ମହାକାଶରେ ସ୍ପେଶ୍ ଷ୍ଟେସନ୍ ତିଆରି କରିବା ପ୍ରସ୍ତୁତିରେ ଇସ୍ରୋ

ନୂଆଦିଲ୍ଲୀ,୧୩।୬: ମହାକାଶରେ ପୁଣିଥରେ ନିଜର ନାମକୁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରିବାକୁ ଯାଉଛି ଭାରତ। ଏ ସମ୍ପର୍କରେ ଇସ୍ରୋହର ମୁଖ୍ୟ ସିଭନ କୁମାର ଗୁରୁବାର ସୂଚନା ଦେଇଛନ୍ତି। ଏହି ମହତ୍ବକାକ୍ଷୀଂ ପରିଯୋଜନା ଗଗନାୟନ ମିଶନର ବିସ୍ତାର କରାଯିବ। ନୂଆଦିଲ୍ଲୀରେ ଥିବା ସିଭନ କହିଛନ୍ତି ଆମକଚ ମାନବ ଅନ୍ତରୀକ୍ଷ ମିଶନକୁ ଲଞ୍ଚ କରିବା ପରେ ଗଗନାୟନ ପୋଗ୍ରାମର ବିସ୍ତା କରିବାକୁ ହେବ। ତେଣୁ ଭାରତ ନିଜର ସ୍ପେସ୍ ସେଣ୍ଟର ଲଞ୍ଚ କରିବାର ପ୍ରସ୍ତୁତି କରୁଛି।

ଏହା ପୂର୍ବରୁ ଜୁନ୍ ୧୨ରେ ବେଙ୍ଗଲୁରରେ ଇସ୍ରୋର ମୁଖ୍ୟ କହିଥିଲେ ଯେ, ଚନ୍ଦ୍ର ପୃଷ୍ଠରେ ଖଣିଜର ଅଧ୍ୟୟନ ଓ ପ୍ରୟୋଗ କରିବା ପାଇଁ ଭାରତ ଦ୍ବିତୀୟ ଅଭିଯାନ ‘ଚନ୍ଦ୍ରାୟନ-୨’ ପାଇଁ ଜୁଲାଇ ୧୫ରେ ଯିବ। ସେ କହିଛନ୍ତି ଏହି ଯାନ ୬ କିମ୍ବା ୭ ସେପ୍ଟେମ୍ବରରେ ଦକ୍ଷିଣ ଧ୍ରୁବ ପାଖରେ ଓହ୍ଳାଇବ। ଚନ୍ଦ୍ରର ଏହି ଅଂଶରେ ବୈଜ୍ଞାନିକଙ୍କ ପାଖରେ ଅଧିକ ସୂଚନା ନାହିଁ। ଉଲ୍ଲେଖନୀୟ୍ର ଯେ, ଚନ୍ଦ୍ରାୟନ-୨ର ଉତକ୍ଷେପଣ ୧୫ ଜୁଲାଇ ରାତି ୨ଟା ୫୧ ସମୟରେ ଶ୍ରୀହରିକୋଟା ସ୍ଥିତି ମହାକାଶ କେନ୍ଦ୍ରରୁ ହେବ। ଏହା ଜିଏସଏଲଭି ମାର୍କ-୩ ରକେଟ ମହାକାଶକୁ ନେଇଯିବ। ଏହା ମହାକାଶ ଯାନର ଦ୍ରବ୍ୟମାନ ୩.୮ ଟନ୍ ଅଟେ। ଏଥିରେ ୩ଟି ମଡ୍ୟୁଲ ଅର୍ବିଟର, ଲ୍ୟାଣ୍ଡର(ବିକ୍ରମ) ଓ ରୋଭର(ପ୍ରଜ୍ଞାନ) ରହିଛି।