ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

‘କଲ୍କି ୨୮୯୮ ଏଡି’କୁ ନେଇ କମଲ ହାସନ କଲେ ଖୁଲାସା, ଜାଣନ୍ତୁ କେଉଁ ଭୂମିକାରେ ଦେଖାଯିବେ ଅଭିନେତା ?

ନୂଆଦିଲ୍ଲୀ, ୨୬/୩ :  ପ୍ରଭାସ ଷ୍ଟାରର ଫିଲ୍ମ ‘ କଲ୍କି ୨୮୯୮ ଏଡି’ ନିଜ ରିଲିଜ ଡେଟ୍ ଘୋଷଣା ପରେ ହିଁ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଫିଲ୍ମକୁ ନେଇ ବାରମ୍ବାର କିଛି ନା କିଛି ଅପଡେଟ୍ସ ସାମ୍ନା ଆସୁଛି । ଫିଲ୍ମରେ ପ୍ରଭାସଙ୍କ ସହ ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ ଏବଂ ଦିଶା ପଟାନୀ ବି ଲିଡ୍ ରୋଲରେ ନଜର ଆସିବାରେ ଅଛନ୍ତି ।

କିଛି ଦିନ ପୂର୍ବରୁ ଫିଲ୍ମରେ କମଲ ହାସନଙ୍କ ହେବା ନେଇ ସୂଚନା ସାମ୍ନାକୁ ଆସିଥିଲା । ଏହି ଖବର ପରେ ଫ୍ୟାନ୍ସ ଅନୁମାନ କରୁଥିଲେ କି ଅଭିନେତା ଫିଲ୍ମରେ ଭିଲେନ ରୋଲରେ ନଜର ଆସିପାରନ୍ତି । ଏବେ ଏହି ସସପେନ୍ସରୁ ନିଜେ କମଲ ହାସନ ପର୍ଦ୍ଦା ଉଠାଇଛନ୍ତି । ଅଭିନେତା ଫ୍ୟାନ୍ସଙ୍କୁ ଫିଲ୍ମରେ ନିଜ ରୋଲକୁ ନେଇ ସୂଚନା ଦେଇଛନ୍ତି ।

ନିକଟରେ ଏକ ସାକ୍ଷାତକାରରେ କମଲ ହାସନ ଫିଲ୍ମ ‘କଲ୍କି ୨୮୯୮ ଏଡି’ରେ ନିଜ ରୋଲ ବିଷୟରେ ଖୋଲି କରି କହିଛନ୍ତି। ଅଭିନେତା ଜଣଙ୍କ କହିଛନ୍ତି କି, ‘ସେ ଏହି ଫିଲ୍ମରେ କ୍ୟାମିୟୋ କରିବାକୁ ଯାଉଛନ୍ତି’ । ଏହାର ଅର୍ଥ ହେଉଛି କି ଫିଲ୍ମରେ ଅଭିନେତାଙ୍କ ଏଣ୍ଟ୍ରି ସ୍ବଳ୍ପ ସମୟର ହେବ । କମଲ ହାସନଙ୍କ ଏହି ଖୁଲାସା ପରେ ଗୋଟିଏ ପ୍ରକାର ଏବେ ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗି ଯାଇଛି ।

ସେହିଭଳି ଅନ୍ୟପଟେ ଏହି କଥାକୁ ନେଇ ଫ୍ୟାନ୍ସଙ୍କ ମନରେ ଦ୍ବନ୍ଦ ବଢିଯାଇଛି କି ଫିଲ୍ମରେ ଭିଲେନ ଭୂମିକାରେ କିଏ ନଜର ଆସିବେ । ପ୍ରକାଶ ଯେ, ଏହି ଫିଲ୍ମରେ ଅଭିନେତା ପ୍ରଭାସ ପ୍ରଥମ ଥର ସୁପରହିରୋ ଭୂମିକାରେ ନଜର ଆସିବେ । ଏହାର ଜବାବରେ ଅଭିନେତା କହିଛନ୍ତି କି, ମୁଁ ବିତିଯାଇଥିବା ସମୟକୁ ଫେରାଇ ପାରିବି ନାହିଁ, ଏହାସହ ଅଭିନେତା କହିଛନ୍ତି କି ଆମେ ପ୍ରଡକ୍ସନକୁ ଖୁବଶୀଘ୍ର କରିପାରିବୁ ନାହିଁ । କମଲ ହାସନ ଆଗକୁ ମଧ୍ୟ କହିଛନ୍ତି କି, ମୋ ହିସାବରେ କ୍ବାଣ୍ଟିଟି ମ୍ୟାଟର କରେ ନାହିଁ କ୍ବାଲିଟି କରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.