ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସୋଆ ପକ୍ଷରୁ ଅର୍ଥନୈତିକ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଆନ୍ତର୍ଜାତିକ ସମ୍ମିଳନୀ ଅନୁଷ୍ଠିତ

Published By : Bijay Swain | November 22, 2024 11:21 PM

ଭୁବନେଶ୍ବର, ୨୨/୧୧ :  ଶିକ୍ଷା ଓ ଅନୁସନ୍ଧାନ ୟୁନିଭର୍ସିଟି(ସୋଆ) ପରିସରରେ ବୃତ୍ତିଗତ ଅର୍ଥନୈତିକ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଆନ୍ତର୍ଜାତିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦେଶ ତଥା ବିଦେଶରୁ ଆସିଥିବା ବିଶେଷଜ୍ଞମାନଙ୍କୁ ନେଇ ବସ୍ତୁ ବିଜ୍ଞାନ, ଇଞ୍ଜିନିୟରିଂ ଓ ବୈଷୟିକ ଜ୍ଞାନକୈଶଳ ସମ୍ବଦ୍ଧରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । 

ଗତ ନଭେମ୍ବର ୧୫ ଓ ୧୬ରେ ସୋଆର ଇନଷ୍ଟିଟ୍ୟୁଟ ଅଫ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ(ଆଇଟିଇଆର)ର କେମେଷ୍ଟ୍ରି ଡିପାର୍ଟମେଣ୍ଟରେ ଆୟୋଜିତ ହୋଇଥିବା ‘ରିସେଣ୍ଟ ଆଡଭାନ୍ସସେସ ଇନ ମେଟରିଆଲ ଫର ସର୍କ୍ୟୁଲାର ଇକୋନୋମି ଆଣ୍ଡ ଟେକ୍ନୋଲୋଜି’(RAMCET-2024)ର ପ୍ରଥମ ସମ୍ମିଳନୀରେ ବିଶେଷଜ୍ଞ ମାନେ ଯୋଗ ଦେଇଥିଲେ ।  

ସୋଆ, ଇନଷ୍ଟିଟ୍ୟୁଟ ଅଫ କେମିକାଲ ଟେକ୍ନୋଲୋଜି(ଆଇଓସି) ଭୁବନେଶ୍ବର ଓ ଭୁବନେଶ୍ବର ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟରର ମିଳିତ ସହଯୋଗରେ ଏଇ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀରେ ସୋଆର ଯଥା ରିୟୁସ, ରିସାଇକେଲ, ରିଡିଜାଇନ, ରିମାନୁଫେକଚର, ରିଡ୍ୟୁସ ଓ ରିକଭର ଆଦି ଉପରେ ଆଲୋଚନା କରାଯାଇଥିଲା ।  “ବସ୍ତୁ ବିଜ୍ଞାନକୁ ଏକ ବିଷୟ ରୁପେ ଚୟନ କରିବା ଦ୍ବାରା ଏହା ଏକ ବିକାଶଶିଳ ଓ ବୃତ୍ତାକାର ଅର୍ଥନୀତିର ମଡେଲ ବିକଶିତ କରିବାରେ ପ୍ରମୁଖ କାରଣ ବନିଥାଏ । ଯାହାର ଉଦ୍ଦେଶ୍ୟ ହେଉଛି ଉତ୍ପାଦର ଜୀବନ କାଳ ବଢାଇବା ସହ ବସ୍ତୁ ଗୁଡିକୁ ପୁନଃ ବ୍ୟବହାର ଯୋଗ୍ୟ ବନାଇବା ଓ ଅଦରକାରୀ ବସ୍ତୁକୁ ଉତ୍ପାଦନ ଲାଇନରୁ ଅଲଗା କରିବା” ବୋଲି ମୁଖ୍ୟ ବକ୍ତା ନିଜ ସମ୍ଭାଷଣରେ କହିଥିଲେ ।  

ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲୋପମେଣ୍ଟ ଅର୍ଗାନାଇଜେସନ(ଡିଆରଡିଓ), ଇଟାଲିୟନ ନେସନାଲ ରିସର୍ଚ୍ଚ କାଉନସିଲ, ୟୁନିଭର୍ସିଟି ଅଫ ଥାଇଲାଣ୍ଡ,ବ୍ୟାଙ୍କକ, ୟୁନିଭର୍ସିଟି ଅଫ ପିସା, ଇଟାଲି, କ୍ଲେମସନ ୟୁନିଭର୍ସିଟି, ଆମେରିକା, ୟୁନିଭର୍ସିଟି ଅଫ ସାଉଥର୍ନ ଡେନମାର୍କ, ଆଇଆଇଟି ଦିଲ୍ଲୀ, ଆଇଆଇଟି ଜମ୍ମୁ, ଆଇଆଇଟି ଗୈହାଟି, ନେସନାଲ କାଉନସିଲ ଫର ସିମେଣ୍ଟ ଆଣ୍ଡ ବିଲ୍ଡିଂ ମେଟରିଆଲ, ଭେଦାନ୍ତ ଲିମିଟେଡ, ଏଫଓସିଓଆର ଓ ଆଇଟିସି ଏହି ସମ୍ମିଳନୀରେ ଭାଗ ନେଇଥିଲେ । 

ସମ୍ମିଳନୀର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ହାଇ ଏନର୍ଜି ମେଟରିଆଲ ରିସର୍ଚ୍ଚ ଲାବ୍ରୋଟୋରୀର ନିର୍ଦ୍ଦେଶକ ଅନିଲ ପ୍ରସାଦ ଦାଶ କହିଛନ୍ତି ଯେ ଶିକ୍ଷାକୁ ଅଧିକ ପ୍ରାସଙ୍ଗିକ କରିବା ପାଇଁ ବିଶ୍ବବିଦ୍ୟାଳୟରେ ଗବେଷଣା ଏବଂ ନୂତନତ୍ବର ଆବଶ୍ୟକତା ରହିଛି । 

ଇଟାଲିୟନ ନେସନାଲ ରିସର୍ଚ୍ଚ କାଉନସିଲର ପ୍ରଫେସର ଡାନିଏଲ ସାଣ୍ଟୋନି ଉଦଘାଟନୀ ବକ୍ତୃତା ପ୍ରଦାନ କରିଥିଲେ। ପ୍ରଫେସର ଅନିରୁଧା ବି ପଣ୍ଡିତ, ଉପ-କୁଳପତି, ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି, ମୁମ୍ବାଇ, ପ୍ରଫେସର ସୀତିକାନ୍ତ ମିଶ୍ର, କୁଳପତି, ସୋଆ, ପ୍ରଫେସର ପ୍ରଦିପ କୁମାର ସାହୁ, ଡିନ୍, ଆଇଟିଆର୍, ପ୍ରଫେସର ସୁଜତା ମିଶ୍ର, ରସାୟନ ବିଭାଗର ମୁଖ୍ୟ ଚେୟାରମ୍ୟାନ୍ ଡକ୍ଟର ରାମବାବୁ ଡାଣ୍ଡେଲା ଏବଂ ଡକ୍ଟର ବିନିତା ନନ୍ଦା, ଉଭୟ RAMCET- 2024 ର କନଭେନର୍ସ ମଧ୍ୟ କହିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.