ଅପ୍ରେଲ ୨୦୨୩ରୁ ଆକ୍ସନ ଫିଲ୍ମ କରିବେ କରଣ ଜୋହର

ମୁମ୍ୱାଇ : ନିର୍ଦ୍ଦେଶକ-ପ୍ରଡ୍ୟୁସର-ଆକ୍ଟର ଓ ହୋଷ୍ଟ କରଣ ଜୋହର ଆଜି ନିଜର ୫୦ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କୁ ଅନେକ ପ୍ରଶଂସକ ଓ ସେଲେବ୍ରିଟି ଶୁଭେଚ୍ଛା ଦେଇଛନ୍ତି।
ଏହି ଭିତରେ କରଣ ଜୋହର ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଫିଲ୍ମ ରକି ଔର ରାନୀ କି ପ୍ରେମ୍ କାହାନୀର ରିଲିଜ୍ ଡେଟ୍ର ଖୁଲାସା କରିଛନ୍ତି । ଏହା ୧୦ ଫେବ୍ରୁଆରୀ ୨୦୨୩ରେ ଫିଲ୍ମଟି ରିଲିଜ ହେବ ଏବଂ ଅପ୍ରେଲ ୨୦୨୩ରେ ଏକ ଆକ୍ସନ ମୁଭି କରିବାକୁ ଯାଉଛନ୍ତି ବୋଲି କହିଛନ୍ତି।
ରକି ଔର ରାନୀର ପ୍ରେମ୍ କାହାନୀର ପ୍ରେମ କାହାଣୀରେ ଜୟା ବଚ୍ଚନ , ଧର୍ମେନ୍ଦ୍ର ଶବାନା ଆଜମୀ , ରଣବୀର ସିଂହ ଓ ଆଲିଆ ଭଟ୍ଟ ପ୍ରମୁଖ ଚରିତ୍ରରେ ନଜର ଆସିବେ ।