ପାର୍କିଂ କରୁଥିବା ବେଳେ ଚଢିଗଲା ଟ୍ରକ୍, ହେଲ୍ପର୍ ମୃତ

ଜଳେଶ୍ଵର, ୨୫/୦୫ : ପାର୍କିଂ କରୁଥିବା ବେଳେ ହେଲ୍ପର୍ ଉପରେ ଚଢିଗଲା ଟ୍ରକ୍। ଘଟଣାସ୍ଥଳରେ ହେଲ୍ପର୍ ମୃତ। ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର୍ ଫେରାର୍। ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ବାହାର୍ଦା ବଜାର ଠାରେ ଏଭଳି ଅଘଟଣ ଘଟିଛି।
ସୂଚନାନୁଯାୟୀ, ବସ୍ତା ଥାନା ବାହାର୍ଦା ବଜାର ଠାରେ ଥିବା ଏକ ସିମେଣ୍ଟ ଗୋଦାମ ସମ୍ମୁଖରେ ଆଜି ଦିନ ୧୦ଟା ସମୟରେ ଏକ ଟ୍ରକ୍ ପାର୍କିଂ କରୁଥିବା ବେଳେ ପଛରେ ଠିଆ ହୋଇଥିବା ହେଲ୍ପର୍ ଉପରେ ଟ୍ରକ୍ ଚଢିଯାଇଛି। ଫଳରେ ଘଟଣାସ୍ଥଳରେ ହେଲ୍ପର୍ଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ରୁପ୍ସା ଥାନା ପୋଢାଡିହ ଗ୍ରାମର ରତିକାନ୍ତ ଜେନା। ସେପଟେ ଦୁର୍ଘଟଣା ଘଟାଇ ଡ୍ରାଇଭର୍ ଫେରାର୍ ହୋଇଯାଇଛି। ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।