ନୂଆଦିଲ୍ଲୀ: ବାଜିଲା ବିଶ୍ବ ଟି-୨୦ ବିଶ୍ବକପ୍ ବିଗୁଲ। ଘଟିଲା କଳ୍ପନାଜଳ୍ପନାର ଅନ୍ତ। ଆଇସିସି ମଙ୍ଗଳବାର ପ୍ରକାଶ କରିଛି ପୁରୁଷ ଟି-୨୦ ବିଶ୍ବକପ୍ର କ୍ରୀଡ଼ାସୂଚୀ। ଏହି ଫଟାଫଟ କ୍ରିକେଟ ମହାକୁମ୍ଭ ଅକ୍ଟୋବର ୧୭ରୁ ଆରମ୍ଭ ହୋଇ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ।
ଚଳିତ ବିଶ୍ବକପ୍ ଦୁଇଟି ପର୍ଯ୍ୟାୟରେ ଖେଳାଯିବ। ପ୍ରଥମେ ବିଶ୍ବକପ୍ର ରାଉଣ୍ଡ-୧ ମୁକାବିଲା ଅକ୍ଟୋବର ୧୭ରୁ ଅକ୍ଟୋବର ୨୨ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ସେହିପରି ସୁପର-୧୨ ମୁକାବିଲା ଅକ୍ଟୋବର ୨୩ରୁ ଆରମ୍ଭ ହୋଇ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ସେହିପରି ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମୁକାବିଲା ନଭେମ୍ବର ୧୦ ତାରିଖରେ ଖେଳାଯିବ। ଏହି ମ୍ୟାଚ୍ ଆବୁଧାବୀରେ ଖେଳାଯିବ। ସେହିପରି ଦ୍ବିତୀୟ ସେମିଫାଇନାଲ ମୁକାବିଲା ନଭେମ୍ବର ୧୧ ତାରିଖରେ ଦୁବାଇରେ ଖେଳାଯିବ। ସବୁଠୁ ବଡ଼ କଥା ହେଲା ଦୁଇ ସେମି ଫାଇନାଲ ମୁକାବିଲା ପାଇଁ ରିଜର୍ଭ ଡେ’ ରଖିଛି ଆଇସିସି। ସେହିପରି ନଭେମ୍ବର ୧୪ ତାରିଖରେ ଖେଳାଯିବ ଫାଇନାଲ ମୁକାବିଲା। ଟୁର୍ଣ୍ଣାମେଣ୍ଟର ଶେଷ ମ୍ୟାଚ୍ ଦୁବାଇ ଗ୍ରାଉଣ୍ଡରେ ଖେଳାଯିବ। ସେମି ଫାଇନାଲ ପରି ଫାଇନାଲ ମୁକାବିଲା ପାଇଁ ରିଜର୍ଭ ଡେ ରଖିଛି ବିସିସିଆଇ।
ରାଉଣ୍ଡ-୧ ମୁକାବିଲା ବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ୮ଟି ଟିମ୍ ସାମିଲ ହୋଇଛନ୍ତି। ସେମାନଙ୍କୁ ଗ୍ରୁପ୍ ଏ ଓ ଗ୍ରୁପ୍ ବିରେ ବିଭକ୍ତ କରାଯାଇଛି। ଗ୍ରୁପ୍ ଏରେ ଶ୍ରୀଲଙ୍କ, ଆୟର୍ଲାଣ୍ଡ, ନେଦରଲାଣ୍ଡ ଓ ନାମ୍ବିବିଆ ଥିବା ବେଳେ ଗ୍ରୁପ୍ ବିରେ ବାଂଲାଦେଶ, ସ୍କଟଲାଣ୍ଡ, ପାପୁଆ ନ୍ୟୁ ଗୁନିଆ, ଓମାନ ରହିଛନ୍ତି। ଗ୍ରୁପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଉଭୟ ଗ୍ରୁପର ଟପ୍-୨ ଟିମ୍ ସୁପର ୧୨ ମୁକାବିଲାରେ ପ୍ରବେଶ କରିବେ।
ରାଉଣ୍ଡ-୧ ସୂଚୀ:
{"id":298460,"sizeSlug":"large","linkDestination":"none"}ସୁପର-୧୨ ମୁକାବିଲା:
ସୁପର-୧୨ ମୁକାବିଲାକୁ ୨ଟି ଗ୍ରୁପରେ ବିଭକ୍ତ କରିଛି ଆଇସିସି। ଗ୍ରୁପ୍-ଏରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ସାଉଥ ଆଫ୍ରିକା, ଓ୍ବେଷ୍ଟଇଣ୍ଡିଜ ଥିବାବେଳେ ଆଉ ୨ଟି ଟିମ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ପରେ ସାମିଲ ହେବେ। ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଗ୍ରୁପ୍-ଏର ବିଜେତା ଓ ଗ୍ରୁପ୍-ବିର ରନର ଅପ୍ ସୁପର-୧୨ ପର୍ଯ୍ୟାୟର ଗ୍ରୁପ୍-ଏରେ ସାମିଲ ହେବେ।ସେହିପରି ଗ୍ରୁପ୍-ବିରେ ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଆଫଗାନିସ୍ତାନ ଅଛନ୍ତି। ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଗ୍ରୁପ୍-ଏର ରନର ଅପ୍ ଓ ଗ୍ରୁପ୍-ବିର ବିଜୋତା ସୁପର-୧୨ ପର୍ଯ୍ୟାୟର ଗ୍ରୁପ୍-ବି ରେ ସାମିଲ ହେବେ।
ସୁପର-୧୨ ଗ୍ରୁପ୍-ଏର ସୂଚୀ:
{"id":298461,"sizeSlug":"full","linkDestination":"none"}ସୁପର-୧୨ ଗ୍ରୁପ୍-ବିର ସୂଚୀ:
{"id":298462,"sizeSlug":"full","linkDestination":"none"}ସୂଚନାଯୋଗ୍ୟ ଯେ, ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍କୁ ବିସିସିଆଇ ଭାରତରେ ଆୟୋଜନ କରିବାର ଥିଲା । କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ୱକପ୍କୁ ଓମାନ ଓ ୟୁଏଇକୁ ସ୍ଥାନାନ୍ତରିତ କରିଛି ବିସିସିଆଇ । ତେବେ ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଅକ୍ଟୋବର ୧୭ରୁ ଆରମ୍ଭ ହୋଇ ନଭେମ୍ବର ୧୪ ଯାଏଁ ଚାଲିବ ।