ପ୍ରମୁଖ ଖବର
  • ଜମ୍ମୁ-କାଶ୍ମୀରକୁ ଖୁବ୍‌ଶୀଘ୍ର ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ଉଦ୍ଧମପୁରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • କାଳିକାଦେବୀ ସାହିରେ ବୁଲେ ମାଟିମଣ୍ଡପ ସାହି ପଟୁଆର, ଆଜି ବାଲିସାହି-ହରଚଣ୍ଡି ସାହି ଶାନ୍ତି କମିଟି ବୈଠକ
  • ||
  • ପ୍ୟାରିସ ଅଲିମ୍ପିକ୍ସ: ୧୭ରେ ବିକ୍ରି ହେବ ୨୫୦,୦୦୦ ଟିକେଟି
  • ||
  • ଗ୍ରୀଷ୍ମ ଛୁଟିରେ ଅନ୍‌ଲାଇନ୍‌ କ୍ଲାସ୍‌, ଆଜି ପ୍ରଧାନଶିକ୍ଷକମାନଙ୍କ ବୈଠକରେ ହେବ ଆଲୋଚନା
  • ||
  • ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଶୁକ୍ରବାର ପ୍ରକାଶ ପାଇବ ବିଜ୍ଞପ୍ତି, ଆରମ୍ଭ ହେବ ନାମାଙ୍କନ ପ୍ରକିୟା
  • ||
  • ଜାତୀୟ ପଥପ୍ରାନ୍ତ ନାଟକ ଦିବସ: ସରକାରୀ ସ୍ୱୀକୃତିକୁ ଅପେକ୍ଷା, ଅନେକ ଦାବି ପରେ ବି ଅବହେଳିତ
  • ||
  • ଦିଲ୍ଲୀ ମଦ ନୀତି ମାମଲା: ଆଜି କୋର୍ଟରେ ହାଜର ହେବେ ବିଆର୍‌ଏସ୍‌ ନେତ୍ରୀ କେ.କବିତା, ରିମାଣ୍ଡ ଆବେଦନ କରିବ CBI
  • ||
  • IPL 2024: ସୁପରଜାଏଣ୍ଟ୍‌ସ - କ୍ୟାପିଟାଲ ଲଢ଼େଇ, ଏକାନ୍ନାରେ ଚ୍ୟାଲେଞ୍ଜ ହେବ ସ୍ପିନ
  • ||
  • ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ, ୭୯ ବର୍ଷ ବୟସରେ କଲେ ଶେଷ ନିଶ୍ୱାସ ତ୍ୟାଗ
  • ||
  • ବଦଳିବ ପାଣି ପାଗ ମିଜାଜ୍: ୪ ଦିନରେ ୮ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ପୁଣି କଲବଲ କରିବ ତାତି
  • ||

ୱାର୍ଲଡ ଇନିକ୍ୱାଲିଟି ଲ୍ୟାବ୍‌ ରିପୋର୍ଟ: ବଢ଼ୁଛି ଅରବପତି ରାଜ, ଦେଶର ମୋଟ ଆୟରେ ୧% ଧନୀଙ୍କ ବଡ଼ ଭାଗ

ନୂଆଦିଲ୍ଲୀ,୨୧/୦୩: ଗତ ୬ ଦଶନ୍ଧି ଧରି ଦେଶର ୧% ଧନୀ ସର୍ବାଧିକ ସମ୍ପତ୍ତି ଠୁଳ କରିଛନ୍ତି । ସାମଗ୍ରିକ ଆୟରେ ଏମାନଙ୍କ ଭାଗ  ୨୨.୬% । ୨୦୨୨-୨୩ ଅବଧିରେ ଦେଶର  ମୋଟ ସମ୍ପତ୍ତିକୁ ଦେଖିଲେ ଏହି ୧% ଲୋକଙ୍କ ନିକଟରେ ରହିଛି ୪୦.୧% । ଏମିତିକି ଆୟର  ଭାଗକୁ ବିଚାର କଲେ ଏହି ଧନୀ ଗୋଷ୍ଠୀ  ବ୍ରାଜିଲ ଏବଂ ଆମେରିକା ଭଳି ଦେଶ ଗୁଡିକୁ  ପଛରେ ପକାଇ ଦେଇଥିବା ୱାର୍ଲଡ ଇନିକ୍ୱାଲିଟି  ଲ୍ୟାବ୍‌ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି । 

ଦେଶ ସ୍ୱାଧୀନ ହେବା ପରେ ବିଦେଶୀ  ନିବେଶ ପାଇଁ ଘରୋଇ ବଜାର ୧୯୯୨ରେ  ନିଜକୁ ଖୋଲା କରିଥିଲା । ଏହା ପରଠାରୁ ଦେଶ  ମଧ୍ୟରେ ବିଲିୟନେୟାରଙ୍କ ସଂଖ୍ୟାରେ ଦ୍ରୁତ  ବୃଦ୍ଧି ପରିଲକ୍ଷିତ ହୋଇଛି । ଆଧୁନିକ ବର୍ଜୁଆଙ୍କ  ନେତୃତ୍ୱରେ ଭାରତର ବିଲିୟନେୟାର ରାଜ୍‌  ଚାଲୁଛି । ଅସମାନତା ଏବେ ଉପନିବେଶବାଦୀ  ବ୍ରିଟିଶରାଜ ତୁଳନାରେ ଅଧିକ ବୋଲି ଏହି  ରିପୋର୍ଟରେ କୁହାଯାଇଛି ।  

୨୦୨୩ ଶେଷ ସୁଦ୍ଧା ଦେଶର ୪୦.୧%  ସମ୍ପତ୍ତି ମାତ୍ର ୧% ଧନୀ ଲୋକଙ୍କ ନିକଟରେ  ରହିଛି । ଯାହା ୧୯୬୧ ପରଠୁ ସର୍ବାଧିକ ।  ସେହିଭଳି ମୋଟ ଆୟ କ୍ଷେତ୍ରରେ ଧନୀଙ୍କ ଭାଗ  ୨୨.୬% । ଯାହା ୧୯୨୨ ପରଠାରୁ ସର୍ବାଧିକ ସ୍ତର  ବୋଲି ନୀତିନ କୁମାର ଭାରତୀ ଏବଂ ଥୋମାସ  ପିକେଟୀଙ୍କ ଅଧ୍ୟୟନରେ କୁହାଯାଇଛି । 

୨୦୧୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ  ସରକାର ଶାସନ କ୍ଷମତାକୁ ଆସିବା ପରେ  ଅର୍ଥନୈତିକ ସଂସ୍କାର ଓ ବିକାଶକୁ ପ୍ରାଥମିକତା  ଦେଇଛନ୍ତି । ତେବେ ଗତ ୨ଟି ପାଳିରେ ଧନୀ  ଏବଂ ଗ୍ରାମାଞ୍ଚଳ ଗରିବଙ୍କ ମଧ୍ୟରେ ତାରତମ୍ୟ  ବଢ଼ି ଚାଲିଛି ବୋଲି ମୋଦିଙ୍କ ସମାଲୋଚକ  କୁହନ୍ତି । ଗତ ଦେଢ଼ ବର୍ଷରେ ଦେଶର ଅଭିବୃଦ୍ଧି  ରେକର୍ଡ କରିଛି । ୨୦୨୩ର ଶେଷ ୩ ମାସରେ  ଅର୍ଥନୀତି ୮.୪% ବଢ଼ିଛି ।  

ତେବେ କିଛି ହାତଗଣତି ଲୋକଙ୍କ ସମ୍ପତ୍ତି  ରେକର୍ଡ ବୃଦ୍ଧି ହେଉଥିବା ବିରୋଧି କଂଗ୍ରେସ  ଦାବି କରୁଛି । ଶିକ୍ଷାରେ ଅସମାନତା ଯୋଗୁ  କିଛି ବର୍ଗଙ୍କୁ କମ୍‌ ବେତନରେ ନିଯୁକ୍ତି ମିଳୁଛି ।  ଫଳରେ ନିମ୍ନ ଭାଗରେ ୫୦% ଏବଂ ୪୦%  ମଧ୍ୟବିତ୍ତଙ୍କ ବିକାଶ ତ୍ୱରାନ୍ୱିତ ହୋଇପାରୁନି ।  

ଫୋର୍ବସ ରିପୋର୍ଟ ମୁତାବକ, ୧୯୯୧ରେ  ଦେଶରେ ଜଣେ ମାତ୍ର ବିଲିୟନେୟାର  ଥିଲେ । ଏହି ସଂଖ୍ୟା ଏବେ ୧୬୨ ଟପିଛି ।  ଏସିଆର ୨ ଅତିଧନୀ ମୁକେଶ ଅମ୍ବାନି ଏବଂ  ଗୌତମ ଆଦାନି ହେଉଛନ୍ତି ଭାରତୀୟ । ୯୨  ନିୟୁତ ଯୁବବର୍ଗଙ୍କ ମଧ୍ୟରୁ ୧୦ ହଜାର ଧନୀ  ସାମିଲ ରହିଛନ୍ତି । ସେମାନଙ୍କ ହାରାହାରି  ସମ୍ପତ୍ତି ୨୭୧.୯୧ ନିୟୁତ ଡଲାର । ଯାହା  ହାରାହାରି ଦେଶର ସମ୍ପତ୍ତି ଠାରୁ ୧୬,୭୬୩  ଗୁଣ ଅଧିକ । ଶୀର୍ଷ ୧% ଧନୀ ହାରାହାରି  ୫୪ ନିୟୁତ ସମ୍ପତ୍ତି ରଖିଛନ୍ତି । ଡିସେମ୍ବରରେ  ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା  କହିଥିଲେ ଖାଦ୍ୟଶସ୍ୟ ବଣ୍ଟନ, ଶିକ୍ଷା ଓ ସ୍ୱାସ୍ଥ୍ୟ  ଭଳି କ୍ଷେତ୍ରରେ ଖର୍ଚ୍ଚ ଏବଂ ଡିବିଟି ଆୟର ସୁଷମ  ବଣ୍ଟନରେ ସହାୟକ ହେବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.