ପ୍ରମୂଖ ଖବର
  • ବଲାଙ୍ଗୀର : ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ, ହରେକୃଷ୍ଣ ସାହୁଙ୍କ ଠାରୁ ୭ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ
  • ||
  • ବୌଦ୍ଧ : ସାମାନ୍ୟ ବଚସାକୁ ନେଇ ଛୁରା ମାଡ, ଯୁବକ ମୃତ
  • ||
  • ଉଦଳା : ମରିଗଲା ମାନବିକତା, ପୋଲ ତଳେ ନବଜାତକକୁ ଛାଡି ଚାଲିଗଲା ମା
  • ||
  • ଗୁଣପୁର : ପିକ୍‌ଅପ୍ ଭ୍ୟାନ୍ ସହ ୨୫ ଟି ଶାଳ କାଠ ଜବତ, ୨ ଗିରଫ
  • ||
  • ୧୦,୩୦୦ କୁଇଣ୍ଟାଲ୍ ଅର୍ପଣ ଚାଉଳ ନିଲାମ; ୨ କୋଟି ୮୬ ହଜାର ଟଙ୍କାରେ ନିଲାମ, ଶ୍ରୀମନ୍ଦିର ପାଣ୍ଠିରେ ଜମା ହେବ ଟଙ୍କା
  • ||
  • ରାଜଧାନୀରେ ପୋଲିସକୁ ଛୁରାମାଡ଼, କନେଷ୍ଟବଳ ଆହତ
  • ||
  • ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣ ହେବ ତୃତୀୟ ଟର୍ମିନାଲ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ
  • ||
  • ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା, ୩୨୬ ନମ୍ବର ରାଞ୍ଚି – ବିଜାଓ୍ବାଡା ଜାତୀୟ ରାଜପଥ ଅବରୋଧ
  • ||
  • ପାଟଣା : ଗାଧୋଇବା ବେଳେ ଅଘଟଣ, ପୋଖରୀରେ ବୁଡି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ
  • ||
  • ଚୌଦ୍ବାର : ରେଳ ଧାରଣରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଉଦଳା : ସିସିଟିଭିରେ ଗାମୁଛା ଗୁଡ଼ାଇ ଚୋରି, ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୨୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍
  • ||
  • ବଣାଇ : ରେଡ଼ିଓକୁଲାର ଲଗାଇବା ପରେ ଦନ୍ତାର ଉତ୍ପାତ, ଘରେ ପଶି ବ୍ୟକ୍ତିଙ୍କୁ କଚାଡ଼ି ମାରିଲା ହାତୀ
  • ||
  • ସୁନ୍ଦରଗଡ : ଘରେ ପଶି ଦୁଇ ଗାଡି ଜାଳିଦେଲେ ଦୁର୍ବୃତ୍ତ; ଜଣେ ଅଟକ
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଦକ୍ଷିଣ ଆଫ୍ରିକା - ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟକ୍କର, ସ୍ୱତନ୍ତ୍ର ଜର୍ସି ପିନ୍ଧି ଖେଳିବ ଦ.ଆଫ୍ରିକା
  • ||
  • ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ: ଯାତାୟାତ ଠପ୍‌, ଯାତ୍ରୀ ହନ୍ତସନ୍ତ
  • ||
  • ଦଶହରାରେ ବର୍ଷା ନାହିଁ, ରହିବ ଗୁଳୁଗୁଳି ପାଗ: ଓଡ଼ିଶା ଉପରେ ପଡିବନି ଲଘୁଚାପ ପ୍ରଭାବ
  • ||
  • ସମ୍ବଲପୁର ମଣ୍ଡଳ ଜେଲ୍‌ରେ ରେଡ୍‌, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ
  • ||

ଇସ୍ରାଏଲ୍‌-ଲେବାନନ୍‌ ଯୁଦ୍ଧବିରତ ଉଦ୍ୟମ ପଣ୍ଡ: ଯୁଦ୍ଧ ରୋକିବାକୁ ମନା କଲେ ନେତନ୍ୟାହୁ...

ଜେରୁଜେଲମ୍‌/ବିରୁଟ୍‌,୨୭/୦୯: ଇସ୍ରାଏଲ୍‌-ଲେବାନନ୍‌ ଯୁଦ୍ଧ ରୋକିବାକୁ ଚାହୁଁଥିବା ଆମେରିକା  ଓ ଫ୍ରାନ୍ସର ସବୁ ଉଦ୍ୟମ ପଣ୍ଡ ହୋଇଛି । ଯୁଦ୍ଧବିରତି  ପାଇଁ ସେମାନେ ଯେଉଁ ପ୍ରସ୍ତାବ ଦେଇଥିଲେ, ତାହାକୁ  ଅଗ୍ରାହ୍ୟ କରିଦେଇଛି ଇସ୍ରାଏଲ୍‌ । ଲେବାନନ୍‌ ଉପରେ ପ୍ରଚଣ୍ଡ ତଥା ପୂର୍ଣ୍ଣାଙ୍ଗ ଆକ୍ରମଣ ଲାଗି ନିର୍ଦ୍ଦେଶ  ଦିଆଯାଇଛି । ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ଯୁଦ୍ଧ ରୋକିବା ପାଇଁ ରୋକ୍‌ଠୋକ୍‌ ମନାକରି ଦେଇଛନ୍ତି । ହିଜ୍‌ବୁଲ୍ଲାକୁ ସମ୍ପୂର୍ଣ୍ଣ ଧ୍ୱଂସ ନ  କରିବା ଯାଏ ସଙ୍ଘର୍ଷ ଜାରି ରହିବ ବୋଲି ଦେଇଛନ୍ତି  ହୁଙ୍କାର । ଦେଶର ସ୍ଥଳସେନାକୁ ଦକ୍ଷିଣ ଲେବାନନ୍‌ରେ  ପଶି ପ୍ରଚଣ୍ଡ ଆକ୍ରମଣ ଲାଗି କୁହାଯାଇଛି । 

ନେତନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି  ଯେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏଣିକି ସମସ୍ତ  ବଳ ଖଟାଇ ସେନା ଲେବାନନ୍‌ରେ ଯୁଦ୍ଧ ଜାରି  ରଖିବ । ଗାଜାରେ ଯେମିତି ଇସ୍ରାଏଲୀ ସେନା ପଶି  ଧ୍ୱଂସଲୀଳା ରଚିଥିଲେ, ସେମିତି ଲେବାନନ୍‌ରେ  ଦେଖିବାକୁ ମିଳିବ । ଇସ୍ରାଏଲ୍‌ର ବିଦେଶ ମନ୍ତ୍ରୀ  ଇସ୍ରାଏଲ୍‌ କାଟ୍‌ଜ ଗୁରୁବାର ଆମେରିକା ଓ ଫ୍ରାନ୍ସର  ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛନ୍ତି ।ସୋସିଆଲ୍‌ ମିଡିଆ ବାର୍ତ୍ତାରେ ସେ କହିଛନ୍ତି, ଉତ୍ତର ଭାଗରେ  ଯୁଦ୍ଧବିରତିର ପ୍ରଶ୍ନ ଉଠୁନାହିଁ । ହିଜ୍‌ବୁଲ୍ଲା ଆତଙ୍କବାଦୀ ସଙ୍ଗଠନ  ବିରୋଧରେ ଆମର ଯୁଦ୍ଧ ଜାରି ରହିବ । ସମ୍ପୂର୍ଣ୍ଣ ବିଜୟ ପ୍ରାପ୍ତ ନ  ହେବା ଯାଏ ଆମେ ସମସ୍ତ ବଳ ଲଗାଇ ଆକ୍ରମଣ ଜାରି ରଖିବୁ ।  

‘ୱିଙ୍ଗ୍‌ ଅଫ୍‌ ଜିଅନ୍‌’ ବିମାନରେ ବୈଠକ କରି ନେତନ୍ୟାହୁ ସେନାକୁ  ପ୍ରଚଣ୍ଡ ଆକ୍ରମଣ ଲାଗି ନିର୍ଦ୍ଦେଶ ଦେଇଥିଲେ । ନେତନ୍ୟାହୁଙ୍କ ନିର୍ଦ୍ଦେଶ  ମିଳିବା କ୍ଷଣି ଇସ୍ରାଏଲ୍‌ ଡିଫେନ୍ସ ଫୋର୍ସ (ଆଇଡିଏଫ୍‌) ବୁଧବାର  ରାତିତମାମ ଲେବାନନ୍‌ର ବେକା ଉପତ୍ୟକା ଓ ଦକ୍ଷିଣ ଲେବାନନ୍‌ରେ  ଥିବା ହିଜ୍‌ବୁଲ୍ଲାର ୭୫ ଆଡ୍ଡା ଉପରେ ଆକ୍ରମଣ କରିଥିଲା । ଏହାଯୋଗୁ  ବିପୁଳ ଅସ୍ତ୍ରଶସ୍ତ୍ର ନଷ୍ଟ ହୋଇଯାଇଛି । ଲେବାନନ୍‌ର ୟୁନାଇନ୍‌  ସହରରେ ବୁଧବାର ରାତିରେ ଇସ୍ରାଏଲ୍‌ ଏକ ୩ ମହଲା ଅଟ୍ଟାଳିକା  ଉପରେ ମିସାଇଲ୍‌ ମାଡ଼ କରିବାରୁ ୨୩ ଜଣ ପ୍ରାଣ ହରାଇଛନ୍ତି ।  ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ପିଲା ଥିଲେ । ସମସ୍ତେ  ସିରିୟାର ଥିଲେ । ଲେବାନନ୍‌ରେ ଏବେ ପ୍ରାୟ ୧୫ ଲକ୍ଷ ସିରିୟା  ଲୋକ ରହୁଛନ୍ତି । ଗୃହଯୁଦ୍ଧ ବେଳେ ସେମାନେ ଦେଶ ଛାଡ଼ି ପଳାଇ  ଆସିଥିଲେ । ଇସ୍ରାଏଲ୍‌ ସେନା ମୁତାବକ, ହିଜ୍‌ବୁଲ୍ଲାର ଅନେକ ଡଜନ୍‌  ଟାର୍ଗେଟ୍‌କୁ ଆକ୍ରମଣ କରାଯାଇଥିଲା । ଏଥିରେ ସାମରିକ କାର୍ଯ୍ୟାଳୟ  ଏବଂ ଅସ୍ତ୍ରଶସ୍ତ ଡିପୋ ଆଦିକୁ ଧ୍ୱଂସ କରି ଦିଆଯାଇଛି । ଏହାଛଡ଼ା  ହିଜ୍‌ବୁଲ୍ଲାର ଆଉ ଜଣେ କମାଣ୍ଡର ମହମ୍ମଦ ହୁସେନ୍‌ ସରୁର ଗୁରୁବାର  ବିରୁଟ୍‌ରେ ନିପାତ ହୋଇଥିବା ଇସ୍ରାଏଲ୍‌ ସେନା ଦାବି କରିଛି ।  ମହମ୍ମଦ ସରୁର୍‌ ହିଜ୍‌ବୁଲ୍ଲାର ଡ୍ରୋନ୍‌ ୟୁନିଟ୍‌ ମୁଖ୍ୟ ଥିଲା । 

ସେପଟେ ହିଜ୍‌ବୁଲ୍ଲା ପକ୍ଷରୁ ମଧ୍ୟ ଇସ୍ରାଏଲ୍‌ ଉପରେ ଆକ୍ରମଣ  ଜାରି ରହିଛି । ସଦ୍ୟ ଘଟଣାରେ ଏହା ଇସ୍ରାଏଲ୍‌ର ରାଫେଲ୍‌ ଫ୍ୟାକ୍ଟ୍ରି ଉପରେ ୪୫ ରକେଟ୍‌ ମାଡ଼ କରିଥିଲା । ପଶ୍ଚିମ ଗାଲିଲି ଅଞ୍ଚଳରେ  ଏହି ଆକ୍ରମଣ ହୋଇଥିଲା । ଏହି ହମ୍‌ଲା ପରେ ଇସ୍ରାଏଲ୍‌ ସେନା  ଆଲର୍ଟ ହୋଇଯାଇ ରକେଟ୍‌ଗୁଡ଼ିକୁ ଗତିରୋଧ କରି ଖୋଲା  ଅଞ୍ଚଳରେ ଖସାଇ ଦେଇଥିଲା । ତେବେ ଇସ୍ରାଏଲ୍‌ର ରାଫେଲ୍‌  ଫ୍ୟାକ୍ଟ୍ରି ଧ୍ୱଂସ ହୋଇଯାଇଥିବା ହିଜ୍‌ବୁଲ୍ଲା ଦାବି କରିଛି । ୩ ଦିନରେ  ଏହା ୩ଟି ବଡ଼ ଆକ୍ରମଣ କରିଥିବା କହିଛି । 

ଏହା ପୂର୍ବରୁ ନ୍ୟୁୟର୍କରେ ବୁଧବାର ଜାତିସଂଘ ସାଧାରଣ  ପରିଷଦ ସଭାରେ ଇସ୍ରାଏଲ୍‌-ଲେବାନନ୍‌ ଯୁଦ୍ଧକୁ ରୋକିବା  ପ୍ରସଙ୍ଗରେ ଜରୁରିକାଳୀନ ବୈଠକ ଡକାଯାଇଥିଲା । ଏଥିରେ  ଆମେରିକା ଓ ଫ୍ରାନ୍ସ ୨୧ ଦିନିଆ ଯୁଦ୍ଧବିରତି ପାଇଁ ଦାବି କରିଥିଲେ ।  ଏହି ୨୧ ଦିନରେ ଇସ୍ରାଏଲ୍‌ ଓ ଲେବାନନ୍‌ ସହ ଆଲୋଚନା କରି  ଯୁଦ୍ଧକୁ ରୋକିବା ସକାଶେ ଉଦ୍ୟମ ହେବା ନେଇ ଉଭୟ କହିଥିଲେ ।  ଅଷ୍ଟ୍ରେଲିଆ, କାନାଡା, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ,  କାତାର ସମେତ କିଛି ୟୁରୋପୀୟ ଦେଶ ଯୁଦ୍ଧବିରତି ଦାବିକୁ  ସମର୍ଥନ କରିଥିଲେ । ବୈଠକରେ ଫ୍ରାନ୍ସ କହିଥିଲା କି ଯୁଦ୍ଧକୁ ତୁରନ୍ତ  ରୋକାଯିବା ଆବଶ୍ୟକ । ଅନ୍ୟଥା ଏହା ବ୍ୟାପିବା ଆଶଙ୍କା ରହିଛି ।  କୂଟନୀତି ଦ୍ୱାରା ଏହାକୁ ରୋକାଯାଇ ପାରିବ । 

ରାଷ୍ଟ୍ରପତି ନେତନ୍ୟାୟୁଙ୍କ ନିର୍ଦ୍ଦେଶ ପରେ ଇସ୍ରାଏଲ୍‌ର  ସ୍ଥଳସେନା ଲେବାନନ୍‌ରେ ଅନୁପ୍ରବେଶ ଲାଗି ପ୍ରସ୍ତୁତି ଚଳାଇଛନ୍ତି ।  ରିପୋର୍ଟ ମୁତାବକ, ଇସ୍ରାଏଲ୍‌ର ସେନା ମୁଖ୍ୟ ହର୍ଜାଇ ହାଲେୱି  ବୁଧବାର କହିଥିଲେ କି ଲେବାନନ୍‌ରେ ହେଉଥିବା ଆକ୍ରମଣର  ମୁଖ୍ୟ ଉଦ୍ଦେଶ୍ୟ ହେଉଛି ହିଜ୍‌ବୁଲ୍ଲାର ଭିତ୍ତିଭୂମି ଢାଞ୍ଚାକୁ ସମ୍ପୂର୍ଣ୍ଣ  ବରବାଦ କରିଦେବା । ଏଥିଲାଗି ସ୍ଥଳଭାଗରେ ଅନୁପ୍ରବେଶ  ଲାଗି ରାସ୍ତା ସନ୍ଧାନ କରାଯାଉଛି । ହାଲେୱି କହିଥିଲେ, ଇସ୍ରାଏଲୀ  ସେନା ହିଜ୍‌ବୁଲ୍ଲାର ଅଞ୍ଚଳରେ ପଶି ସୈନ୍ୟ ଘାଟିଗୁଡ଼ିକୁ ବରବାଦ  କରିଦେବ । ସେତେବେଳେ ସେମାନେ ଚେତିବେ ଯେ ଇସ୍ରାଏଲ୍‌  ସେନାର ସାମ୍ନା କରିବାର ପରିଣତି କ’ଣ । ହିଜ୍‌ବୁଲ୍ଲାର ଆକ୍ରମଣ  ଯୋଗୁ ଇସ୍ରାଏଲ୍‌ର ଲୋକଙ୍କୁ ଘର ଛାଡ଼ିବାକୁ ପଡ଼ିଥିଲା । 

ଇସ୍ରାଏଲ୍‌ର ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ ଗାଲାଣ୍ଟ କହିଛନ୍ତି,  ହିଜ୍‌ବୁଲ୍ଲାକୁ ଶେଷ କରିଦେବା ପାଇଁ ଆମ ପାଖରେ ‘ଅତିରିକ୍ତ  ମିଶନ’ ରହିଛି । ଉତ୍ତର ଇସ୍ରାଏଲ୍‌ରେ ରହୁଥିବା ଲୋକେ ଯେମିତି  ସୁରକ୍ଷିତ ଭାବେ ସେମାନଙ୍କ ଘରକୁ ଫେରିବେ, ତାହା ସୁନିଶ୍ଚିତ  ପାଇଁ ଆମେ ସବୁ ମିଶନକୁ ଉପଯୋଗ କରିବାକୁ ପ୍ରସ୍ତୁତ ।  ଉଲ୍ଲେଖଯୋଗ୍ୟ, ଗତବର୍ଷ ଅକ୍ଟୋବର ୮ରୁ ଇସ୍ରାଏଲ୍‌-ଲେବାନନ୍‌  ମଧ୍ୟରେ ଯୁଦ୍ଧ ଲାଗିରହିଛି । ଇସ୍ରାଏଲ୍‌-ହମାସ୍‌ ସଙ୍ଘର୍ଷରୁ ଏହାର  ସୂତ୍ରପାତ ହୋଇଥିଲା ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.