ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆକ୍ସନ ମୋଡ଼ରେ କୂଳଡ଼ିହା ବନବିଭାଗ, ପୁଣି ବନ୍ଧୁକ ଶହ ଜଣେ ଶିକାରୀ ଗିରଫ

ନୀଳଗିରି, ୨୩।୦୩ : ଆକ୍ସନ ମୋଡ଼ରେ କୂଳଡ଼ିହା ବନବିଭାଗ। କୂଳଡ଼ିହା ଅଭୟାରଣ୍ୟରେ କମ୍ବିଂ ଅପରେସନ ବେଳେ ପୁଣି ବନ୍ଧୁକ ଶହ ଜଣେ ଶିକାରୀ ଗିରଫ ହୋଇଛନ୍ତି। ଅଶୋକନାଳ ଅଞ୍ଚଳରେ ବରମପୁର ପୋଲିସ ଓ କୂଳଡିହା ବନବିଭାଗର ମିଳିତ ଚଢାଉ ବେଳେ ଶିକାରୀ ଜଣଙ୍କ ଧରା ପଡ଼ିଛନ୍ତି। ଏପର୍ଯ୍ୟନ୍ତ ୧୫ ଜଣ ଶିକାରୀ ସମେତ ବନ୍ଧୁକ ତିଆରି କାରଖାନା ମାଲିକ ଗିରଫ ହୋଇଛନ୍ତି। ଏହା ସହ ୧୮ ଟି ବନ୍ଧୁକ ଜବତ ହୋଇଥିବା ସୂଚନା ମିଳିଛି। 

ସୂଚନାନୁଯାୟୀ, ସୋମବାର ମଧ୍ୟରାତିରେ କୂଳଡ଼ିହା ଅଭୟାରଣ୍ୟରେ ପାଟ୍ରୋଲିଂ କରିବା ସମୟରେ ଦୁଇ ବନ କର୍ମଚାରୀଙ୍କୁ ଆକ୍ରମଣ ପରେ ବନ ବିଭାଗ ଆକ୍ସନ ମୋଡ୍‌କୁ ଆସିଛି। ମଙ୍ଗଳବାର ଭୋର ସମୟରେ ନୀଳଗିରି ପୋଲିସ ଏବଂ ବନବିଭାଗ ମିଳିତ ଚଢାଉ କରି ଔପଦ ବ୍ଲକ କାଣ୍ଡଗରଡି ପଞ୍ଚାୟତ ମଲ୍ଲିବଣିଆ ଗାଁର ଜଗବନ୍ଧୁ ସିଂ ନାମକ ବ୍ୟକ୍ତିଙ୍କ ଘରୁ ୪ରୁ ଅଧିକ ଦେଶୀ ବନ୍ଧୁକ,  ଲୁହା ବ୍ୟାରେଲ ସହ ବନ୍ଧୁକ ତିଆରି ସରଞ୍ଜାମ, ଦେଶୀ ପିସ୍ତଲ ମିଳିବା ପରେ ବନ୍ଧୁକ ତିଆରି କାରଖାନା ଚାଲିଥିବା ଠାବ କରାଯାଇଥିଲା। ସେହିପରି ଶୁକ୍ରବାର ରାତିରେ ବରହମପୁର ପୋଲିସ ସହାୟତାର ସୀମାନ୍ତ ଗାଁ ଗୁଡିକରେ ଅତର୍କିତ ଚଢ଼ାଉ କରାଯାଇଥିଲା। ଟିଆକଟା ଗାଁର ରୁହ୍ୟା ସିଂ (୨୩), ଉପର ରାଉଡ଼ିଆ ଗ୍ରାମର ରବିନ କିସ୍କୁ(୨୪) ଓ ବିଂଝୁ କିସ୍କୁ (୪୫), ତଳ ରାଉଡିଆର ଶୁକୁରା ସିଂ (୨୮) କୁଟିବନ୍ଧ ଗାଁର ସୁନାରାମ ସିଂ (୩୯), ଗୌର ସିଂ (୩୦) ଏବଂ ମୁନସୀ ସିଂ (୩୦) ଙ୍କ ପାଖରୁ  ୭ଟିଦେଶୀ ବନ୍ଧୁକ ଜବତ କରାଯାଇଥିବା ବେଳେ ସମସ୍ତଙ୍କ ଗିରଫ କରାଯାଇଛି। ତେବେ ଏତେ ପରିମାଣରେ ବନ୍ଧୁକ ଜବତ ହେଉଥିବା ବେଳେ ପୋଲିସ କିମ୍ବା ବନବିଭାଗ ପାଖରେ କିଭଳି ଖୋଜ ଖବର ନଥିଲା ଏନେଇ ପ୍ରଶ୍ନ ଉଠୁଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.