ପ୍ରମୁଖ ଖବର
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

'ଆପଣ ଆଉ ଆମ ମଧ୍ୟରେ ଏହା ହିଁ ଫରକ': ପାକ୍‌ ପ୍ରଧାନମନ୍ତ୍ରୀଙ୍କୁ ଇରଫାନ୍‌ ପଠାନଙ୍କ ମୁହଁତୋଡ ଜବାବ

ନୂଆଦିଲ୍ଲୀ ୧୨/ ୧୧: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ସେମି-ଫାଇନାଲରେ ଟିମ୍‌ ଇଣ୍ଡିଆର ପରାଜୟ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ଟ୍ବିଟ୍‌ କରି ଭାରତୀୟ ଦଳର ମଜାକ୍‌ ଉଡାଇଛନ୍ତି । ପାକ୍‌ ପ୍ରଧାନମନ୍ତ୍ରୀଙ୍କ ଏଭଳି ଟ୍ବିଟ୍‌ ପରେ ମୁହଁତୋଡ୍‌ ଜବାବ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ୍‌ ପଠାନ ।

ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତ ୧୦ ଓ୍ବିକେଟରେ ପରାଜିତ ହେବାପରେ ଶେହବାଜ ସରିଫ୍‌ ଟ୍ବିଟ୍‌ କରି କହିଥିଲେ ଯେ, 'ତ, ଏହି ରବିବାର ୧୫୦/ ୦ vs ୧୭୦/ ୦'। ପାକ୍‌ ପ୍ରଧାନମନ୍ତ୍ରୀଙ୍କ ଟ୍ବିଟରେ ଦୁଇଟି ସ୍କୋର ରହିଛି । ପ୍ରଥମ ସ୍କୋର ହେଉଛି ପାକିସ୍ତାନ ଗତ ବର୍ଷ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ଭାରତକୁ ୧୦ ଓ୍ବିକେଟରେ ହରାଇଥିଲା । ଆଉ ଦ୍ବିତୀୟଟି ହେଉଛି ଚଳିତ ବିଶ୍ବକପରେ ଇଂଲଣ୍ଡ ଭାରତକୁ ୧୦ ଓ୍ବିକେଟରେ ପରାସ୍ତ କରିବା ଘଟଣାକୁ ନେଇ।

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏଭଳି ଟ୍ବିଟର ପ୍ରତିକ୍ରିୟା ଦେବାକୁ ଯାଇ ଇରଫାନ୍‌ ପଠାନ ଟ୍ବିଟ କରି କହିଛନ୍ତି, 'ଆପଣ ଆଉ ଆମ ମଧ୍ୟରେ ଏହା ହିଁ ଫରକ । ଆମେ ଆମ ଖୁସିରେ ଖୁସି ହେଉ ଆଉ ଆପଣ ଅନ୍ୟମାନଙ୍କ କଷ୍ଟରେ ଖୁସି ହୁଅନ୍ତି । ତେଣୁ ନିଜ ଦେଶକୁ ସୁଧାରିବାକୁ ଚେଷ୍ଟା କରନ୍ତୁ'। ଇରଫାନଙ୍କ ଏଭଳି ଟ୍ବିଟ୍‌ ପରେ ପାକ୍‌ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ମୁହଁ ବନ୍ଦ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.