ନୂଆଦିଲ୍ଲୀ- ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ମ ମ୍ୟାଚ୍‌ ବିଶି ଟି-୨୦ ସିରିଜର ଆଜି ( ୧୧ ଡିସେମ୍ୱର) ୨ୟ ମୁକାବିଲା। ମୁଲ୍ଲାମ୍ପୁର (ନ୍ୟୁ ଚଣ୍ଡିଗଡ଼)ର ମହାରାଜା ୟାଦଭେନ୍ଦ୍ର ସିଂହ ଇଣ୍ଡରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଅନୁଷ୍ଠିତ ହୋଇଛି। ଏହ ମୁକାବିଲାରେ ଭାରତୀୟ ଟିମ୍‌କୁ ବିଜୟ ପାଇଁ ୨୧୪ ରନର ଏକ ବଡ଼ ଟାର୍ଗେଟ୍ ମିଳିଛି। ଦକ୍ଷିଣ ଆଫ୍ରିକା ଟିମ୍ ପାଇଁ କ୍ୱିଣ୍ଟନ ଡିକାକ୍ ୯୦ ର ଯୋଗଦାନ ଦେଇଛନ୍ତି।

ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକା ବିରୋଧରେ ଟି-୨୦ ସିରିଜର ପ୍ରଥମ ମୁକାବିଲାରେ ୧୦୧ ରନରେ ଧମାକାଦାର ବିଜୟ ହାସଲ କରିଥିଲା। ସେହି ମ୍ୟାଚ୍‌ ୯ ଡିସେମ୍ୱରରେ କଟକର ବାରବାଟୀ ଷ୍ଟାଡ଼ିୟମରେ ଖେଳାଯାଇ ଥିଲା। ଏବେ ଭାରତୀୟ ଟିମ୍‌ ଏହି ମ୍ୟାଚକୁ ଜିତି ଟି-୨୦ ସିରିଜ୍‌ରେ ୨-୦ର ଲିଡ୍‌ ନେବାକୁ ଚାହିଁବ।

ଭାରତ: ଶୁଭମନ ଗିଲ୍, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଳକ ବର୍ମା, ଜିତେଶ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା ।

ଦକ୍ଷିଣ ଆଫ୍ରିକା: ରେଜା ହେଣ୍ଡ୍ରିକ୍ସ, କ୍ୱିଣ୍ଟନ୍ ଡି କକ୍ (ଓ୍ବିକେଟ୍ କିପର), ଆଡେନ ମାର୍କ୍ରାମ (ଅଧିନାୟକ), ଡିୱାଲ୍‌ଡ ବ୍ରେଭିସ୍, ଡେଭିଡ୍ ମିଲର, ଡୋନୋଭାନ ଫେରେରା, ଜର୍ଜ ଲିଣ୍ଡେ, ମାର୍କୋ ଜାନସେନ୍, ଲୁଥୋ ସିପାମଲା, ଲୁଙ୍ଗି ନିଗିଡି, ଓଟନେଲ ବାର୍ଟମ୍ୟାନ୍​​​​​​​