ପ୍ରମୂଖ ଖବର
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

ଯବାନ’ର ରେକର୍ଡ ଭାଙ୍ଗିଲା ‘କଲ୍‌କୀ’, ୫୦୦ କୋଟି କ୍ଲବ୍‌ରେ ହେଲା ସାମିଲ

ମୁମ୍ବାଇ ୦୯/୦୭: ଭାରତରେ ୫୧୦ କୋଟି ବ୍ୟବସାୟ କରିଛି ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ସାଇନ୍ସ-ଫିକ୍ସନ୍‌ ଫିଲ୍ମ ‘କଲ୍‌କୀ ୨୮୯୮ ଏଡି’ । ଏଥିସହିତ ଏହା ଶାହରୁଖ୍‌ଙ୍କ ଫିଲ୍ମ ‘ଯବାନ’ର ରେକର୍ଡ ଭାଙ୍ଗିଛି । କିନ୍ତୁ ଏବେ ବି ‘ବାହୁବଲୀ-୨’ ଓ ‘କେଜିଏଫ୍‌-୨’ ତୁଳନାରେ ପଛରେ ଅଛି । ‘ଯବାନ’ ରିଲିଜ୍‌ର ୧୧ ଦିନରେ ୫୦୧.୦୫ କୋଟି କଲେକ୍ସନ୍‌ କରିଥିଲା । ‘ବାହୁବଲୀ-୨’ ୭ ଦିନରେ ମୋଟ୍‌ ୫୩୯ କୋଟି ଏବଂ ‘କେଜିଏଫ୍‌-୨’ ୭ ଦିନରେ ୫୨୩.୭୫ କୋଟି ଟଙ୍କାର କଲେକ୍ସନ୍‌ କରିଥିଲା । 

‘କଲ୍‌କୀ ୨୮୯୮ ଏଡି’ ପ୍ରଥମ ସପ୍ତାହ ୪୧୪ କୋଟି ବ୍ୟବସାୟ କରିଥିଲା । ୧୦ମ ଦିନ ଦେଶରେ ଏହା ୩୪.୧୫ କୋଟି ବ୍ୟବସାୟ କରିଥିଲା । ୨ୟ ରବିବାର ଅର୍ଥାତ୍‌ ୧୧ତମ ଦିନ ୪୪.୩୫ କୋଟି ଆୟ କରିଥିଲା । ଏଥିରେ କେବଳ ହିନ୍ଦୀ ସଂସ୍କରଣର କଲେକ୍ସନ୍‌ ୨୨.୫ କୋଟି ଥିଲା । ଏହିଭଳି ଭାବେ ଭାରତରେ ଫିଲ୍ମଟି ଏବେ ସୁଦ୍ଧା ୫୧୦ କୋଟିର ବ୍ୟବସାୟ କରିସାରିଛି । ଫିଲ୍ମ ନିର୍ମାତାଙ୍କ ଅନୁସାରେ, ବିଶ୍ୱସ୍ତରରେ ଏହା ୯୦୦ କୋଟି କଲେକ୍ସନ୍‌ କରିଛି । ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରେ ଥିବା ‘କଲ୍‌କୀ’ ଆଡ୍‌ଭାନ୍ସ ବୁକିଂରୁ ବେଶ ଭଲ ବ୍ୟବସାୟ କରିଥିଲା । ଫିଲ୍ମରେ ପ୍ରଭାସଙ୍କ ସମେତ ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ, କମଲ ହାସନ, ଦିଶା ପଟାନି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।

 

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.