ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ରାଜେଶ ଖାନ୍ନାଙ୍କ ବାହୁବନ୍ଧନରେ ଦିନେ ହଜି ଯାଇଥିଲେ ୫୬ ବର୍ଷ ବୟସର ଏହି ଅଭିନେତ୍ରୀ, ଯାହାର ଭିଡ଼ିଓକୁ ନେଇ ହୋଇଥିଲା ବିବାଦ

wp:heading {"level":5}
/wp:heading

ମୁମ୍ୱାଇ ୩୦|୩: ବଲିଉଡର ପ୍ରତିଷ୍ଠିତ ଅଭିନେତ୍ରୀ ଜୟାପ୍ରଦା କିଛି ଦିନ ହେବ ବେଶ ଚର୍ଚ୍ଚାରେ ଅଛନ୍ତି। ଖାସକରି ଆଗାମୀ ଲୋକସଭା ନିର୍ବାଚନ ଲଢିବା ପାଇଁ ଜୟାପ୍ରଦା ଖୁବ୍‌ କସରତ କରୁଛନ୍ତି। ଭାରତୀୟ ଜନତା ପାର୍ଟି ନିର୍ବାଚନ ଲଢିବା ପାଇଁ ଜୟାପ୍ରଦାଙ୍କୁ ମଇଦାନକୁ ଆଣିଛନ୍ତି। ରାମପୁରରୁ ନିର୍ବାଚନ ଲଢିବା ପାଇଁ ସେ ମଇଦାନକୁ ଓହ୍ଲାଇଛନ୍ତି। ସମାଜବାଦୀ ପାର୍ଟିର ନେତା ଓ ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କୁ ଟକ୍କର ଦେବେ ଜୟାପ୍ରଦା।

wp:heading {"level":5}
/wp:heading {"id":9820,"width":737,"height":478}

ସିନେମା ଜଗତରେ ଜୟା ତାଙ୍କ ଅଭିନୟ ପାଇଁ ବେଶ ଚର୍ଚ୍ଚାରେ ରହୁଥିଲେ। ଗୋଟେ ସମୟରେ ଫିଲ୍ମି ଜଗତରେ ଅଧିକ ଆୟ କରୁଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଥିଲେ ଜୟା। ଅଭିନୟ ଜଗତରୁ ସେ ଦୂରେଇ ଯାଇଛନ୍ତି ସତ କିନ୍ତୁ ରାଜନେତା ଭାବେ ସେ ଏବେ ପରିଚିତ। ତେଲୁଗୁ ସିନେମା ଜଗତରେ ଅଭିନୟ କରି ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ। କିନ୍ତୁ ପ୍ରକୃତରେ ସେ ବଲିଉଡରେ ଅଭିନୟ କରିବା ପରେ ପ୍ରତିଷ୍ଠା ହାସଲ କରିଥିଲେ। ବଲିଉଡ ମାଧ୍ୟମରେ ସେ ତାଙ୍କର ନୂଆ ପରିଚୟ ତିଆରି କରିବାରେ ସଫଳ ହୋଇଥିଲେ।

wp:heading {"level":5}
/wp:heading {"id":9821,"width":724,"height":542}

୧୯୭୪ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଭୂମି କସମରେ ଅଭିନୟ କରି ସେ ହିନ୍ଦି ସିନେମା ଜଗତରେ ପାଦ ଦେଇଥିଲେ । ଜୟା ତାଙ୍କ କ୍ୟାରିଅରରେ ପାଖାପାଖି ୨୦୦ ସିନେମାରେ ଅଭିନୟ କରିଛନ୍ତି। ସେହି ସମୟରେ ତାଙ୍କୁ ଅନେକ ବିବାଦର ମଧ୍ୟ ସାମ୍ନା କରିବାକୁ ପଡିଥିଲା। ଜିତେନ୍ଦ୍ରଙ୍କ ସହ ଜୟାଙ୍କ ଯୋଡି ବହୁତ ହିଟ୍‌ ଥିଲା । ବରିଷ୍ଠ ଅଭିନେତା ରାଜେଶ ଖନ୍ନାଙ୍କ ସହ ମଧ୍ୟ ଜୟା କାମ କରିଛନ୍ତି। କିନ୍ତୁ ଏକ ଅନ୍ତରଂଗ ସିନ ପାଇଁ ସେ ବେଶ ବିବାଦରେ ଥିଲେ।

wp:heading {"level":5}
/wp:heading {"id":9822,"width":738,"height":554}

ହିନ୍ଦି ଫିଲ୍ମର ଗୀତ ଆ ଜାନେମନ ଆଜ ତୁଝେରେ ଜୟା ଓ ରାଜେଶଙ୍କ ବୋଲ୍ଡ ସିନ ଦେଖି ସମସ୍ତେ ଆଚମ୍ୱିତ ହୋଇଥିଲେ। ୨୦ ବର୍ଷ ବଡ ଅଭିନେତା ରାଜେଶ ଖନ୍ନାଙ୍କ ସହ ଜୟାଙ୍କୁ ଏହି ଅବତାରରେ ଦେଖିବାକୁ ଦର୍ଶକ ପସନ୍ଦ କରିନଥିଲେ। ଏହି ଗୀତ ପାଇଁ ସେହି ସମୟରେ ଅନେକ ବିବାଦ ସୃଷ୍ଟି ହୋଇଥିଲା।

wp:heading {"level":5}
 
/wp:heading

Copyright © 2022 - Summa Real Media Private Limited. All Rights Reserved.