ବିସିସିଆଇକୁ ଝଟକା: ପାକିସ୍ତାନକୁ ବ୍ୟାନ୍ କରିବାକୁ ମନା କଲା ଆଇସିସି

ଦୁବାଇ,୩।୩: ଅନ୍ତଃର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ରୁ ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡ(ବିସିସିଆଇ) ଲାଗିଛି ବଡ ଝଟକା। କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଆଇସିସିଆଇ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶ ସହିତ ସମ୍ପୂର୍ଣ୍ଣ ଭାବରେ ସମ୍ପର୍କ ଶେଷ କରିବାର ଦାବିକୁ ଖାରଜ କରିଛି। ଆଇସିସିର କହିବା ଅନୁସାରେ ଏଭଳି ମାମଳାରେ ତା’ର କିଛି ଭୂମିକା ନାହିଁ। ଏହି ମାମଲା ଗତ ଶନିବାର ଆଇସିସି ବୋର୍ଡ ବୈଠକ ସମୟରେ ଉଠିଥିଲା। ବୈଠକର ଅଧ୍ୟକ୍ଷତା ଆଇସିସି ଚେୟାରମ୍ୟାନ ଶଶାଙ୍କ ମନୋହର କରିଥିଲେ। ଯଦିଓ ଏହା ଉପରେ ଆଉ ଅଧିକ ବିଚାର ବିମର୍ଷ ହୋଇନଥିଲା। ବୈଠକରେ ବିସିସିଆାଇର ପ୍ରତିନିଧିତ୍ବ ବୋର୍ଡର କାର୍ଯ୍ୟକାରୀ ସଚିବ ଅମିତାଭ ଚୌଧରି କରିଥିଲେ।

ଭାରତ ସରକାର ପୁଲଓ୍ବାମା ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରିଥିଲେ।ବୋର୍ଡର ପଦାଧିକାରୀ କହିଥିଲେ ସଦସ୍ୟ ଦେଶ ଗୁଡିକ ଭିତରୁ ବହୁ ଖେଳାଳୀ ପାକିସ୍ତାନ ସୁପର ଲିଗ୍(ପିଏସ୍ଏଲ)ରେ ଖେଳନ୍ତି। ସେମାନେ କେବେ ହେଲେ ଏଭଳି ଦାବି କରିନାହାଁନ୍ତି। ଚଳିତ ବର୍ଷ ଇଂଲଣ୍ଡରେ ୩୦ ମଇରୁ ୧୪ ଜୁଲାଇ ପର୍ଯ୍ୟନ୍ତ ବିଶ୍ବକପ୍ ମୁକାବିଲା ହେବାର ଅଛି। ଏଥିରେ ୧୬ ଜୁନରେ ଭାରତ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ହେବ।ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ବିସିସିଆଇ ପକ୍ଷରୁ ଆଇସିସିକୁ ଚିଠି ଲେଖିଥିଲେ। ଏଥିରେ ଆଇସିସି ଓ ଏହାର ସଦସ୍ୟ ରାଷ୍ଟ୍ରରୁ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବା ଦେଶ ସହିତ ସମ୍ପର୍କ ଶେଷ କରିବାର ଦାବି ହୋଇଥିଲା। ପୁଲଓ୍ବାମା ଆକ୍ରମଣରେ ସିଆରପିଏଫର ୪୦ ଜଣ ଯବାନ ଶହୀଦ ହୋଇଥିଲେ।