ୍ପାନୀ ଦ୍ଵାରା ନିର୍ମିତ ଏହି ରୋବଟ ଏକ ଡେମୋ ଦେଖାଯାଇଇଛି। ଏହି ଭିଡିଓରେ ରୋବଟ୍ କାର୍ଗୋକୁ ଧକ୍କା ଦେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।

​​​​​​​

ୟୁନିଟ୍ରି ରୋବୋଟିକ୍ସ ୧୩୦ ସେମି ଲମ୍ବ ବିଶିଷ୍ଟ ଏହି ରୋବଟକୁ ବିକଶିତ କରିଛି। ଏହି ରୋବଟ ଲଗାତର ୨ ରୁ ୩ ଘଣ୍ଟା ଯାଏଁ କାମ କରିପାରିବ। ଆଗାମୀ ଦିନରେ ବିମାନ ବନ୍ଦରରେ ଜିନିଷ ଉଠାଇବା, ସଫେଇ କାମ କରିବା ଆଦି କାମରେ ବ୍ୟବହାର କରିବାକୁ ଲକ୍ଷ୍ୟ ରଖାଯାଇଛି।

ଜାପାନ ଏବେ ଦ୍ରୁତ ଗତିରେ ବୁଢା ହେବାରେ ଲାଗିଛି। ବିମାନ ବନ୍ଦରରେ ଶ୍ରମିକଙ୍କ ବୋଝ କମାଇବା ଲାଗି ରୋବଟକୁ ଏୟାରଲାଇନ୍ସରେ ନିୟୋଜିତ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଜାପାନର ନ୍ୟାସନାଲ ଟୁରିଜିମ୍ ସଂସ୍ଥାର ରିପୋର୍ଟ ଅନୁସାରେ ୨୦୨୬ର ପ୍ରଥମ ଦୁଇ ମାସରେ ୭୦ ଲକ୍ଷରୁ ଅଧିକ ଲୋକ ଜାପାନ ଆସିଛନ୍ତି। ଗତ ବର୍ଷ ଏହି ସଂଖ୍ୟା ୪.୨୭ କୋଟି ଥିଲା। ଜାପାନରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଥିବାରୁ ବିଭିନ୍ନ ସେକ୍ଟରରେ ମାନବ ସମ୍ବଳର ଅଭାବ ହେଉଛି।

ଏହି ଖବରଟିକୁ ପଢନ୍ତୁ- କୁୱେତରୁ ବହରିନ... କାହିଁକି ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ଛଡ଼ାଇ ନେଉଛନ୍ତି ନିଜ ଲୋକଙ୍କର ନାଗରିକତା?