ପ୍ରମୂଖ ଖବର
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଜୁନ୍‌ ୭ ରେ ରିଲିଜ୍‌ ହେବ ‘କଳ୍କୀ-୨୮୯୮ଏ.ଡି.’ର ଟ୍ରେଲର୍‌, ଆକ୍ସନ ମୋଡରେ ନଜର ଆସିବେ ପ୍ରଭାସ

ମୁମ୍ବାଇ ୦୫/୦୬: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ତଥା ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ପୌରାଣିକ ସାଇଣ୍ଟିଫିକ ଫିକ୍ସନାଲ ସିନେମା ‘କଳ୍କୀ୨୮୯୮ଏ. ଡି.’ । ହିନ୍ଦୁ ଧର୍ମକୁ ନେଇ ନିର୍ମିତ ପ୍ରଥମ ଫିକ୍ସନାଲ ଆକ୍ସନ ସିନେମା ହୋଇଥିବାରୁ ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ୍‌ ଉତ୍କଣ୍ଠା ଦେଖାଦେଇଛି । 

ମିଳିଥିବା ସୂଚନା ଅନୁଯାୟୀ, ଏ ମାସ ୭ ତାରିଖରେ ମୁମ୍ବାଇରେ ଏହି ସିନେମାର ଟ୍ରେଲର୍‌ ମୁକ୍ତିଲାଭ କରିବ । ସନାତନ ଧର୍ମରେ କଳ୍‌କୀଙ୍କୁ ବିଷ୍ଣୁଙ୍କର ଶେଷ ଅବତାର ରୂପେ ବିବେଚନା କରାଯାଇଛି । ଏ ଫିଲ୍ମରେ କଳ୍‌କୀ ରୂପରେ ପ୍ରଭାସଙ୍କୁ ଆକ୍ସନ ମୋଡରେ ଦେଖିବାକୁ ମିଳିବ । ମୁକ୍ତିଲାଭ କରିଥିବା ଟିଜର ଅନୁଯାୟୀ ଦର୍ଶକ ସିନେମାଟିରେ ଉଚ୍ଚ ଭି.ଏଫ.ଏକ୍ସ. ର କରାମତି ଦେଖିବାକୁ ପାଇବେ । ୬୦୦ କୋଟି ବଜେଟରେ ନିର୍ମିତ ଏହି ସିନେମାଟି ପ୍ରଥମେ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ । ଏଥିସହିତ ଏହା ଅନ୍ୟ ୬ଟି ଭାଷାରେ ମୁକ୍ତିଲାଭ କରିବ । ଏହାର ଟ୍ରେଲର୍‌ ରିଲିଜ ସମୟରେ ମୁଖ୍ୟ ଅଭିନେତା ପ୍ରଭାସ, ବିଗ୍‌ ବି ଓ ଦୀପିକା ଉପସ୍ଥିତ ରହିପାରନ୍ତି ବୋଲି ସୂଚନା ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.