ପ୍ରମୁଖ ଖବର
  • ପଞ୍ଚ ମହଲା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ୩ ମୃତ
  • ||
  • ଶାହଙ୍କ ପରେ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା, ରବିବାର ଆମ୍ବପୁଆରେ ବିଶାଳ ସଭାକୁ ସମ୍ବୋଧିତ କରିବେ
  • ||
  • IPL ୨୦୨୪: ଆଜି ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ ଫାଇଟ୍, କୁଲଦୀପ-ରୋହିତ ଲଢ଼େଇ
  • ||
  • ଆହୁରି ଭୀଷଣ ହେବ ସୂର୍ଯ୍ୟଙ୍କ ପ୍ରକୋପ: ରାଜ୍ୟରେ ୩୦ ଯାଏ ରେଡ୍‌ ୱାର୍ଣ୍ଣିଂ, ଉପକୂଳ ଓ ପଶ୍ଚିମରେ ଅସମ୍ଭାଳ ତାତି
  • ||

ବିଶ୍ୱର ସବୁଠୁ ବୟସ୍କ ମହିଳାଙ୍କ ନିଧନ; ମହିଳାଙ୍କର ୫୦ରୁ ଅଧିକ ନାତି ନାତୁଣୀ

ନୂଆଦିଲ୍ଲୀ, ୦୯।୦୩: ବିଶ୍ୱର ସବୁଠୁ ବୟସ୍କ ମହିଳାଙ୍କ ନିଧନ । ସାଉଥ୍ ଆଫ୍ରିକା ବାସିନ୍ଦା ଜୋହାନା ମାଜିବୁକୋଙ୍କର ୧୨୮ ବର୍ଷରେ ନିଧନ ହୋଇଛି । ଜୋହାନା ୧୮୯୪ ମସିହାରେ ଜନ୍ମ ହୋଇଥିବା ବେଳେ ଚଳିତ ବର୍ଷ ମେ ମାସରେ ସେ ୧୨୯ ବର୍ଷରେ ପାଦ ଥାପିଥାନ୍ତେ । ଜୋହାନାଙ୍କ ପରିବାରଙ୍କ କହିବାନୁସାରେ, ମାର୍ଚ୍ଚ ୩ରେ ତାଙ୍କର ମୃତ୍ୟୁ ହୋଇଥିଲା । ମୁଁ ଏ ପର୍ଯ୍ୟନ୍ତ କାହିଁକି ଜୀବିତ ଅଛି ? ମୁଁ ଏ ପର୍ଯ୍ୟନ୍ତ ଜୀବିତ ରହିବାର କାରଣ କ’ଣ ? ବୋଲି ୨୦୨୨ରେ ଜୋହନା ତାଙ୍କ ପରିବାରକୁ ସେ ପ୍ରଶ୍ନ କରିଥିଲେ ।

{"id":544521,"sizeSlug":"full","linkDestination":"none"}

ବିଶ୍ୱର ସବୁଠୁ ବୟସ୍କ ମହିଳା ଭାବେ ଗିନିଜ୍ ବିଶ୍ୱ ରେକର୍ଡରେ ଜୋହାନାଙ୍କ ନାଁ ସାମିଲ ହେବା ଉଚିତ୍ ବୋଲି ଅନେକ ଦାବି କରିଛନ୍ତି । ବୃଦ୍ଧା ବୟସରେ ତାଙ୍କୁ ଚାଲିବାରେ ଅସୁବିଧା ହେଉଥିବା ବେଳେ ତାଙ୍କ ଯତ୍ନ ନେବା ପାଇଁ ୨୦୦୧ ଯାଏଁ ଜଣେ କେୟାର୍ ଟେକର୍ ମଧ୍ୟ ଥିଲେ । କହିରଖୁ କି ଜୋହାନଙ୍କର ୧୨ ଜଣ ଭାଇ ଭଉଣୀ ଥିବାବେଳେ ଏମାନଙ୍କ ମଧ୍ୟରୁ ମାତ୍ର, ୩ ଜଣ ଜୀବିତ ଅଛନ୍ତି । ଷ୍ଟୱାନା ମାଜିବୁକୋଙ୍କ ସହ ତାଙ୍କ ବିବାହ ହୋଇଥିବା ବେଳେ ଉଭୟଙ୍କର ୭ଟି ପିଲା । ଏଥିସହ ତାଙ୍କର ୫୦ରୁ ଅଧିକ ନାତି, ନାତୁଣୀ ରହିଛନ୍ତି । ତେବେ ଜାହୋନା କେବେ ପାଠ ପଢ଼ିନାହାନ୍ତି । ସେ ଚାଷ କାର୍ଯ୍ୟ କରୁଥିଲେ । ୧୨୮ ବର୍ଷ ବୟସରେ ସେ ନିଜର ୩ ପିଢ଼ି ଦେଖିସାରିଥିଲେ । ୧୯୧୪ରେ ପ୍ରଥମ ବିଶ୍ୱଯୁଦ୍ଧ, ୧୯୩୯ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ମଧ୍ୟ ଦେଖିଛନ୍ତି । କେବଳ ଏତିକି ନୁହେଁ ସ୍ପେନିସ୍ ଫ୍ଲୁଠୁ ଆରମ୍ଭ କରି କରୋନା ମହାମାରୀ ଭଳି ବଡ଼ ରୋଗର ମଧ୍ୟ ସେ ସାମନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.