PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

‘ପ୍ୟାର୍‌ ସେ ସମ୍‌ଝା ଦେଙ୍ଗେ’: ଭାରତରେ ଆମେରିକାର ନୂଆ ରାଷ୍ଟ୍ରଦୂତଙ୍କୁୁ ନେଇ ଏଭଳି କହିଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ ୧୮/ ୦୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘନିଷ୍ଠ ଇରିକ୍‌ ଗାର୍ସେଟିଙ୍କୁ ଭାରତରେ ଥିବା ଆମେରିକା ଦୂତାବାସର ରାଷ୍ଟ୍ରଦୂତ ନିଯୁକ୍ତି କରାଯାଇଛି । ଗତ ୨୬ ମାସ ଧରି ଭାରତରେ ଆମେରିକା କୌଣସି ମୁଖ୍ୟ ରାଷ୍ଟ୍ରଦୂତ ନିଯୁକ୍ତ କରିନଥିଲା । ଚଳିତ ସପ୍ତାହରେ ଇରିକ୍‌ ଗାର୍ସେଟିଙ୍କୁ ଚୟନ କରାଯାଇଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆମେରିକାର ନୂତନ ରାଷ୍ଟ୍ରଦୂତ ଇରିକ୍‌ ଗାର୍ସେଟିଙ୍କୁ ସ୍ବାଗତ କରାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତି ଜାରି କରିକୁହାଯାଇଛି ଯେ, ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଆହୁରି ମଜବୁତ ହେବା ନେଇ ଭାରତ ଆଶାବାଦୀ’।

Jaishankar: What S Jaishankar brings to ministry of external affairs table
Social Media

ସୂଚନା ଯେ, ଇରିକ୍‌ ଗାର୍ସେଟି ଭାରତର ମାନବାଧିକାରର ଦୃଢ ସମାଲୋଚକ ଭାବେ ବେଶ ଜଣାଶୁଣା । ନାଗରିକତା ସଂଶୋଧନ ବିଲ୍‌ (CAA) ମୁସଲମାନଙ୍କୁ ନେଇ ଭେଦଭାବ ସୃଷ୍ଟି କରିବ କହି ସେତେବେଳେ ବେଶ୍‌ ଚର୍ଚ୍ଚାକୁ ଆସିଥିଲେ ଇରିକ୍‌ ଗାର୍ସେଟି । ତେବେ ସେ ଭାରତ ଆସିଲେ ତାଙ୍କର ଆଭିମୁଖ୍ୟ କିଭଳି ରହିବ ଏବଂ ସେ ଭାରତର ମାନବାଧିକାର ବିରୋଧୀ ଯେହେତୁ ତେଣୁ ତାଙ୍କୁ କିଭଳି ଭାବେ ବୁଝାଯାଇ ପାରିବ ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ମନ୍ତ୍ରୀ । ଏସ୍‌ ଜୟଶଙ୍କର କହିଛନ୍ତି, ‘ସେ ଭାରତ ଆସିସାରନ୍ତୁ । ପ୍ୟାର୍‌ ସେ ସମ୍‌ଝା ଦେଙ୍ଗେ (ଭଲ ଭାବେ ବୁଝାଇଦେବୁ)।’

ସୂଚନା ଯେ, ଗତ ବୁଧବାର ଆମେରିକା ପକ୍ଷରୁ ଭାରତରେ ନୂତନ ରାଷ୍ଟ୍ରଦୂତ ଭାବେ ଇରିକ୍‌ ଗାର୍ସେଟିଙ୍କୁ ମନୋନୀତ କରାଯାଇଥିଲା । ଲସ୍‌ ଆଞ୍ଜଲେସ୍‌ର ପୂର୍ବତନ ମେୟର ଇରିକ୍‌ଙ୍କ ନିଯୁକ୍ତି ସମ୍ବନ୍ଧୀତ ନାମାଙ୍କନ ଗତ ୨୦୨୧ ମସିହା ଜୁଲାଇ ମାସରୁ ପଡି ରହିଥିଲା । ସେତେବେଳେ ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କୁ ମନୋନୀତ କରିଥିଲେ ସୁଦ୍ଧା ତାଙ୍କୁ ନିଯୁକ୍ତି ଦିଆଯାଇନଥିଲା ।

ସମ୍ବନ୍ଧିତ ଖବର