ନୂଆଦିଲ୍ଲୀ : ପ୍ରେମିକ ପାଇଁ ସ୍ବାମୀଙ୍କୁ ମାରିଦେଲା ସ୍ବୀ । ଫିଲ୍ମ ଦେଖି ଶିଖିଥିଲେ ହତ୍ୟାର ରଚନା । ଆଗ୍ରାରୁ ଆସିଚି ଏଭଳି ଏକ ଅଭାବନୀୟ ଖବର । ମହିଳା ଜଣକ ଯୋଜନା ମୁତାବକ ପ୍ରେମିକଙ୍କ ସହ ସ୍ବାମୀଙ୍କୁ ମଦ ପିଆଇଲେ । ଆଉ ନିଶା ହେବା ପରେ ଜାଳି ମାରିଦେଲେ । ପୁଳିସ ଅର୍ଦ୍ଧଦଗ୍ଧ ମୃତଦେହକୁ ଉଦ୍ଧାର କରିଥିବାବେଳେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଳାଣ କରିଛି । ଅଭିଯୁକ୍ତ ଜଣକ ହେଲା ମହେଶ ।

ବୁଧବାର ସ୍ଥାନୀୟ ଲୋକେ କ୍ଷେତରେ ପଡ଼ିଥିବା ଏକ ଅଧାପୋଡ଼ା ମୃତଦେହକୁ ଦେଖିଥିଲେ । ପୁଲିସକୁ ଖବର ଦେବାପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା । ତେବେ ମୃତଦେହ ପାଖରେ କିଛି ମଦ ବୋତଲ ସାଙ୍ଗକୁ କିଛି କାଗଜ ପଡ଼ିଥିବା ଦେଖିବାକୁ ପାଇଥିଲା । ଏହି ମଦ ବୋତଲକୁ ସ୍କାନ କରିବା ପରେ କେଉଁଠାରୁ କିଣା ଯାଇଥିଲା ଏହାର ସନ୍ଧାନ ମିଳିଥିଲା । ପୁଲିସ ସିସିଟିଭି ଯାଞ୍ଚ କରିଥିବାବେଳେ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା ।

ଅଭିଯୁକ୍ତ ମହେଶକୁ ପୁଲିସ ଯେତେବେଳେ ପଚରାଉଚା କରିଥିଲା ସେତେବେଳେ ସେ ଚାଞ୍ଚଲ୍ୟକର କଥା କହିଥିଲେ । ସେ କହିଥିଲେ କି, ମୃତକଙ୍କ ପତ୍ନୀଙ୍କ ସହ ତାଙ୍କର ଅବୈଧ ସମ୍ପର୍କ ରହିଛି । ସ୍ବାମୀଙ୍କ ହଟାଇବା ପାଇଁ ସେ ଏଭଳି ଯୋଜନା କରିଥିଲେ । ଆଉ ମୁଁ ଯୋଜନା ଅନୁସାରେ ମଦ ପିଇଥିଲି । ଆଉ ପରେ ତାଙ୍କୁ ହତ୍ୟା କରିଥିଲି । ପ୍ରମାଣ ନଷ୍ଟ କରିବା ପାଇଁ ପୋଡ଼ି ଦେଇଥିଲି । ମାତ୍ର ସବୁ ସତ ଜଣାପଡ଼ିଯାଇଛି । ସେପଟେ ଏ ଘଟଣାକୁ ଯିଏ ଶୁଣୁଛି ସେ ଆଶ୍ଚର୍ଯ୍ୟ ହେଉଛି ।

ଏହାସହ ପଢ଼ନ୍ତୁ : ଜୟସ୍ବାଲ-ଜୁରେଲଙ୍କ ଅର୍ଦ୍ଧଶତକ, ଗୁଜୁରାଟ ଆଗରେ ୨୧୧ ରନର ବିଜୟ ଲକ୍ଷ୍ୟ