PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଛୋଟ ଟିକସ ଖିଲାପୀଙ୍କୁ ବି ଟାର୍ଗେଟ୍‌, ପଠାଗଲା ହଜାର ହଜାର ନୋଟିସ୍‌

ମୁମ୍ବାଇ,୨୧ା୧(ଏଜେନ୍ସି): ଟିକସ ରାଜସ୍ୱ ବୃଦ୍ଧି ନିମନ୍ତେ ସରକାର ଏବେ ବିଭିନ୍ନ ପନ୍ଥା ଅବଲମ୍ବନ କରିଛନ୍ତି । କମ୍‌ ପରିମାଣର ଟିକସ ଏଡ଼ାଇଥିବା ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଖୋଜି ଖୋଜି ଟାର୍ଗେଟ୍‌ କରାଯାଉଛି । ଅନ୍ୟପକ୍ଷରେ ୫,୦୦୦ କୋଟି ଟଙ୍କାର ବକେୟା ଟିକସ ଆଦାୟ ନିମନ୍ତେ ଆୟକର ବିଭାଗ ଟିକସଦାତାଙ୍କ ପଛରେ ପଡ଼ିଛି । ଯେଉଁମାନେ ବକେୟା ଟିକସ ପୈଠ କରିନାହାନ୍ତି, ସେମାନଙ୍କୁ ବିଭାଗ ଟାର୍ଗେଟ୍‌ କରୁଥିବା ଜଣାପଡ଼ିଛି । ମୁମ୍ବାଇର ମ୍ରିଦୁଲା ନାମ୍ନୀ ଜଣେ ମହିଳା ଉଦ୍ୟୋଗୀ ଏବେ ଆୟକର ବିଭାଗ ପକ୍ଷରୁ ପଠାଯାଇଥିବା ନୋଟିସ୍‌କୁ ନେଇ ପ୍ରମାଦ ଗଣୁଛନ୍ତି । ଏଥିପାଇଁ ତାଙ୍କୁ କୋର୍ଟରେ ଚକ୍କର କାଟିବାକୁ ପଡୁଛି । ତେବେ ସେ କୌଣସି ବଡ଼ ଆକାରର ଟିକସ ଫାଙ୍କିନାହାନ୍ତି । ତାଙ୍କ କର୍ମଚାରୀଙ୍କ ଦରମାରୁ ହାସଲ କରାଯାଇଥିବା ଟିଡିଏସ୍‌କୁ ଜମା କରିବାରେ ସେ ୩୦ ଦିନ ବିଳମ୍ବ କରିଥିଲେ । ଏଥିପାଇଁ ଆୟକର ବିଭାଗ ତାଙ୍କ ପଛରେ ପଡ଼ିଯାଇଛି । ମ୍ରିଦୁଲାଙ୍କ କଣ୍ଟେଣ୍ଟ କମ୍ପାନିରେ ୬ ଜଣ ସ୍ଥାୟୀ କର୍ମଚାରୀ ଥିବା ବେଳେ ଅଧିକ କାମ ବେଳେ ବାହାର ଲୋକଙ୍କୁ ନିୟୋଜିତ କରାଯାଇଥାଏ । ଆୟକର ଧାରା ୨୭୬ବି ଅନୁସାରେ ତାଙ୍କୁ ନୋଟିସ୍‌ ଜାରି କରାଯାଇଛି । ଏହି ଧାରାରେ ସର୍ବାଧିକ ୭ ବର୍ଷ ଯାଏ ଜେଲଦଣ୍ଡ ବ୍ୟବସ୍ଥା ରହିଛି । ଏ ବାବଦରେ ମ୍ରିଦୁଲା କୁହନ୍ତି, ତାଙ୍କର କେବଳ ୪ ଜଣ କର୍ମଚାରୀ ଆୟକର ଛାଡ଼ ସୀମା (୨.୫ ଲକ୍ଷ ଟଙ୍କା)ଠାରୁ ଅଧିକ ଆୟ କରିଥିଲେ । ସେମାନଙ୍କ ବେତନ ବାବଦ ଟିଡିଏସ୍‌କୁ ସେ ଆର୍ଥିକବର୍ଷ ମଧ୍ୟରେ ଜମା କରିଥିଲେ । ଏହା ସତ୍ତେ୍ୱ ତାଙ୍କୁ ନୋଟିସ୍‌ ଜାରି କରାଯାଇଛି । କେବଳ ମ୍ରିଦୁଲା ନୁହନ୍ତି, ତାଙ୍କ ଭଳି ସ୍ୱଳ୍ପ ପରିମାଣର ଟିକସ ଫାଙ୍କିଥିବା ଲୋକଙ୍କ ପଛରେ ଆୟକର ବିଭାଗ ପଡ଼ିଛି ।

ସମ୍ବନ୍ଧିତ ଖବର