ନୂଆଦିଲ୍ଲୀ : ଉତ୍ତର ଭାରତ ସମେତ ଦେଶର ବିଭିନ୍ନ ଭାଗରେ ବର୍ଷୁ ଥିବା ତାତିରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିପାରେ। ଗରମ ଓ ବଢିଥିବା ତାପମାତ୍ରା ମଧ୍ୟରେ ପାଣିପାଗ ବିଭାଗ ଖୁସି ଖବର ଦେଇଛି। ବିଭାଗ କହିଛି ଆଜି ଠାରୁ ଆଗାମୀ ୩ଦିନ ଯାଏ ବର୍ଷା , ଝଡ଼ ତୋଫାନ ଓ କୁଆପଥର ବର୍ଷିବାର ଚେତାବନୀ ଜାରି ରହିଛି। ପାଣିପାଗ ବିଭାଗ ଅନୁସାରେ , ଉତ୍ତର ପଶ୍ଚିମ ଭାରତରେ ୧୩-୧୫ ଅପ୍ରେଲ ମଧ୍ୟରେ ମଧ୍ୟମ ଧରଣର ବର୍ଷା , ଝଡ଼ ତୋଫାନ, ବଜ୍ରପାତ ହେବାର ସମ୍ଭାବନା ଅଛି। ଏହା ବ୍ୟତୀତ , ମଧ୍ୟ ଭାରତରେ ମଧ୍ୟ ବର୍ଷା , ଝଡ଼ ତୋଫାନର ଆଲର୍ଟ ଜାରି କରାଯାଇଛି।
ଗତ ୨୪ ଘଣ୍ଟାର ପାଣିପାଗର କଥା ଯଦି କହିବା ତ ମଧ୍ୟ ପ୍ରଦେଶ , ମରାଠୱାଡାରେ କୁଆପଥର ବର୍ଷିଛି। ଏହା ବ୍ୟତୀତ ଏହିସବୁ ରାଜ୍ୟରେ ଖୁବ୍ ବର୍ଷା ମଧ୍ୟ ହୋଇଛି। ବିଦର୍ଭ , କେରଳ, ମାହେ , ମଧ୍ୟ ପ୍ରଦେଶ , ତେଲେଙ୍ଗାନା, ତାମିଲନାଡୁ , ପୁଡୁଚେରୀ , କରାଇକଲ , ଇଣ୍ଟିରିୟର କର୍ଣ୍ଣାଟକ, ଉତ୍ତର ପ୍ରଦେଶ , ପଶ୍ଚିମୀ ରାଜସ୍ଥାନ , ଛତିଶଗଡ଼ , ସବ୍ ହିମାଳୟୀ ପଶ୍ଚିମବଙ୍ଗ, ସିକ୍କିମ, ଆସାମ , ମେଘାଳୟ , ଓଡ଼ିଶା, ଝାଡ଼ଖଣ୍ଡ , ମଧ୍ୟ ପ୍ରଦେଶ , ମରାଠାୱାଡା , ତଟୀୟ କର୍ଣ୍ଣାଟକ ଓ ତଟୀୟ ଆନ୍ଧ୍ର ପ୍ରଦେଶରେ ମଧ୍ୟ ବର୍ଷା ଝଡ଼ ତୋଫାନ ଦେଖିବାକୁ ମିଳିଛି ।
ପଶ୍ଚିମା ବାୟୁ ପ୍ରବାହ ଯୋଗୁଁ ଉତ୍ତର ପଶ୍ଚିମ ଭାରତର ପାଣିପାଗର ସ୍ଥିତି ବଦଳୁଛି। ଏହି କାରଣରୁ ୧୩ -୧୫ ଅପ୍ରେଲ ମଧ୍ୟରେ ବର୍ଷା ହେବ ଏବଂ ଝଡ଼ ତୋଫାନ ହୋଇପାରେ। ସେପଟେ କୁଆପଥର ମଧ୍ୟ ବର୍ଷିବ। ସେପଟେ ଜମ୍ମୁ କାଶ୍ମୀର, ଲଦ୍ଦାଖ , ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ ୧୩-୧୫ ଅପ୍ରେଲ ମଧ୍ୟରେ ବର୍ଷା, ବରଫପାତର ଆଲର୍ଟ ଜାରି କରାଯାଇଛି। ଏହା ବ୍ୟତୀତ ପଶ୍ଚିମୀ ଉତ୍ତର ପ୍ରଦେଶ, ପଞ୍ଜାବ, ହରିଆଣା , ଚଣ୍ଡିଗଡ଼ , ଦିଲ୍ଲୀ , ରାଜସ୍ଥାନରେ ମଧ୍ୟ ଆଗମୀ ୩ଦିନ ଯାଏ ବର୍ଷା , ଝଡ଼ ତୋଫାନର ଚେତାବନୀ ରହିଛି। ଏହି ସମୟରେ ୪୦ କିଲୋମିଟର ପ୍ରତି ଘଣ୍ଟାର ବେଗରେ ପବନ ବହିବାର ସମ୍ଭାବନା ରହିଛି।