ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ଆସନ୍ତା ସପ୍ତାହରୁ ମନ୍ତ୍ରୀଙ୍କୁ ତିହାର ଡାକିବେ କେଜ୍ରିୱାଲ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ‘ଜେଲରୁ ସରକାର’ର ପ୍ଲାନିଂ

ନୂଆଦିଲ୍ଲୀ – ଆମ୍‌ ଆଦମୀ ପାର୍ଟି (ଆପ୍‌)ର ସବୁଠୁ ବଡ଼ ନେତା ଅରବିନ୍ଦ କେଜ୍ରିୱାଲଙ୍କୁ କୋର୍ଟରୁ ବଡ଼ ଝଟକା ଲାଗିଛି। ସୋମବାର ରାଉଜ୍ ଏଭେନ୍ୟୁ କୋର୍ଟ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ୨୩ ଅପ୍ରେଲ ଯାଏ ବୃଦ୍ଧି କରି ଦେଇଛନ୍ତି। ସେପଟେ ସୁପ୍ରିମକୋର୍ଟ ମଧ୍ୟ ତାଙ୍କର ପିଟିସନ( ଇଡିର ଗିରଫ ବିରୋଧରେ) ଉପରେ ତୁରନ୍ତ ଶୁଣାଣି ପାଇଁ ମନା କରି ଦେଇଛନ୍ତି। ଏହି କ୍ରମରେ ଆଜି କେଜ୍ରିୱାଲଙ୍କୁ ସାକ୍ଷାତ୍‌ କରିବାକୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଓ ଆପ୍‌ ନେତା ସନ୍ଦୀପ ପାଠକ ତିହାରରେ ପହଞ୍ଚି ଥିଲେ। ସାକ୍ଷାତ ପରେ ସନ୍ଦୀପ ପାଠକ କହିଛନ୍ତି କି , ତାଙ୍କର ନେତା ଆଗାମୀ ସପ୍ତାହରୁ ୨-୨ ମନ୍ତ୍ରୀଙ୍କୁ ଜେଲ୍‌କୁ ଡାକିବେ। ଉଲ୍ଲେଖନୀୟ ଯେ ଆମ୍‌ ଆଦମୀ ପାର୍ଟି ଓ ନିଜେ କେଜ୍ରିୱାଲ ଏହା କହି ସାରିଛନ୍ତି ଯେ, ସେ ସିଏମ୍‌ ପଦରୁ ଇସ୍ତଫା ଦେବେ ନାହିଁ , ଯଦିବା ଜେଲ୍‌କୁ ସରକାର ନଚାଲିଲେ ବି। 

ସୋମବାର ଦ୍ୱିପ୍ରହରରେ ସିଏମ୍‌ ଭଗୱନ୍ତ ମାନ ଓ ସନ୍ଦୀପ ପାଠକ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବାକୁ ତିହାରରେ ପହଞ୍ଚି ଥିଲେ। ସାକ୍ଷାତ ପରେ ପାଠକ ସିଏମ୍‌ କେଜ୍ରିୱାଲଙ୍କ ନିର୍ଦ୍ଦେଶ ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ କେଜ୍ରିୱାଲଙ୍କୁ ଅନୁସାରେ , ଆଗାମୀ ସପ୍ତାହରେ ୨-୨ ମନ୍ତ୍ରୀଙ୍କୁ ତିହାର ଡକାଯିବ। ସେଠାରେ ସେ ତାଙ୍କ କାମର ସମୀକ୍ଷା କରିବେ। 

ସନ୍ଦୀପ ପାଠକ କହିଛନ୍ତି ଯେ, ସିଏମ୍‌ କେଜ୍ରିୱାଲ କହିଛନ୍ତି କି ସବୁ ଆପ୍‌ ବିଧାୟକ ଜନତାଙ୍କ ମଧ୍ୟକୁ ଯାଆନ୍ତୁ। ତାଙ୍କର ସମସ୍ୟାଙ୍କୁ ଶୁଣି ତାକୁ ସମାଧାନ କର। ସେ ଦୁଇଗଣା ପରିଶ୍ରମରେ କାମ କରିବାକୁ କହିଛନ୍ତି। 

ସନ୍ଦୀପ ପାଠକ କହିଛନ୍ତି କି ସିଏମ୍ କେଜ୍ରିୱାଲଙ୍କ ଚେହେରାରେ କୌଣସି ସଙ୍କୋଚ ନଥିଲା। ସେ କହିଛନ୍ତି କି କୌଣସି ବି ଯୋଜନା ବନ୍ଦ ନହେଉ । ମହିଳାଙ୍କୁ ପ୍ରତି ମାସରେ ହଜାରେ ଟଙ୍କା ଦେବା କଥା ଉପରେ ସେ କହିଛନ୍ତି କି ଚିନ୍ତା କରିବାର ନାହିଁ , ବାହାରକୁ ଆସିବା କ୍ଷଣି ଏହାକୁ ଲାଗୁ କରିବେ। ସନ୍ଦୀପ ପାଠକ କହିଛନ୍ତି କି ପ୍ରତି ସପ୍ତାହରେ ତିହାରରେ ଅରବିନ୍ଦ କେଜ୍ରିୱାଲଙ୍କ ସହ କୌଣସି ମନ୍ତ୍ରୀଙ୍କର ସାକ୍ଷାତ ନେଇ ଏହାର ଆଇନଗତ ବିଷୟ ଉପରେ କାମ କରିବେ। 

ଉଲ୍ଲେଖନୀୟ ଯେ , ସୋମବାର ଅରବିନ୍ଦ କେଜ୍ରିୱାଲଙ୍କୁ ଦୁଇ ଦୁଇଟି ଝଟକା ଲାଗିଛି । ବାସ୍ତବିକ , ଇଡିର ଗିରଫଦାରୀକୁ ଅବୈଧ ଦର୍ଶାଇ ସେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଛନ୍ତି। ଏହି ପିଟିସନକୁ ହାଇକୋର୍ଟ ପୂର୍ବରୁ ହିଁ ଖାରଜ କରିଦେଇ ଥିଲେ। ଆଜି ସୁପ୍ରିମକୋର୍ଟ ଏହି ପିଟିସନରେ ତୁରନ୍ତ ଶୁଣାଣିରେ ମନା କରିଦେଇଛନ୍ତି। ଦେଶର ସବୁଠୁ ବଡ଼ କୋର୍ଟ ଉକ୍ତ ମାମଲାରେ ଇଡିକୁ ନୋଟିସ୍‌ ଜାରି କରିଛନ୍ତି । ସେପଟେ ଆଜି (୧୫ ଅପ୍ରେଲ)ରେ ରାଉଜ ଏଭେନ୍ୟୁ କୋର୍ଟ ସିଏମ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ୨୩ ଅପ୍ରେଲ ଯାଏ ବଢାଇ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.