PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ଆମ ଖେଳାଳିଙ୍କୁ ଖେଳିବାର ଅନୁମତି ଦେଉ ନାହାନ୍ତି ଯଦି… ଆଇପିଏଲରେ ପାକିସ୍ତାନ ନଖେଳିବା ନେଇ ବିସସିଆଇକୁ ଉପରେ ବର୍ଷିଲେ ଇମ୍ରାନ୍ ଖାନ୍‌

ଇସଲାମାବାଦ,୧।୪: ପାକିସ୍ତାନର ବିଶ୍ବକପ୍ ବିଜେତା କ୍ୟାପଟେନ୍‌ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ କହିଛନ୍ତି, ତାଙ୍କ ଦେଶର ଖେଳାଳିଙ୍କୁ ଏହି କଥାର ଚିନ୍ତା କରିବା ଉଚିତ ନୁହେଁ ଭାରତ ତାଙ୍କୁ ଆଇପିଏଲରେ ଖେଳାଇ ଦେଉନି।  ଉଲ୍ଲେଖନୀୟ ଯେ, ଯେତେବେଳେ ଆଇପିଏଲ ଆରମ୍ଭ ହୋଇଥିଲା ପାକିସ୍ତାନର ଖେଳାଳି ମଧ୍ୟ ଏହି ଲିଗ୍‌ରେ ଖେଳୁଥିବାର ଦେଖାଯାଇଥିଲେ, କିନ୍ତୁ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ବିସିସିଆଇ ପାକିସ୍ତାନ ଖେଳାଳିଙ୍କୁ ଆଇପିଏଲରୁ ବାହାର କରିଦେଇଥିଲା। ୨୦୦୮ ପରେ ପାକିସ୍ତାନ ଖେଳାଳି ଆଇପିଏଲର ଅଂଶ ହୋଇପାରିନି।

ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ଇମ୍ରାନ୍ ଖାନ୍ ‘ଟାଇମ୍ସ ରେଡିଓ’ ସହିତ ଦେଇଥିବା ଇଣ୍ଟରଭ୍ୟୁରେ ନିଜର କଥା କହିଥିଲେ। ସେ ନିଜର କଥା ଏହି ପ୍ରସଙ୍ଗ ଉପରେ ରଖି କହିଛନ୍ତି, ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଭାରତୀୟ କ୍ରିକେଟ୍ ବୋର୍ଡ ପାକିସ୍ତାନୀ ଖେଳାଳିଙ୍କୁ ନିଜର ଅହଂକାରର ଗନ୍ଧ ରହିଛି।’ ଇମ୍ରାନ୍ ଖାନ୍ ନିଜର କଥା ଆଗକୁ ରଖି କହିଛନ୍ତି, ଯଦି ବିସିସିଆଇ ପାକିସ୍ତାନୀ ଖେଳାଳିଙ୍କୁ ଆଇପିଏଲରେ ଖେଳିବାର ଅନୁମତି ଦେଇନଥାଏ ତେବେ କୌଣସି କଥା ନାହିଁ।

ଏହାଛଡା ଇମ୍ରାନ ଆହୁରି କହିଛନ୍ତି, ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡ (ବିସିସିଆଇ) ଏବେ ଅହଂକାରୀ ହୋଇଯାଇଛି, କାରଣ ବହୁତ ଫଣ୍ଡ ତାଙ୍କୁ ମିଳୁଛି। ଏହା ଦୁର୍ଭାଗୃପୂର୍ଣ୍ଣ ଅଟେ, ପାକିସ୍ତାନ ଓ ଭାରତ ଭିତରେ ସମ୍ପର୍କ। ଭାରତ ଏବେ ଯେଉଁ ଭଳି କ୍ରିକେଟ ଦୁନିଆରେ ଏକ ମହାଶକ୍ତି ରୂପରେ ସାମନାକୁ ବସିଛି, ସେଥିପାଇଁ ତା ଭିତରେ ବହୁତ ଅଂହକାର ଆସିଯାଇଛି। ବହୁତ ଅଧିକ ଧନ ମିଳିବା କାରଣରୁ ବିସିସିଆଇ ଅହଂକାରୀ ଭଳି ବ୍ୟବହାର କରୁଛି। ଉଲ୍ଲେଖନୀୟ ଯେ, ଆଇପିଏଲ ୨୦୨୩ର ଆରମ୍ଭ ୩୧ ମାର୍ଚ୍ଚରୁ ହେବ। ପ୍ରଥମ ମ୍ୟାଚ ଗୁଜରାଟ ଟାଇଟନ୍ସ ଚେନ୍ନାଇ ସୁପରକିଙ୍ଗକୁ ୫ ଓ୍ବିକେଟରେ ହରାଇଛି।