ନୂଆଦିଲ୍ଲୀ,୯/୬ : ଏସିଆରେ ଚୀନର ସବୁଠାରୁ ବଡ଼ ଦୁର୍ବଳତା ମଲକ୍କା ଷ୍ଟେ୍ରଟର ଠିକ୍ ମୁହାଣରେ ଏକ ଏଭଳି ସାମରିକ ଦୁର୍ଗ ନିର୍ମାଣ କରାଯାଉଛି, ଯାହା ପରେ ବେଜିଂରେ ବସିଥିବା ସି ଜିନପିଙ୍ଗ ସରକାରଙ୍କୁ ଗଭୀର ଭାବେ ବିଚଳିତ କରି ଦେଇଛି। ଏହି ଅଭେଦ୍ୟ ମୋର୍ଚ୍ଚାର ପ୍ରସ୍ତୁତି କରିଛନ୍ତି ଅନ୍ୟ କେହି ନୁହେଁ ବରଂ ଏହି ଅଞ୍ଚଳର ଦୁଇ ବଡ଼ ସାମୁଦ୍ରିକ ଶକ୍ତି ଭାରତ ଏବଂ ଇଣ୍ଡୋନେସିଆ । ଭାରତ ଏବଂ ଇଣ୍ଡୋନେସିଆ ଏକ ପଥର ଭଳି "ଚୀନ୍ ବିରୋଧୀ ଫ୍ରଣ୍ଟଲାଇନ୍" ନିର୍ମାଣ କରୁଛନ୍ତି । ଯାହାକୁ ଭେଦ କରିବାକୁ ଚୀନ୍ ସେନା ପାଇଁ ଅସମ୍ଭବ ହୋଇପଡ଼ିବ । ଏହି ସମଗ୍ର ଖେଳର କେନ୍ଦ୍ରରେ ଇଣ୍ଡୋନେସିଆର ନାତୁନା ଦ୍ୱୀପପୁଞ୍ଜ ରହିଛି । ଯାହାକୁ ଚୀନ୍ ଦଖଲ କରିବାକୁ ଦିନରାତି ଚାହିଁ ରହିଛି।
ଇଣ୍ଡୋନେସିଆ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ ମଧ୍ୟରୁ ଗୋଟିଏର କେନ୍ଦ୍ରରେ ଅବସ୍ଥିତ, ଯାହାକୁ ଏହାର ଜୀବନରେଖା ବୋଲି ଧରାଯାଏ । ଚୀନର ପ୍ରାୟ ସମସ୍ତ ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ଏହାର କାରଖାନାଗୁଡ଼ିକୁ ଶକ୍ତି ପ୍ରଦାନ କରୁଥିବା ଉପସାଗରୀୟ ଦେଶଗୁଡ଼ିକର ତେଲ ମଲକ୍କା ପ୍ରଣାଳୀ ଦେଇ ଗତି କରେ। ଏଭଳି ସ୍ଥଳେ ଇଣ୍ଡୋନେସିଆର ଭୌଗୋଳିକ ସ୍ଥିତି ଏକ ରଣନୈତିକ ସୁବିଧା ପ୍ରଦାନ କରେ, ଯାହା ଗୋଟିଏ ଝଟକାରେ ଚୀନର ବିସ୍ତାରବାଦ ଏବଂ ଗୁଣ୍ଡାଗିରିକୁ ବନ୍ଦ କରିପାରିବ। ଏହି କାରଣରୁ ନୂଆଦିଲ୍ଲୀ ଏବେ ନିଜକୁ ଜକାର୍ତ୍ତାର ଏକ "ବଡ଼ ଭାଇ" ଏବଂ ବିଶ୍ୱସ୍ତ ସହଯୋଗୀ ଭାବରେ ପ୍ରତିଷ୍ଠିତ କରୁଛି । ଭାରତ ଏବେ ସ୍ପଷ୍ଟ କରିଦେଇଛି ଯେ ବେଜିଂର କମ୍ୟୁନିଷ୍ଟ ପ୍ରଶାସନ କେବେ ବି ଇଣ୍ଡୋ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ନିଜର ଜାଗିର ବୋଲି ଭାବିବାର ଭୁଲ କରିବା ଉଚିତ୍ ନୁହେଁ।
ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଏହି ଦୃଢ଼ ସମନ୍ୱୟର ମୁଖ୍ୟ କାରଣ ହେଉଛି ଚୀନ୍ ପକ୍ଷରୁ ଇଣ୍ଡୋନେସିଆକୁ ମିଳୁଥିବା ଲଗାତର ଧମକ ଏବଂ ଉତ୍ତେଜନାପୂର୍ଣ୍ଣ କାର୍ଯ୍ୟ । ଚୀନ୍ ନିଜ ଅବୈଧ ଏବଂ ନିଜସ୍ବ ନକ୍ସା ଟାଣି ମନଗଢା ‘ନାଇନ-ଡ୍ୟାସ-ଲାଇନ’ ମାଧ୍ୟମରେ ଇଣ୍ଡେନେସିଆର ସାର୍ବଭୌମ ସାମୁଦ୍ରିକ କ୍ଷେତ୍ର (EEZ) ରେ ଅନୁପ୍ରବେଶ କରିବାକୁ ଯୋଜନା ରଚି ଚାଲିଛି। ବିଶେଷ କରି ଇଣ୍ଡୋନେସିଆର ଗ୍ୟାସ ଏବଂ ପ୍ରାକୃତିକ ସମ୍ପଦରେ ସମୃଦ୍ଧ ନାତୁନା ଦ୍ୱୀପପୁଞ୍ଜ ନିକଟରେ ଚୀନର ଘୃଣ୍ୟ କାର୍ଯ୍ୟ କଳାପ ଯଥେଷ୍ଟ ବୃଦ୍ଧି ପାଇଛି । ଚୀନ୍ ତଟରକ୍ଷୀ ବାହିନୀର ବଡ଼ ଯୁଦ୍ଧ ଜାହାଜ ଏବଂ ଅତ୍ୟଧିକ ସଶସ୍ତ୍ର "ଫିସିଂ ମଲିସିଆ", କିମ୍ବା ମତ୍ସ୍ୟଜୀବୀଙ୍କ ବେଶରେ ଚୀନ୍ ଲଢ଼ୁଆମାନେ ନିୟମିତ ଭାବରେ ଇଣ୍ଡୋନେସିଆର ଜଳସୀମାରେ ଅନୁପ୍ରବେଶ କରନ୍ତି, ଯାହା ଜକାର୍ତ୍ତାର ସାର୍ବଭୌମତ୍ୱକୁ ଖୋଲାଖୋଲି ଭାବରେ ଚ୍ୟାଲେଞ୍ଜ କରେ। ଇଣ୍ଡୋନେସିଆ ଭଲ ଭାବରେ ଜାଣେ ଯେ ସେ ଏକାକୀ ଚୀନ୍ ପରି ଏକ ଶକ୍ତିଶାଳୀ, ଦୁଷ୍ଟ ଦୌରାତ୍ମ୍ୟର ମୁକାବିଲା କରିପାରିବ ନାହିଁ ଏବଂ ଠିକ୍ ଏହି ସମୟରେ ଭାରତ ଏହି କ୍ଷେତ୍ରରେ ପ୍ରବେଶ କରିଛି।
ଏବେ ଭାରତ ଏବଂ ଇଣ୍ଡୋନେସିଆ ଚୀନକୁ ତା'ର ନିଜ ଭାଷାରେ ଉଚିତ ଜବାବ ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଉଭୟ ଦେଶର ନୌସେନା କେବଳ ସାମୁଦ୍ରିକ ପାଟ୍ରୋଲିଂରେ ସମନ୍ୱୟ ରଖୁନାହିଁ ବରଂ ଚୀନର ସାମରିକ ଗତିବିଧି ଉପରେ ପ୍ରକୃତ-ସମୟର ଗୁପ୍ତ ସୂଚନା ମଧ୍ୟ ଆଦାନପ୍ରଦାନ କରୁଛି। ଚୀନର ଯେକୌଣସି ଆକ୍ରମଣର ତୁରନ୍ତ ଏବଂ ଘଟଣାସ୍ଥଳର ଜବାବ ସୁନିଶ୍ଚିତ କରିବା ପାଇଁ ଦୁଇ ଦେଶ ଏକ ମିଳିତ ନୌସେନା ପ୍ରତିକ୍ରିୟା ଯୋଜନା ବିକଶିତ କରିଛନ୍ତି।