ନୂଆଦିଲ୍ଲୀ ୦୯/୦୬ : ଦିଗଜ ଅଭିନେତ୍ରୀ କାଜୋଲ। ସୋସିଆଲ ମିଡିଆରେ ତାଙ୍କର ବଡ ଫ୍ୟାନ୍ ଫଲୋଇଙ୍ଗ୍ । ଇନଷ୍ଟାଗ୍ରାମରେ ତାଙ୍କର ୧୪.୪ ମିଲିୟନ୍ ଫଲୋୟର୍ସ ଅଛନ୍ତି। ଏହି ସମୟରେ ଅଭିନେତ୍ରୀ ଏକ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଚକିତ କରିଛନ୍ତି। କାଜୋଲ କିଛି ସମୟ ପୂର୍ବରୁ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ସୋସିଆଲ ମିଡିଆରୁ ବିରତି ନେବା କଥା କହିଛନ୍ତି। ଯାହା ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି।
{"id":584991,"sizeSlug":"full","linkDestination":"none"}
କାଜୋଲ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ମୁଁ ସୋସିଆଲ ମିଡିଆରୁ ବ୍ରେକ୍ ନେଉଛି।’ ଏହି ପୋଷ୍ଟ ସହିତ ଯେଉଁ ଫଟୋ ସେୟାର କରାଯାଇଛି, ସେଥିରେ ଲେଖା ହୋଇଛି, “ମୋ ଜୀବନର ସବୁଠାରୁ କଷ୍ଟଦାୟକ ପରୀକ୍ଷଣର ସମ୍ମୁଖୀନ ହେବାକୁ ଯାଉଛି।" ଏହି ପୋଷ୍ଟ ବ୍ୟତୀତ ଅଭିନେତ୍ରୀ ଅନ୍ୟ ସମସ୍ତ ଇନଷ୍ଟାଗ୍ରାମ ପୋଷ୍ଟ ମଧ୍ୟ ଡିଲିଟ୍ କରିଛନ୍ତି।
wp:html/wp:html
ଏହି ପୋଷ୍ଟ ସେୟାର କରିବା ମାତ୍ରେ ଫ୍ୟାନ୍ସ ହାର୍ଟ ଇମୋଜି ସେୟାର କରିଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି, ଲଭ୍ ୟୁ, ଆପଣ ସୁରକ୍ଷିତ ଏବଂ ସୁସ୍ଥ ରୁହନ୍ତୁ। ଅନ୍ୟ ଜଣେ ଲେଖିଛନ୍ତି, ମୁଁ ଜାଣେ ନାହିଁ ଏପରି କଣ ହେଲା ଯେ ଆପଣ ଏମିତି ନିଷ୍ପତ୍ତି ନେବେ। କିନ୍ତୁ ଆମେ ଆପଣଙ୍କୁ ଭଲ ପାଉ ଏବଂ ଆମେ ଆପଣଙ୍କର କ୍ୟାପ୍ସନ୍ ଓ ସୁନ୍ଦର ପୋଷ୍ଟଗୁଡିକୁ ମନେ ପକାଇବୁ। ଆପଣଙ୍କୁ ଶୁଭେଚ୍ଛା।
wp:heading {"level":3}