ଫେବ୍ରୁଆରୀ ୧୨ରେ ଆଇଆଇଟି ଭୁବନେଶ୍ୱରର ୧୧ତମ ପ୍ରତିଷ୍ଠା ଦିବସ, ଓପନ ଡେ’ ଭାବେ ପାଳିତ ହେବ

source: http://www.iitbbs.ac.in
ଭୁବନେଶ୍ୱର,୨୦ ।୧(ବ୍ୟୁରୋ): ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(ଆଇଆଇଟି) ଭୁବନେଶ୍ୱର ଆସନ୍ତା ଫେବ୍ରୁଆରୀ ୧୨ରେ ୧୧ତମ ପ୍ରତିଷ୍ଠା ଦିବସ ପାଳିବ । ଏହି ଅବସରରେ ଆଇଆଇଟି କର୍ତ୍ତୃପକ୍ଷ ‘ଓପନ୍ ଡେ’ ପାଳନ କରିବେ । ଯାହା ଅରଗୁଳସ୍ଥିତ ସ୍ଥାୟୀ କ୍ୟାମ୍ପସ୍ରେ ପାଳିତ ହେବ । ଏଥିରେ ଛାତ୍ରଛାତ୍ରୀମାନେ ଭୁବନେଶ୍ୱର ଆଇଆଇଟିରେ ହେଉଥିବା ବିଭିନ୍ନ ଗବେଷଣା ଓ ନୂତନ ଜ୍ଞାନ କୌଶଳ ପ୍ରଦର୍ଶନ କରିବେ । ଏଥିରେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ଭାଗ ନେଇପାରିବେ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ବିଶେଷ କରି ଶକ୍ତି, ଧାତୁ, ସ୍ୱାସ୍ଥ୍ୟସେବା, ଇଞ୍ଜିନିୟରିଂ, ପଦାର୍ଥବିଜ୍ଞାନ, ରସାୟନ ବିଜ୍ଞାନ ଓ ବାୟୋସାଇନ୍ସ୍ ପ୍ରକଳ୍ପଗୁଡିକ ପ୍ରଦର୍ଶନୀରେ ସ୍ଥାନ ପାଇବ । ଆଇଆଇଟିର ୧୧ଟି ବିଭାଗ ଏଥିରେ ଭାଗ ନେବେ । ସ୍କୁଲ ଅଫ୍ ଇନଫ୍ରାଷ୍ଟ୍ରକଚର୍ ପକ୍ଷରୁ ସର୍ବାଧିକ ୧୩ଟି ପ୍ରକଳ୍ପ ପ୍ରଦର୍ଶିତ ହେବ । କାର୍ଯ୍ୟକ୍ରମର ସଂଯୋଜନା କରୁଛନ୍ତି ଡ. ଶ୍ରୀନିବାସ ଭାସ୍କର କରଙ୍କି ଓ ଡ. ଶଙ୍କର୍ଷଣ ମହାପାତ୍ର ।