କଟକ, ୪।୧୧ : ଏସସିବି ମେଡିକାଲ କଲେଜରେ ରାଗିଙ୍ଗ ଅଭିଯୋଗ। ମେଡିକାଲ କଲେଜର ପ୍ରଥମ ବର୍ଷ ଛାତ୍ର ଏହି ଅଭିଯୋଗ ଆଣିଛନ୍ତି। ଫାଇନାଲ ଇୟର୍ ଛାତ୍ରଙ୍କ ବିରୁଦ୍ଧରେ ସେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଗ୍ରହଣ କରି ଏସସିବି ଆଣ୍ଟି ରାଗିଙ୍ଗ କମିଟିର ବୈଠକ ବସିଥିଲା। ଏଥିରେ ଅଭିଯୋଗ ଆଣିଥିବା ଛାତ୍ର ଦେଇଥିବା ତଥ୍ୟ ଆଧାରରେ ଯାଞ୍ଚ ଆରମ୍ଭ କରାଯାଇଛି।
ସୂଚନା ମୁତାବକ ଛାତ୍ର ନିବାସରେ ରାତିରେ କୌଣସି କାରଣରୁ ଫାଇନାଲ ୟଅର ଛାତ୍ର ପ୍ରଥମ ବର୍ଷ ଛାତ୍ରଙ୍କୁ ଖରାପ ବ୍ୟବହାର କରିଥିଲେ। ପରେ ରାଗିଙ୍ଗର ଶିକାର ହୋଇଥିବା ଛାତ୍ର ଜଣଙ୍କ ନିଜ ପରିବାର ଲୋକଙ୍କୁ ଏହା ଜଣାଇଥିଲେ। ଏହା ପରେ ଏସସିବି ମେଡିକାଲ କଲେଜ ଡିନ, ପ୍ରିନସିପାଲ ଓ ଆଣ୍ଟି ରାଗିଙ୍ଗ କମିଟିଙ୍କୁ ମେଲ ସାହାଯ୍ୟରେ ଜଣାଇଥିଲେ। ଆଜି ଏହି ଘଟଣାକୁ ନେଇ ଆଣ୍ଟି ରାଗିଙ୍ଗ କମିଟି ଏକ ମିଟିଙ୍ଗ ଡାକିଥିଲା। ଉଭୟ ଛାତ୍ରଙ୍କୁ କାଉସିଲିଂ କରାଯାଇଥିବା ନେଇ ସୂଚନା ମିଳିଛି।