ନୂଆଦିଲ୍ଲୀ,୧।୧: ଭାରତୀୟ ମହାକାଶ ଏଜେନ୍ସି ଇସ୍ରୋକୁ ବଡ଼ ସଫଳତା। ଗୁରୁବାର ଲେହରେ ଲଞ୍ଚ କରିଛି ନିଜର ପ୍ରଥମ ଆନାଲଗ୍ ସ୍ପେସ୍ ମିଶନ୍। ଶୁକ୍ରବାର ଏହାର ଫଟୋ ସେୟାର କରିଛି ଇସ୍ରୋ। ଏହି ମିଶନ୍ ଦେଶର ସ୍ପେସ୍ ଏକ୍ସପ୍ଲୋରେସନ୍ର ଚେଷ୍ଟାରେ ଏକ ମାଇଲଷ୍ଟୋନ ପ୍ରମାଣିତ ହୋଇପାରେ। ଏହି ମିଶନ୍ର ଉଦେଶ୍ୟ ପୃଥିବୀ ବାହାର ଜୀବନର ବିକଳ୍ପ ଖୋଜିବା। ଫଳରେ ଭବିଷଞତରେ ମହାକାଶ ଯାତ୍ରୀଙ୍କ ଆଗରେ ଆସୁଥିବା ଚ୍ୟାଲେଞ୍ଜକୁ ପାର କରିହେବ। ଏହା ଭାରତର ପ୍ରଥମ ମାନବ ମହାକାଶ ଉଡାଣ ଓ ଅନ୍ତଗ୍ରହୀୟ ଅନ୍ବେଷଣରେ ନିଜର କ୍ଷମତାକୁ ବଢାଇବାର ଲକ୍ଷ୍ୟରେ ରହିଛି। ଏଥିରେ ଗଗନଯାନ କାର୍ଯ୍ୟକ୍ରମ ମଧ୍ୟ ରହିଛି, ଯାହା ଜରିଆରେ ଭାରତ ଖୁବ୍ ଶୀଘ୍ର ମାନବକୁ ମହାକାଶ ପଠାଇବାର ପ୍ରସ୍ତୁତି କରୁଛି।
ଆନାଲୋଗ୍ ସ୍ପେସ୍ ମିଶନ୍ ବେଳେ ଏଥିରେ ଭାଗ ନେଉଥିବା ବୈଜ୍ଞାନିକ ଅନ୍ୟ ଗ୍ରହରେ ଜୀବନକୁ ବୁଝିବା ପାଇଁ ସେଠାର ବାତାବରଣକୁ ପୃଥିବୀ ଉପରେ ଯିବାର ଚେଷ୍ଟା କରିବେ। ଏହି ସମୟରେ ଅଲଗା ଅଲଗା ସ୍ଥିତିରେ ମହାକାଶ ଯାତ୍ରୀଙ୍କ ମନୋବୈଜ୍ଞାନିକ ଆକଳନ ମଧ୍ୟ କରାଯିବ। ଏହି ମିଶନ୍ରୁ ମିଳିଥିବା ଡାଟା ଆଧାରରେ ଚନ୍ଦ୍ରମା ଓ ମଙ୍ଗଳବାର ବାତାବରଣକୁ ବୁଝିବାର ଚେଷ୍ଟା କରାଯିବ।
ମହାକାଶ ଆର୍କିଟେକ୍ଚରରେ ଭଲ ଭୂମିକା ପାଇଁ ଜଣାଯାଉଥିବା AAKA ସ୍ପେସ୍ ଷ୍ଟୁଡିଓ ଏଭଳି ପରିସ୍ଥିତିକୁ ଡିଜାଇନ୍ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ, ଯାହାକି ପୃଥିବୀ ବାହାରର ପରିବେଶରେ ମାନବ ସ୍ବାସ୍ଥ୍ୟ ପାଇଁ ଅନୁକୂଳ ହେବ। ଭାରତ ବିଶ୍ବ ମହାକାଶ ଅନ୍ବେଷଣରେ ନିଜକୁ ସ୍ଥାପିତ କରିବା ପାଇଁ ଚେଷ୍ଟା କରୁଛି। ଏଭଳି ସ୍ଥିତିରେ ଏହା ଆନାଲଗ୍ ମିଶନ୍ ଚନ୍ଦ୍ରମା ଓ ମଙ୍ଗଳରେ ଭବିଷ୍ୟତର ମାନବ ଅଭିଯାନକୁ ପ୍ରସ୍ତୁତ କରିବା ଦିଗରେ ଗୁରୁତ୍ବପୁର୍ଣ୍ଣ ପଦକ୍ଷେପ।