ନୂଆଦିଲ୍ଲୀ,୧୦ ।୨(ଏଜେନ୍ସି): ଜମ୍ମୁକାଶ୍ମୀର ସଂଲଗ୍ନ ନିୟନ୍ତ୍ରଣ ରେଖା ଏବଂ ଆନ୍ତର୍ଜାତିକ ସୀମା ନିକଟରେ ବାରମ୍ବାର ସ୍ନାଇପର ଆକ୍ରମଣ କରି ଭାରତୀୟ ଯବାନଙ୍କୁ ହତ୍ୟା କରୁଥିବା ପାକିସ୍ତାନୀ ସେନାକୁ ଏବେ ତା’ରି ଭାଷାରେ ଜବାବ ଦେବ ଭାରତ । କେବଳ ଏହି ଉଦ୍ଦେଶ୍ୟରେ ଭାରତୀୟ ସେନା ଏବେ କିଛି ଅତ୍ୟାଧୁନିକ ସ୍ନାଇପର ଏବଂ ଆଣ୍ଟି-ମ୍ୟାଟେରିଆଲ ରାଇଫଲ କିଣୁଛି । ସେନା ଦ୍ୱାରା କିଛି ମାସ ତଳେ ପ୍ରାୟ ୫,୭୧୯ଟି ସ୍ନାଇପର ରାଇଫଲ କିଣିବା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଏବେ ପ୍ରଥମ ପର୍ଯ୍ୟାୟରେ ସେନାକୁ ଏଧରଣର କିଛି ରାଇଫଲ ହସ୍ତାନ୍ତର କରାଯାଇଛି । ସେନାର ଉତ୍ତର କମାଣ୍ଡର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂ କିଛି ଦିନ ତଳେ ଏହି ସୂଚନା ଦେଇଥିଲେ । ଏବେ କିନ୍ତୁ ଗଣମାଧ୍ୟମରେ ଏହା ଉପରେ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି କି ଏଲଓସି ନିକଟରେ ମୁତୟନ ଭାରତୀୟ ଯବାନଙ୍କୁ ଏଭଳି ରାଇଫଲ ବି ଦିଆଯାଉଛି ଯାହା କଂକ୍ରିଟ ଏବଂ କୌଣସି ଧାତବ ପଦାର୍ଥକୁ ଭେଦ କରିପାରିବ । ସେନାକୁ ଆମେରିକାର ବ୍ୟାରେଟ କଂପାନି ନିର୍ମିତ ୦.୫୦ କାଲିବର କ୍ଷମତା ବିଶିଷ୍ଟ ଏମ୯୫ ଆଣ୍ଟି-ମ୍ୟାଟେରିଆଲ ରାଇଫଲ ଦିଆଯାଇଛି ଯାହା ନିକଟରେ କଂକ୍ରିଟ ଏବଂ ଧାତବ ପଦାର୍ଥକୁ ଭେଦ କରବିାର କ୍ଷମତା ରହିଛି । ଏହା ବ୍ୟତୀତ ସେନାକୁ ଇଟାଲୀର ବେରେଟା କଂପାନି ନମିର୍ତି ୦.୩୩୮ କାଲବିର କ୍ଷମତା ବଶିଷ୍ଟି ଲାପୁଆ ମ୍ୟାଗମ୍ନ ସ୍କର୍ପିଓ ଟିଜିଟିି ସା୍ନଇପର ରାଇଫଲ ବି ଦିଆଯାଉଛି । ଏହାକୁ ବ୍ୟବହାର କରି ଭାରତୀୟ ସେନା କମାଣ୍ଡୋମାନେ ପ୍ରାୟ ୧୮୦୦ ମିଟର ଦରୂରୁ ଲକ୍ଷ୍ୟଭେଦ କରିପାରିବେ । ଏସବୁ ରାଇଫଲକୁ ବ୍ୟବହାର କରି ଭାରତୀୟ ସେନା ଏବେ ପାକିସ୍ତାନୀ ସ୍ନାଇପର ଆକମ୍ରଣର ଦୃଢ ଜବାବ ଦେବ ।

ଅଚଳାଚଳ ସମ୍ପତ୍ତିର ମାଲିକ ତେଲେଙ୍ଗାନାର ନୂଆ ମୁଖ୍ୟମନ...