ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାନ୍ସର ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ ହେଲା ଫିଲ୍ମ 'ସନଫ୍ଲାଭାର ୱେର ଦ ଫାଷ୍ଟ ୱାନ୍ସ'

ମୁମ୍ବାଇ,୨୫/୫: ଫ୍ରାନ୍ସରେ ଜାରି ରହିଛି  କାନ୍ସ ଫିଲ୍ମ ଫେଷ୍ଟିଭାଲ୍ । ଏଥିରେ  ଭାରତୀୟ ଅଭିନେତ୍ରୀଙ୍କ ଠାରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ଅଭିନେତ୍ରୀମାନେ ରେଡ କାର୍ପେଟରେ ନିଜର ଜଲୱା ଦେଖାଉଛନ୍ତି ।   କିଆରା ଆଡଭାନୀ, ଜ୍ୟାକଲିନ ଫର୍ଣ୍ଣାଡିଜ ଭଳି ଭାରତୀୟ ଅଭିନେତ୍ରୀ ନିଜ ଗ୍ଲାମର ଲୁକରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଅନେକ ଭାରତୀୟ ଫିଲ୍ମ ପ୍ରିମିୟର ମଧ୍ୟ ହୋଇଛି । ଏହାରି ମଧ୍ୟରେ ବର୍ତ୍ତମାନ ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏଫଟିଆଇଆଇ ଦ୍ୱାରା ନିର୍ମିତ ଫିଲ୍ମ 'ସନଫ୍ଲାଭାର ୱେର ଦ ଫାଷ୍ଟ ୱାନ୍ସ'ଦ୍ୱିତୀୟ ଥର ପାଇଁ ପୁଣି କାନ୍ସରେ ପୁରସ୍କାର ଲାଭ କରିଛି । 

ଚିଦାନନ୍ଦ ଏସ ନାୟକଙ୍କ ଫିଲ୍ମ 'ସନଫ୍ଲାୱାର ୱେର ଦ ଫାଷ୍ଟ ୱାନ୍ସ' ଶ୍ରେଷ୍ଠ ସଟ ଷ୍ଟୋରୀ ପାଇଁ 'ଲା ସିନେଫ'ର ପ୍ରଥମ ପୁରସ୍କାର ଜିତିଛ।  ଯାହା ଭାରତ ପାଇଁ ଏକ ବଡ଼ ବିଜୟ ଅଟେ । କାନ୍ସ ଫିଲ୍ମ ଫେଷ୍ଟିଭାଲରେ ତାଙ୍କ ଚଳଚ୍ଚିତ୍ର ସମ୍ମାନ ପାଇଥିବା ନେଇ ଖୁସି ବ୍ୟକ୍ତ କରି କରିଛନ୍ତି ଚିଦାନନ୍ଦ । ତେବେ ଏହା ପ୍ରଥମ ଥର  ପାଇଁ ଏଫଟିଆଇଆଇ ଚଳଚ୍ଚିତ୍ରକୁ ପୁରସ୍କାରରେ ସମ୍ମାନିତ କରାଯାଇ ନାହିଁ  ୨୦୨୦ ମସିହାରେ ମଧ୍ୟ ଏଫଟିଆଇଆଇର ଅଶ୍ମିତା ଗୁହା ନିୟୋଗୀ ମଧ୍ୟ ଫିଲ୍ମ 'କ୍ୟାଟଡଗ୍' ପାଇଁ ପୁରସ୍କାର ପାଇଥିଲେ । ତେବେ ଏହି'ସନଫ୍ଲାୱାର ୱେର ଦ ଫାଷ୍ଟ ୱାନ୍ସ' ଫିଲ୍ମଟି କନ୍ନଡରେ ରହୁଥିବା ଲୋକଙ୍କ କାହାଣୀ ଉପରେ ଆଧାରିତ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.