PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଭାରତୀୟ ବାୟୁସେନା କଲା ପାକିସ୍ତାନ ମିଛର ପର୍ଦାଫାଶ, ଏଫ୍-୧୬ ନଷ୍ଟ କରିବାର ଦେଲା ପ୍ରମାଣ

ନୂଆଦିଲ୍ଲୀ,୮।୪: ପାକିସ୍ତାନର ଏଫ୍-୧୬ ଯୁଦ୍ଧ ବିମାନ ନଷ୍ଟ କରିଥିବା ନେଇ ଆଜି ଭାରତୀୟ ବାୟୁସେନା ପୁଣିଥରେ ମୁହଁ ଖୋଲିଛି। ଯାହାଫଳରେ ପାକିସ୍ତାନର ମିଛ କଥାର ପର୍ଦାଫାଶ ହୋଇଛି। ଭାରତୀୟ ବାୟୁସେନାର ଏୟାର ଭାଇସ୍ ମାର୍ଶଲ ଆରଜିକେ କପୁର ଏହାର ପ୍ରମାଣ ଦେଇଛନ୍ତି। ଏୟାର ଭାଇସ୍ ମାର୍ଶଲ କପୁର କହିଛନ୍ତି ଭାରତୀୟ ବାୟୁସେନା ପାଖରେ ପାକିସ୍ତାନର ଏଫ୍-୧୬ ଯୁଦ୍ଧ ବିମାନକୁ ନଷ୍ଟ କରିବାର ଅକାଟ୍ୟ ପ୍ରମାଣ ରହିଛି। ସେ କହିଛନ୍ତି ୨୭ ଫେବୃଆରୀ, ୨୦୧୯ରେ ପାକିସ୍ତାନ ବାୟୁସେନାର ଏଫ୍-୧୬ ବ୍ୟବହାର କରିଥିଲା ଓ ଭାରତୀୟ ବାୟୁସେନା ମିଗ୍-୨୧ ବିମାନରେ ଏହାକୁ ନଷ୍ଟ କରିଥିଲା।

ଏହା ସହ ଆରଜିକେ କପୁର କହିଛନ୍ତି ଏଥିରେ କୌଣସି ସନ୍ଦେହ ନାହିଁ ଯେ ୨୭ ଫେବୃଆରୀରେ ଦୁଇଟି ଯୁଦ୍ଧ ବିମାନ ନଷ୍ଟ ହୋଇଥିଲା। ଏଥିରେ ଗୋଟିଏ ଭାରତୀୟ ବାୟୁସେନାର ମିଗ୍-୨୧ ରହିଥିବା ବେଳେ ଅନ୍ୟଟି ପାକିସ୍ତାନର ଏଫ୍-୧୬ ବିମାନ ଥିଲା। ପାକିସ୍ତାନର ଏଫ୍-୧୬ ବିମାନର ଚିହ୍ନଟ ତା’ର ଇଲୋଟ୍ରୋନିକ୍ ସିଗନେଚର ଓ ରେଡିଓ ଟ୍ରାନ୍ସକ୍ରିପଟରୁ କରାଯାଇଥିଲା। ସେ କହିଛନ୍ତି ସୁରକ୍ଷା ଓ ଗୋପନୀୟତାକୁ ଧ୍ୟାନରେ ରଖି ଆମେ ଏହାର ସୂଚନା ସର୍ବଜନୀନ କରିନଥିଲୁ।

ସେ କହିଛନ୍ତି, ଭାରତୀୟ ବାୟୁସେନା ପାଖରେ ପାକିସ୍ତାନର ଏଫ୍-୧୬ ବିମାନକୁ ନଷ୍ଟ କରିବାର ଅନେକ ବିଶ୍ବାସନୀୟ ପ୍ରମାଣ ରହିଛି। ପାକିସ୍ତାନର ବିମାନ କୌଣସି ପ୍ରକାର କ୍ଷତି କରିପାରିନଥିଲେ। ପାକିସ୍ତାନ ବିମାନକୁ ଏୟାରବୋର୍ନ ଓ୍ବାର୍ନିଂ ଓ କନଟ୍ରୋଲ ସିଷ୍ଟମ(ଏଡବ୍ଳୁଏସିଏସ୍) ଦ୍ବାରା ତତ୍କାଳ ଧରି ନିଆଯାଇଥିଲା। ସେ କହିଛନ୍ତି ପାକିସ୍ତାନ ବିମାନର ୩ଟି ଗୁପ ଦେଶର ସୀମାରେ ପ୍ରବେଶ କରିଥିଲେ। ଏହି ସମୟରେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନର ଏଫ୍-୧୬ ବିମାନକୁ ନଷ୍ଟ କରିଦେଇଥିଲେ।