ନୂଆଦିଲ୍ଲୀ,୨୯/୧୨: ଅଷ୍ଟ୍ରେଲିଆ-ଭାରତ ମେଲବର୍ଣ୍ଣ ଟେଷ୍ଟର ଚତୁର୍ଥ ଦିନ । ୩୬୯ରେ ଅଲଆଉଟ ଭାରତ । ନୀତିଶ କୁମାର ରେଡ୍ଡୀଙ୍କ ସର୍ବାଧିକ ୧୧୪ରନ ଇନିଂସ୍ ବଳରେ ଭାରତ ପ୍ରଥମ ଟେଷ୍ଟରେ ୩୬୯ ରନ କରିଛି । ଦ୍ବିତୀୟ ଇନିଂସରେ ଘରୋଇ ଅଷ୍ଟ୍ରେଲିଆ ବ୍ୟାଟିଂ ଜାରି ରଖିଛି । ୧୫୮ରନ ଆଗରେ ଥିଲେ ବି ଚତୁର୍ଥ ଦିନରେ ସଂଘର୍ଷ କରୁଛି ଅଷ୍ଟ୍ରେଲିଆ । ରିପୋର୍ଟ ଲେଖା ଯିବା ସୁଦ୍ଧା ଅଷ୍ଟ୍ରେଲିଆ ୧୫୬ ରନ ୮ ୱିକେଟ ହରାଇ ସାରିଛି । 

ମେଲବର୍ଣ୍ଣ ଟେଷ୍ଟ ପ୍ରଥମ ଇନିଂସର ଅଷ୍ଟ୍ରେଲିଆ ୪୭୪ ରନ କରିଥିଲା । ଦ୍ବିତୀୟ ଦିନ ଭାରତ ପ୍ରଥମ ଇନିଂସରେ ୫ଟି ୱିକେଟ ହରାଇ ୧୬୪ ରନ କରିଥିଲା । ତୃତୀୟ ଦିନରେ ୯ ୱିକେଟ ହରାଇ ୩୫୮ ରନ କରିଥିଲା । ଚତୁର୍ଥ ଦିନରେ ବାକି ଖେଳ ହୋଇଥିଲା । ଶତକ ହାସଲ କରିଥିବା ଅପରାଜିତ ନୀତିଶ ରେଡ୍ଡୀ ୧୧୪ରନ କରି ନାଥନ ଲାୟନଙ୍କ ବଲରେ ଆଉଟ ହୋଇଥିଲେ । ୩୬୯ରେ ଭାରତ ଅଲଆଉଟ ହୋଇଥିଲା । ଏହାପରେ ଅଷ୍ଟ୍ରେଲିଆ  ୨୪୦ରନ ଟ୍ରାଏଲ କରୁଥିଲା । ଦ୍ବିତୀୟ ଇନିଂସରେ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିଥିଲା । ମାତ୍ର ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା କଙ୍ଗାରୁ ଦଳ । ଗୋଟିଏ ପରେ ଗୋଟିଏ ୱିକେଟ ପତନ ହୋଇଥିଲା ।


୨୦ରନ ପ୍ରଥମ ୱିକେଟର ସାମ କନଷ୍ଟାଣ୍ଟ ବୁମାରାଙ୍କ ବଲରେ ବୋଲ୍ଡ ହୋଇଥିଲେ । ଏହାପରେ ଉସମାନ ଖ୍ବାଜା ୨୧ ରନ କରି ସିରାଜଙ୍କ ଶିକାର ହୋଇଥିଲେ । ପରେ ସ୍ମିଥ ୧୩ ରନ କରି ସିରାଜଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ ଟ୍ରାଭିସ ହେଡ୍ ୧, ମିଚେଲ ଷ୍ଟାର୍କ ଖାତା ଖୋଲି ନପାରି ଆଉଟ ହୋଇଥିଲେ । ପରେ ପରେ ଆଲେକ୍ସ କ୍ୟାରୀ ୨ରନ କରି ଆଉଟ ହୋଇଥିଲା । ଲାବୁସେନ ୭୦ରନ କରି ଏଲବିଡବ୍ଲ୍ୟ ହୋଇଥିଲେ । ପରେ ପରେ ମିଚେଲ ଷ୍ଟାର୍କ ୫ ରନ କରି ରନଆଉଟ ହୋଇଥିଲେ । ଭାରତ ପକ୍ଷରୁ ସିରାଜ ୨ଟି ଓ ବୁମରା ୪ ଲେଖାଏଁ ୱିକେଟ ନେଇଛନ୍ତି ।