ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ଭାରତୀୟ ମାଟିରେ ଡ୍ରିମ୍‌ ଡେବ୍ୟୁ କରି ପାରିଥାନ୍ତେ ବୁମରା, ହେଲେ ପନ୍ତ…

ଚେନ୍ନାଇ,୦୫/ ୦୨: ଚେନ୍ନାଇରେ ଆଜିଠୁ ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍। ଜୋଏ ରୁଟ୍‌ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ଯାହାଫଳରେ ଟିମ୍‌ ଇଣ୍ଡିଆ ପ୍ରଥମେ ବୋଲିଂ କରିବାକୁ ମଇଦାନକୁ ଓହ୍ଲାଇଥିଲେ। ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ଜସପ୍ରୀତ୍‌ ବୁମରା ଭାରତରେ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ବୁମରା ତାଙ୍କର ପ୍ରଥମ ବଲରେ ଭାରତୀୟ ମାଟିରେ ଡ୍ରିମ୍‌ ଡେବ୍ୟୁ କରିପାରିଥାନ୍ତେ ହେଲେ ଋଷଭ ପନ୍ତଙ୍କ ପାଇଁ ଏହି ମୌକା ହରାଇଥିଲେ।

ଭାରତୀୟ ଟିମ୍‌ ପକ୍ଷରୁ ପ୍ରଥମ ଓଭର ଈଶାନ୍ତ ଶର୍ମା ବୋଲିଂ କରିଥିଲେ। ପରେ ଇନିଂସର ଦ୍ବତୀୟ ଓଭର ଜସପ୍ରୀତ୍‌ ବୁମରା କରିଥିଲ। ବୁମରା ତାଙ୍କ ପ୍ରଥମ ବଲରେ ଇଂଲଣ୍ଡର ଓପନର ବ୍ୟାଟସମ୍ୟାନ୍‌ ରୋରି ବର୍ନସ୍‌ଙ୍କୁ ପ୍ୟାଭିଲିଅନ୍‌ ପଠାଇ ପାରିଥାନ୍ତେ। ବର୍ନସ୍‌ ବୁମରାଙ୍କ ବଲଟିକୁ ଫାଇନ୍‌ ଲେଗ୍‌ ଅଞ୍ଚଳକୁ ଖେଳିବାକୁ ଚାହୁଁଥିଲେ ହେଲେ ବଲଟି ଏଜ୍‌ ଲାଗି ଓ୍ବିକେଟ ପଛକୁ ଚାଲି ଯାଇଥିଲା। ପନ୍ତ କ୍ୟାଚଟିକୁ ଧରିବାକୁ ଡ୍ରାଇଭ ମାରିଥିଲେ। କିନ୍ତୁ ବଲଟି ତଳୁଆ ରହିବା କାରଣରୁ କ୍ୟାଚ୍‌ ଧରି ପାରିନଥିଲେ ପନ୍ତ। ଅପରପକ୍ଷେ ପନ୍ତ କ୍ୟାଚ୍‌ ଛାଡ଼ିବା ପରେ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି। ବୁମରା ୧୭ଟି ଟେଷ୍ଟ ମ୍ୟାଚ୍‌ ଖେଳିବା ପରେ ଭାରତୀୟ ମାଟିରେ ପ୍ରଥମଥର ପାଇଁ ଟେଷ୍ଟ ମ୍ୟାଚ୍‌ ଖେଳୁଛନ୍ତି।

wp:embed {"url":"https://twitter.com/IsaaqMohd/status/1357583861148917761?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1357583861148917761%7Ctwgr%5E%7Ctwcon%5Es1_\u0026ref_url=https%3A%2F%2Fwww.livehindustan.com%2Fcricket%2Fstory-india-vs-england-1st-test-match-rishabh-pant-dropped-catch-first-ball-of-jasprit-bumrah-got-trolled-on-social-media-3835333.html","type":"rich","providerNameSlug":"twitter","responsive":true,"className":""}
https://twitter.com/IsaaqMohd/status/1357583861148917761?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1357583861148917761%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.livehindustan.com%2Fcricket%2Fstory-india-vs-england-1st-test-match-rishabh-pant-dropped-catch-first-ball-of-jasprit-bumrah-got-trolled-on-social-media-3835333.html
/wp:embed

ଖବର ଲେଖା ହେବା ସୁଦ୍ଧା ଇଂଲଣ୍ଡ ଦଳ ୨ ଓ୍ବିକେଟ ହରାଇ ୨୪୬ ରନ୍‌ କରିଛି। ଜୋଏ ରୁଟ୍‌ ୧୧୩ ରନ୍‌ କରି କ୍ରିଜରେ ଥିବା ବେଳେ ଡମ୍‌ ସିବଲେ ୫୮ ରନ୍‌ କରି ନଟ୍‌ ଆଉଟ୍‌ ଅଛନ୍ତି। ଅନ୍ୟପଟେ ଟିମ୍‌ ଇଣ୍ଡିଆ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବିନୀ ଓ ଜସପ୍ରୀତ୍‌ ବୁମରା ଗୋଟାଏ ଲେଖାଁ ଓ୍ବିକେଟ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.