PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ମାର୍କେଟ୍‌ ଅଞ୍ଚଳରେ ଏକ ସମ୍ପ୍ରଦାୟର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଫାଙ୍କା ଗୁଳି ଚାଳନା କରି ୧୦ ଅଟକ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟେନ୍ସା ଗୀତାରାଣୀ ମାଇନ୍ସ ସମ୍ମୁଖରେ ଅଘଟଣ, ହାଇଓ୍ୱା ସହ ଜିଅନ୍ତା ଜଳିଗଲେ ଡ୍ରାଇଭର
  • ||
  • ବଡ଼ବିଲ : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବସନ୍ତପୁର ମାଝୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ, କଟୁରୀରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଲା ଦୁର୍ବୃତ୍ତ
  • ||
  • ବାରିପଦା : ବାରିପଦା ଷ୍ଟେସନ ଠାରେ ଗଛ ପଡ଼ି ଇଲେକ୍ଟ୍ରିକ ତାର ଛିଡି ଅଟକିଲା ଟ୍ରେନ, ବିଳମ୍ବରେ ଚାଲିବ ଟ୍ରେନ
  • ||
  • ଭଦ୍ରକ : ସମ୍ଭାବ୍ୟ ବନ୍ୟା ଲାଗି ଛୁଟି ବାତିଲ, ମୁକାବିଲା ପାଇଁ ଓଡ୍ରାଫ-ଏନ୍‌ଡିଆରଏଫ୍‌-ଅଗ୍ନିଶମ ବାହିନୀ ପ୍ରସ୍ତୁତ
  • ||
  • ବାରିପଦା : ବିଶୋଇ ଥାନା ଲୋହାକାନି ଭୋଳ ବେଡା ଗ୍ରାମରେ ବିଳମ୍ୱିତ ରାତିରେ ଭୁଷୁଡିଲା ଘରର କାନ୍ଥ, ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • ଲକ୍ଷ୍ନୌ : ଭୂକମ୍ପରେ ଥରିଲା ଲକ୍ଷ୍ନୌ ସମେତ ୟୁପିର କେତେକ ଜିଲ୍ଲା , କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା
  • ||
  • ପୁରୀ : ଶ୍ରଦ୍ଧାଳୁଙ୍କ ବେକରେ ବ୍ଲେଡ୍‌ ମାରି ସୁନା ଚେନ୍‌ ଲୁଟ ଉଦ୍ୟମ ଫେଲ୍, ଧରାପଡି ଛେଚା ଖାଇଲେ ୩ ଲୁଟେରା
  • ||
  • ସମ୍ବଲପୁର : ୬୨୧.୦୨ ଫୁଟ୍‌କୁ ଖସିଲା ହୀରାକୁଦ ଜଳଭଣ୍ଡାର ଜଳସ୍ତର, ୨୦ ଗେଟ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ||
  • ଭୁବନେଶ୍ୱର : ୨୧ରୁ ବନ୍ୟାଞ୍ଚଳ ଗସ୍ତ କରିବ ପିସିସି ଟିମ୍‌, ୨୩ ସୁଦ୍ଧା ଦେବେ ରିପୋର୍ଟ
  • ||
  • ବାଲିଗୁଡ଼ା : ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ସିମନବାଡ଼ି ଗ୍ରାମ ନିକଟରେ ଥିବା ପୋଲର ପାର୍ଶ୍ଵ ରାସ୍ତା ଧସି ଯାଇଛି, ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍
  • ||
  • କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ାରେ ଲଗାଣ ବର୍ଷାରେ କାନ୍ଥ ଭୁଷୁଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ଜୟପୁର/ଦିଲ୍ଲୀ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ଶ୍ରଦ୍ଧାଳୁଙ୍କ ଜୀବନ : ୨୦ରୁ ଅଧିକ ଆହତ, ପ୍ରଧାନମନ୍ତ୍ରୀଙ୍କ ଶୋକପ୍ରକାଶ
  • ||
  • ନୂଆଦିଲ୍ଲୀ : ବାଙ୍କ ବିହାରୀ ମନ୍ଦିରରେ ବଡ଼ ଧରଣ ଅଘଟଣ, ମଙ୍ଗଳା ଆରତୀ ସମୟରେ ଦଳା ଚକଟାରେ ଦୁଇ ମୃତ
  • ||

ସୁଲତାନ ଆଜଲାନ ଶାହ କପ୍‌ ହକି: ଭାରତ ରନର୍ସଅପ

ନୂଆଦିଲ୍ଲୀ, ୩୦ ।୩ (ଏଜେନ୍ସି): ମାଲେସିଆର ଇପୋରେ ଚାଲିଥିବା ସୁଲତାନ ଆଜଲାନ ଶାହ କପ୍‌ ହକିରେ ଭାରତ ରନର୍ସ ଅପ୍‌ ହୋଇଛି । ଫାଇନାଲ୍‌ରେ ଦକ୍ଷିଣ କୋରିଆ ସୁଟ୍‌ ଆଉଟ୍‌ ୪-୨ (୧-୧) ଗୋଲ୍‌ରେ ଭାରତକୁ ହରାଇ ଚାମ୍ପିଅନ ହୋଇଛି । ନିର୍ଦ୍ଧାରିତ ୬୦ ମିନିଟ୍‌ ମଧ୍ୟରେ ଖେଳ ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିଲା । ଏହାପରେ ସୁଟଆଉଟ୍‌ରେ ମ୍ୟାଚ୍‌ର ଫଳାଫଳ ନିର୍ଣ୍ଣୟ ହୋଇଥିଲା ।
ଏଫ୍‌ଆଇଏଚ୍‌ ମାନ୍ୟତା ତାଲିକାରେ ଭାରତ ୫ ନଂ ଏବଂ ଦକ୍ଷିଣ କୋରିଆ ୧୭ ନଂ ଦଳ । ମାନ୍ୟତାରେ ବହୁ ପ୍ରଭେଦ ସତ୍ତେ୍ୱ ଭାରତ ଆଜି ଫାଇନାଲ୍‌ରେ ପରାଜିତ ହୋଇଛି । ଦୁଇ ଦଳ ପୁଲ୍‌ ପର୍ଯ୍ୟାୟରୁ ହିଁ ଅପରାଜିତ ରହିଥିଲେ । ପୁଲ୍‌ ପର୍ଯ୍ୟାୟରେ ମଧ୍ୟ ଉଭୟ ମୁହାଁ ମୁହିଁ ହୋଇଥିଲେ । ଏହି ମ୍ୟାଚ୍‌ ୧-୧ ଗୋଲ୍‌ରେ ଡ୍ର’ ରହିଥିଲା । ଆଜି ଫାଇନାଲ୍‌ ମ୍ୟାଚ୍‌ ମଧ୍ୟ ନିର୍ଦ୍ଧାରିତ ସମୟରେ ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିଲା । ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରି ନବମ ମିନିଟ୍‌ରେ (ସିମ୍ରନଜିତ ସିଂ) ଗୋଲ୍‌ ଖାତା ଖୋଲିଥିଲା ଭାରତ । ପରେ ଦ୍ୱିତୀୟ ଓ ତୃତୀୟ କ୍ୱାର୍ଟରରେ କେହି ଗୋଲ୍‌ ଦେଇ ପାରିନଥିଲେ । ଚତୁର୍ଥ କ୍ୱାର୍ଟରର ପ୍ରାରମ୍ଭରୁ କୋରିଆ ଗୋଲ୍‌ ପରିଶୋଧ କରି ମ୍ୟାଚ୍‌କୁ ୧-୧ ସ୍ଥିତିକୁ ଆଣିଥିଲା । ଏହାପରେ ଖେଳ ବେଶ ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବାରୁ କୌଣସି ଦଳକୁ ଗୋଲ୍‌ ସୁଯୋଗ ମିଳି ନଥିଲା ।
ସୁଟ୍‌ ଆଉଟ୍‌ରେ ଭାରତ ପକ୍ଷରୁ ସୁମିତ ପ୍ରଥମ ଗୋଲ୍‌ ମିସ୍‌ କରିଥିଲେ । ଦକ୍ଷିଣ କୋରିଆ ପ୍ରଥମ ୨ଟି ଗୋଲ୍‌ ସ୍କୋର କରି ଅଗ୍ରଣୀ ହାସଲ କରିଥିଲା । ବୀରେନ୍ଦ୍ର ଲାକ୍ରା ଓ ବରୁଣ ଯଥାକ୍ରମେ ଦ୍ୱିତୀୟ, ତୃତୀୟ ଗୋଲ୍‌ ସ୍କୋର କରିଥିଲେ । କୋଲିଆ ତୃତୀୟ ଗୋଲ୍‌ ମିସ୍‌ କରିଥିଲେ ବି ଚତୁର୍ଥ ଗୋଲ ସ୍କୋର କରି ଆଗୁଆ ହୋଇଥିଲା । ସୁମିତ କୁମାରଙ୍କ ଚତୁର୍ଥ ଗୋଲ୍‌ ବିଫଳତା ପରେ ଭାରତ ମ୍ୟାଚ୍‌ ପରାଜିତ ହୋଇଥିଲା । ସୁଲତାନ ଆଜଲାନ ଶାହ କପରେ ଭାରତ ଶେଷ ଥର ପାଇଁ ୨୦୧୦ରେ ଯୁଗ୍ମ ବିଜେତା ହେବାର ସୌଭାଗ୍ୟ ଲାଭ କରିଥିଲା । ଦକ୍ଷିଣ କୋରିଆ ସହ ଯୁଗ୍ମ ବିଜେତା ହୋଇଥିଲା । ତା ପୂର୍ବରୁ ଭାରତ ୧୯୮୫, ୧୯୯୧, ୧୯୯୫, ୨୦୦୯ରେ ୪ ଥର ଚାମ୍ପିଅନ ହୋଇଛି । ଏଥର ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ଅଂଶ ଗ୍ରହଣ କରି ନଥିଲା । ନଚେତ ଅଷ୍ଟ୍ରେଲିଆ ଏହି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୧୦ ଥର ଚାମ୍ପିଅନ ହୋଇଛି ।