ନୂଆଦିଲ୍ଲୀ,୧୦।୧୧: ଇସ୍ରାଏଲ ଓ ହମାସ ଭିତରେ କିଛି ଘଣ୍ଟା ପାଇଁ ଯୁଦ୍ଧ ରୋକିବା ନେଇ ସହମତି ପ୍ରକାଶ ପାଇଥିଲା। ଏହି ସମୟରେ ଗାଜା ପଟିରେ ରହୁଥିବା ପାଲେଷ୍ଟାଇନ୍ବାସୀଙ୍କୁ ସାହାଯ୍ୟ କରିବାର କଥା ମଧ୍ୟ ହୋଇଥିଲେ, କିନ୍ତୁ ଏବେ ଇସ୍ରାଏଲ ପୁଣିଥରେ ଆକ୍ରମଣ କରିବା ଆରମ୍ଭ କରିଦେଇଛି। ଏହାଦ୍ବାରା ସେହି ହଜାର ହଜାର ଲୋକଙ୍କ ଆଗରେ ସଙ୍କଟ ସୃଷ୍ଟି ହୋଇଛି, ଯେଉଁମାନେ ଗାଜାରୁ ବାହାରି ଜୀବନ ବଞ୍ଚାଇବାକୁ ଚାହୁଁଥିଲେ। ଇସ୍ରାଏଲ ଗାଜାର ତିନୋଟି ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକ୍ କରିଛି, ଯେଉଁଥିରେ ହଜାର ହଜାର ଲୋକ ଶରଣ ନେଇଥିଲେ। ଗାଜାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର କହିବା ଅନୁସାରେ, ଏହି ଆକ୍ରମଣରେ ସେହି ୧୪ ହଜାର ଲୋକଙ୍କ ଆଗରେ ସଙ୍କଟ ସୃଷ୍ଟି ହୋଇଛି, ଯେଉଁମାନେ ନିଜର ବାସ ହରାଇବା ପରେ ଏଠାରେ ଶରଣ ନେଇଥିଲେ।
ଏହା ଭିତରେ ଏକ ମସଜିଦ୍ ଭାଙ୍ଗିବାର ଭିଡିଓ ମଧ୍ୟ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ଇସ୍ରାଏଲର ଆକ୍ରମଣରେ ମସଜିଦ୍ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି। ଅଲ୍ ଜଜିରା ଟିଭିରୁ ସ୍ବାସ୍ଥ୍ୟମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, ଇସ୍ରାଏଲ ପକ୍ଷରୁ ଗତ କିଛି ଘଣ୍ଟାରେ ବହୁ ହସ୍ପିଟାଲ ଉପରେ ମଧ୍ୟ ଜୋରଦାର ଆକ୍ରମଣ ଆରମ୍ଭ ହୋଇଛି। ପାଲେଷ୍ଟାଇନ୍ର ସ୍ଥାନୀୟ ଖବର କାଗଜ ମଧ୍ୟ ଅଲ୍ ଶିଫା ହସ୍ପିଟାଲ ଉପରେ ଆକ୍ରମଣର ଖବର ଦେଇଛି। ସେଭଳି ଇସ୍ରାଏଲ ସେନାର କହିବା ଅନୁସାରେ, ଆମେ ହସ୍ପିଟାଲ ଉପରେ ଆକ୍ରମଣ କରିଛୁ, କିନ୍ତୁ ସେଥିରେ ସ୍ଥାନୀୟ ନାଗରିକ ଲୁଚି ନାହାନ୍ତି।
ଇସ୍ରାଏଲ ସେନାର କହିବା ଅନୁସାରେ, ଅଲ୍ ଶିଫା ସହିତ ବହୁ ହସ୍ପିଟାଲରେ ହମାସ ଆତଙ୍କବାଦୀଙ୍କ ଆଡ୍ଡା ଉପରକୁ ଆକ୍ରମଣ କରାଯାଉଛି। ଏହି ଠିକଣାକୁ ନଷ୍ଟ କରିବାକୁ ଇସ୍ରାଏଲ ଟାର୍ଗେଟ କରୁଛି। ଇସ୍ରାଏଲ କହିଛି, ଆମେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବାକୁ ଚାହୁଁନୁ। ଆମ ପକ୍ଷରୁ ଲୋକଙ୍କୁ ସମୟ ଦିଆଯାଇଥିଲା ସେମାନେ ଇଜିପ୍ଟ ଆଡକୁ ଯେପରି ଯାଇ ପାରିବେ। ଇସ୍ରାଏଲ ସେନା ଏବେ ଗାଜା ସହର ଭିତରେ ପଶୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବହ ସଂଖ୍ୟାରେ ଇସ୍ରାଏଲି ସୈନିକ ଏବେ ଗାଜାରେ ଥିବା ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନକୁ ଘେରାଉ କରିବାରେ ଲାଗିଛନ୍ତି।