ଟ୍ୱିଟରକୁ ଫେରିଲେ କଙ୍ଗନା, ଫିଲ୍ମ ‘ଏମରଜେନ୍ସି’ର ରିଲିଜ୍ ଡେଟ୍ କଲେ ଘୋଷଣା

ottplay
ନୂଆଦିଲ୍ଲୀ ୨୫/୦୧: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍ ଦେଢ଼ବର୍ଷ ପରେ ସୋସିଆଲ ମିଡିଆ ସାଇଟ୍ ଟ୍ୱିଟରକୁ ଫେରିଛନ୍ତି । ପ୍ରଥମ ଟ୍ୱିଟରେ ସେ ଅଭିବାଦନ ଜଣାଇବା ସହ ଟ୍ୱିଟରକୁ ଫେରିବା ପରେ ଭଲ ଅନୁଭୂତ ହେଉଥିବା ସେ କହିଛନ୍ତି । ଏଥିସହ କଙ୍ଗନା ତାଙ୍କ ଅପ୍କମିଂ ଫିଲ୍ମ ‘ଏମରଜେନ୍ସି’ ଉପରେ ଏକ ଭିଡିଓ ଜାରି କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ‘ଏମର୍ଜେନ୍ସି’ର ଶୁଟିଂ ଶେଷ ହୋଇଛି । ୨୦୨୩ ଅକ୍ଟୋବର ୨୦ରେ ସିନେମା ହଲ୍ରେ ସମସ୍ତଙ୍କ ସହ ଦେଖା ହେବ । କଙ୍ଗନାଙ୍କୁ ତାଙ୍କ ପ୍ରଶଂସକମାନେ ଟ୍ୱିଟରେ ସ୍ୱାଗତ କରିଛନ୍ତି ।
Hello everyone, it’s nice to be back here 🙂
— Kangana Ranaut (@KanganaTeam) January 24, 2023
୨୦୨୧ ମେ’ରେ କଙ୍ଗନା ରଣାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ଲକ କରାଯାଇଥିଲା । ପଶ୍ଚିମବଙ୍ଗ ନିର୍ବାଚନବେଳେ ହୋଇଥିବା ହିଂସାକାଣ୍ଡକୁ ନେଇ ବିବାଦୀୟ ଟ୍ୱିଟ୍ କରିଥିବାରୁ ତାଙ୍କ ଟ୍ୱିଟର ଆକାଉଣ୍ଟ ସସ୍ପେଣ୍ଡ କରାଯାଇଥିଲା । ଏହା ପୂର୍ବରୁ ମଧ୍ୟ ସେ ଏକାଧିକ ଥର ଟ୍ୱିଟର ନୀତି ଉଲ୍ଲଂଘନ କରିଥିବା ଅଭିଯୋଗ ଆସିଥିଲା ।
And it’s a wrap !!!
— Kangana Ranaut (@KanganaTeam) January 24, 2023
Emergency filming completed successfully… see you in cinemas on 20th October 2023 …
20-10-2023 🚩 pic.twitter.com/L1s5m3W99G
କଙ୍ଗନାଙ୍କ ‘ଏମର୍ଜେନ୍ସି’ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଉପରେ ଆଧାରିତ । ଫିଲ୍ମରେ କଙ୍ଗନାଙ୍କ ଫାଷ୍ଟଲୁକ୍ ପୂର୍ବରୁ ଜାରି ହୋଇସାରିଛି । ଏଥିରେ କଙ୍ଗନା ଅବିକଳ ଇନ୍ଦିରାଙ୍କ ପରି ଦିଶୁଛନ୍ତି । ଫିଲ୍ମରେ ଅନୁପମ ଖେର, ମହିମା ଚୌଧୁରୀ, ବିଶାଲ ନାୟର ଏବଂ ଶ୍ରେୟସ୍ ତଲପଡେ ମଧ୍ୟ ଅଛନ୍ତି । ଏହାବାଦ୍ କଙ୍ଗନାଙ୍କ ହାତରେ ‘ତେଜସ’ ଫିଲ୍ମ ମଧ୍ୟ ଅଛି । ଏହାର ଶୁଟିଂ ଶେଷ ହୋଇସାରିଛି । ବଙ୍ଗଳା ଅଭିନେତ୍ରୀ ନୋତି ବିନୋଦିନୀଙ୍କ ବାୟୋପିକ୍ରେ ମଧ୍ୟ କଙ୍ଗନାଙ୍କୁ ଦେଖିବାକୁ ମିଳିବ ।